କନକ ବ୍ୟୁରୋ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଯାହାକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍‌ । ଏହାଦ୍ବାରା କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ୨୦୨୬ରେ ଏହି ନୂଆ କମିଶନ ଲାଗୁ ହେବାକୁ ଯାଉଛି । 

Advertisment

ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏବେ ଏଥିପାଇଁ ବାଟ ଫିଟିବା ସହିତ ଖୁବ୍ ଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ।

ଅଷ୍ଟମ ବେତନ କମିଶନ, କେତେ ହେବ ଦରମା? 

- କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର
- ଅଷ୍ଟମ ବେତନ କମିଶନ ପାଇଁ ପ୍ରକ୍ରିୟା ଆରମ୍ଭ 
- ଉପକୃତ ହେବେ ୧ କୋଟି କେନ୍ଦ୍ରୀୟ କର୍ମଚାରୀ
- ୪୮.୬୭ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ
- ସପ୍ତମ ବେତନ କମିଶନଙ୍କ କାର୍ୟ୍ୟକାଳ ଏବର୍ଷ ଡିସେମ୍ବର ୩୧ ପର୍ୟ୍ୟନ୍ତ ରହିଛି
- ୨୦୨୬ରୁ ଲାଗୁ ହେବ ଅଷ୍ଟମ ବେତନ କମିଶନ
- ସର୍ବନିମ୍ନ ଦରମା ୧୮ ହଜାରରୁ ୫୧ହଜାର ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ହୋଇପାରେ
- ପେନସନଭୋଗୀଙ୍କ ଦରମା ୯ ହଜାରରୁ ବଢି ୨୫ହଜାର ପର୍ୟ୍ୟନ୍ତ ହୋଇପାରେ
- ପ୍ରତି ୧୦ ବର୍ଷରେ ଗଠନ ହୋଇଥାଏ ବେତନ କମିଶନ
- ଏଥିପାଇଁ ଏକ କମିଟି ଗଠନ କରାଯାଏ
-କମିଟି ମହଙ୍ଗା ଓ ଅନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବେତନ ବୃଦ୍ଧି କରିଥାଏ
- ସପ୍ତମ ବେତନ କମିଶନ ଜାନୁଆରୀ ୨୦୧୬ରେ ଲାଗୁ ହୋଇଥିଲା