ଖରାଦିନେ ତରଭୂଜ ଖାଇବାକୁ ସମସ୍ତେ ଭାରି ଭଲ ପାଆନ୍ତି । ତରଭୂଜ ବି ବଜାରରେ ଏହି ଖରା ଦିନେ ବେଶି ବିକ୍ରି ହୁଏ । ରାସ୍ତା କଡରେ ପସରା ମେଲାଇ ବ୍ୟବସାୟୀମାନେ ତରଭୂଜ ବିକ୍ରି କରୁଥା’ନ୍ତି ଯାହା ଫଳରେ ପଥଚାରୀମାନେ ବି ତରଭୂଜ ଖାଇ ତୃଷ୍ଣା ମେଣ୍ଟାନ୍ତି । ଘରେ ଘରେ ତ ଗରମ ଦିନେ ଫ୍ରିଜରେ ତରଭୂଜ ଥାଏ । କେହି କେହି ଫ୍ରିଜରେ ଥିବା ତରଭୂଜ ଖାଇବାକୁ ମଧ୍ୟ ଭାରି ଭଲପାଆନ୍ତି । ମୁଁ, ଆପଣ ଆମେ ସମସ୍ତେ ତରଭୂଜ ସିନା ଖାଉ ହେଲେ ତା’ର ମଞ୍ଜିକୁ ଫୋପାଡି ଦେଉ । ତରଭୂଜକୁ ଯେତିକି ଖୁସିରେ ଖାଉ ମଞ୍ଜି ପାଟିରେ ଟିକେ ରହିଗଲେ ବିରକ୍ତି ହୋଇ ତାକୁ ଥୁ... କରି ଫିଙ୍ଗିଦେଉ ।
/kanak/media/media_files/2025/04/26/1JBLNDGtBlFPvumVy1v1.jpg)
ହେଲେ ଆପଣ ଜାଣନ୍ତି କି ଦେହ ପାଇଁ ଭାରି ଭଲ ତରଭୂଜ ମଞ୍ଜି । ତରଭୂଜ ମଞ୍ଜି ଶରୀର ପାଇଁ କେତେ ଲାଭ ଦାୟକ ତାହା ଆପଣ ଜାଣିଲା ପରେ ଆଉ ବୋଧେ ଫିଙ୍ଗିବେ ନାହିଁ । ତେଣୁ ଆସନ୍ତୁ ଜାଣିବା ତରଭୂଜ ମଞ୍ଜିର ଉପକାରିତା ବାବଦରେ...
ତରଭୂଜ ମଞ୍ଜି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟ ହୁଏ । ଏହା ହୃଦୟକୁ ସୁସ୍ଥ ରଖେ । ତରଭୂଜ ମଞ୍ଜିରେ ଜିଙ୍କର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧ କୋଷକୁ ସକ୍ରିୟ ରଖେ ।
ତରଭୂଜ ମଞ୍ଜି ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖେ ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ତରଭୂଜ ମଞ୍ଜି ବେଶ୍ ଲାଭଦାୟକ ।
ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଆଇରନ, ଜିଙ୍କ ଏବଂ କପର ରହିଥାଏ । ଏହା କେଶ ବୃଦ୍ଧି କରିବାରେ ମଧ୍ୟ ବଡ଼ ଭୂମିକା ନିଭାଇଥାଏ ।
ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ଭରପୂର ପରିମାଣରେ ରହିଥାଏ । ଯାହା ଆମ ମସ୍ତିଷ୍କ ସଞ୍ଚାଳନ ଏବଂ ଶିରାପ୍ରଶିରା ସଞ୍ଚାଳନରେ ଫାଇଦା ଦିଏ ।