କନକ ବ୍ୟୁରୋ : କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମବେତନ କମିସନର ଟର୍ମସ ଅଫ୍ ରେଫରାନ୍ସକୁ ମଞ୍ଜୁରି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯ ଲକ୍ଷ ପେନସନ୍ ଧାରୀ ଉପକୃତ ହେବାକୁ ଯାଉଛନ୍ତି । ସୂଚନା ଓ ପ୍ରଯ୍ୟୁକ୍ତି ବିଦ୍ୟା ମନ୍ତ୍ରୀ ଅଶନ୍ୱୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଅଷ୍ଟମବେତନ କମିସନ  ୧୮ ମାସ ମଧ୍ୟରେ ସୁପାରିଶ ପ୍ରଦାନ କରିବେ । ସରକାର ଜାନୁଆରି ମାସରେ ଏନେଇ କମିସନ  ସେଟଅପ୍ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏବେ ଟର୍ମସ ଅଫ ରେଫରାନ୍ସ ମିଳିବା ପରେ ତୁରନ୍ତ କମିସନ  ତାର କାର୍ଯ୍ୟ ଆରମ୍ଭ କରିବ । ଏହି କମିସନ  ସାଲାରୀ ଷ୍ଟ୍ରକଚର, ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ନେଇ ସରକାରଙ୍କୁ ପରାମର୍ଶ ଦେବ । 

Advertisment

ନୂଆ ବେତନ ଆୟୋଗ କମିଟିରେ କେଉଁମାନେ ରହିବେ ?
କ୍ୟାବିନେଟର ସୂଚନା ମୁତାବକ ଅଷ୍ଟମ ବେତନ କମିସନ  ପାଇଁ ଏକ ଅସ୍ଥାୟୀ କମିଟି ହେବ । ଏଥିରେ ଜଣେ ଚେୟାର ପର୍ସନ, ଜଣେ ପାର୍ଟ ଟାଇମ୍ ମେମ୍ବର ଓ ଜଣେ ମେମ୍ବର ସେକ୍ରେଟାରୀ ସାମିଲ ହେବେ । ସରକାର କହିଛନ୍ତି କି, ଟର୍ମସ ଅଫ୍ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଓ କର୍ମଚାରୀଙ୍କ ପ୍ରତିନିଧୀଙ୍କ ପରାମର୍ଶ ନିଆଯିବ । 

ଆଉ କିଛି ସମୟ ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା: ମଚ୍ଛଲିପଟ୍ଟନମଠୁ ୭୦ କିମି, ଗୋପାଳପୁରଠୁ ୪୮୦ କିମି କିମି ଦୂରରେ ଘନୀଭୂତ

ନୂତନ କମିଟିରେ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଚେୟାରମ୍ୟାନ ହେବେ । ତାଙ୍କ ସହ ପ୍ରଫେସର ପୁଲକ ଘୋଷ ଓ ପଙ୍କଜ ଜୈନ ସାମିଲ ହେବେ । ଆଶା କରାଯାଉଛି କି, ଏଥିରେ ସାଲାରୀ ଷ୍ଟ୍ରକଚର ଓ ଅନ୍ୟାନ୍ୟ ଭତ୍ତାରେ ସୁଧାର ହେବ । 

କିଛି ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା; ପ୍ରବଳ ବର୍ଷୁଛି

କମିଶନ ତାର ଶେଷ ରିପୋର୍ଟ ୧୮ ମାସ ମଧ୍ୟରେ ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ଅନ୍ତରୀଣ ରିପୋର୍ଟ ବି ଦେଇପାରିବ । ରିପୋର୍ଟରେ ଧ୍ୟାନ ରଖାଯିବ କି, ଏହା ଯେଭଳି ଦେଶର ଅର୍ଥବ୍ୟବସ୍ଥା ଉପରେ ଚାପ ନପକାଏ । 
କେବଳ ସେତିକି ନୁହେଁ ସରକାର ନ୍ୟୁଟ୍ରିଏଣ୍ଟ ବେସଡ୍ ସବସିଡକୁ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି । ରବି ଋତୁ ଫସଲ ପାଇଁ ୩୭୯୫୨ କୋଟି ଟଙ୍କା ସବସିଡ୍ ମିଳିବ । ଏଥିରେ କୃଷକଙ୍କ ରୋଜଗାର ବୃଦ୍ଧି ହେବ । 
ଭାରତରେ ପ୍ରତି ୧୦ ବର୍ଷରେ ପେ କମିଶନ ଲାଗୁ ହେବାର ପରମ୍ପରା ରହିଛି । ସପ୍ତମ ବେତନ କମିଶନ ୨୦୧୪ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା । ଜାନୁଆରୀ ୧୬ ରୁ ଏହା ଲାଗୁ ହୋଇଥିଲା । କର୍ମଚାରୀଙ୍କ ଦରମା ବଜାର ଦରବୃଦ୍ଧି ଫଳରେ ଯେଭଳି ପ୍ରଭାବିତ ନହୁଏ ତାକୁ ନଜରରେ ରଖି ସରକାର ପ୍ରତି ୬ ମାସରେ ଡିୟରନେସ୍ ଆଲାଉନ୍ସ ବା ଡି.ଏ ଲାଗୁ କରିଥାନ୍ତି । 

ବାତ୍ୟା ମୋନ୍ଥା: ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ, ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ

ଏସବୁ ଉପରେ ନଜର ରଖିବ କମିସନ 
ଦେଶର ଆର୍ଥିକ ସ୍ଥିତି ସନ୍ତୁଳନ ରଖିବା 
ବିକାଶ ଓ ଜନମଙ୍ଗଳ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ରିସୋର୍ସ
ନନ୍ କଣ୍ଟ୍ରିବ୍ୟୁସନ ପେନସନ୍ ସ୍କିମର ଚାପ
ରାଜ୍ୟମାନଙ୍କର ଆର୍ଥିକ ସ୍ଥିତି (କାରଣ ରାଜ୍ୟମାନେ ବି ସୁପାରିଶକୁ ଗ୍ରହଣ କରିଥାନ୍ତି)
ସେଣ୍ଟ୍ରାଲ ପିଏସୟୁ ଓ ବେସରକାରୀ ସେକ୍ଟରର କର୍ମଚାରୀଙ୍କ ଦରମାର ତୁଳନା 
ଏହି କମିଶନ କେବଳ କର୍ମଚାରୀଙ୍କ ଦରମା ବୃଦ୍ଧି ନୁହେଁ ବରଂ ଆର୍ଥର୍କ ସମାନତା ଓ କର୍ମଚାରୀଙ୍କ ମଙ୍ଗଳକୁ ଧ୍ୟାନରେ ରଖି ରିପୋର୍ଟ ପ୍ରସ୍ତୁତ କରିବ ।