କନକ ବ୍ୟୁରୋ: ତିବ୍ଦତୀୟ ବଟର୍ ଟି' ଯାହାକୁ ପୋ ଚା’ ବୋଲି ମଧ୍ୟ କୁହାଯାଏ । ସ୍ବାଦରେ ଲୁଣିଆ ଲାଗୁଥିବା ଏହି ଚା’କୁ ବେକିଂ ସୋଡା ଏବଂ ଲୁଣ ଦେଇ ପ୍ରଥମେ ଫୁଟାଯାଏ ଏବଂ ପରେ ଏଥିରେ ବଟର୍ କ୍ୟୁବ୍ ପକାଯାଏ । ଏହି ନିଆରା ଚା’ରେ ମିଶାଯାଉଥିବା ବଟର୍ ମଧ୍ୟ ସ୍ପେଶାଲ୍ ହୋଇଥାଏ କାରଣ ଚାଣ୍ଡୋଙ୍ଗ ନାମକ ଏକ କାଠରେ ଏହି ବଟରକୁ ମନ୍ଥନ କରାଯାଏ ଯାହା ୟାକର ନାମକ କ୍ଷୀରରୁ ବାହାରିଥାଏ । ତିବ୍ଦତ ଲୋକଙ୍କ କହିବା ଅନୁସାରେ ଏହି ୟାକର କ୍ଷୀର ଏବଂ ବଟର ଥଣ୍ଡାରୁ ମୁକ୍ତି ଦେବାର କାମ କରିଥାଏ । କୁହାଯାଏ ଯେ ଲଦାଖର ହେମିସ୍ ଗୋମ୍ପା ମଠରେ ଦେଶର ସର୍ବୋତ୍ତମ ବଟର ଟି' ମିଳିଥାଏ ।
/kanak/media/media_files/2025/06/08/0kfXFEv5SFzFOC1r1jWh.jpg)
କିପରି ତିଆରି ହୁଏ ବଟର୍ - ଟି ?
ପ୍ରଥମେ ଦୁଇ କପ୍ ପାଣି ଗରମ କରନ୍ତୁ । ପାଣିରେ ଟି ବ୍ୟାଗ୍ସ ପକାନ୍ତୁ ଏବଂ ପାଣିକୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ି ଦିଅନ୍ତୁ । ପରେ ଲୁଣ ପକାଇ ଟି ବ୍ୟାଗ୍ସ ବାହାର କରନ୍ତୁ । ଏହା ପରେ ଏଥିରେ କ୍ଷୀର ମିଶାନ୍ତୁ ଏବଂ ସିଝିବାକୁ ଦିଅନ୍ତୁ । ଏଥିରେ ବଟର ପକାନ୍ତୁ ଏବଂ ପୁଣି ଥରେ ଏକ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ସମ୍ପୂର୍ଣ୍ଣ ଫୁଟିଗଲା ପରେ ଗରମ ଗରମ ପିଅନ୍ତୁ ବଟର୍ ଟି ।
/kanak/media/media_files/2025/06/08/Tl0IBwepIgEoY0AhXtjk.jpg)
ଥଣ୍ଡାରେ ଶରୀରକୁ ଗରମ ରଖିବାର କାମ କରେ ଏହି ବଟର୍ ଟି । ଏଥିରେ ଥିବା ବଟର୍ ଏବଂ ଗରମ ଚା’ ଶରୀରକୁ ଭିତରୁ ଗରମ ରଖେ । ବିଶେଷକରି ହିମାଳୟର ଥଣ୍ଡା ପାଗରେ ଏହା ଲାଭଦାୟକ ବୋଲି କୁହାଯାଏ । ବଟର୍ ପ୍ରାକୃତିକ ଉପାୟରେ ପାଚନରେ ସାହାଯ୍ୟ କରେ, ପେଟକୁ ଆରାମ ଦିଏ ଏବଂ ପାଚନକ୍ରିୟାକୁ ସୁସ୍ଥ ରଖେ । ଏହା ସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ବଟରରୁ ମିଳୁଥିବା କ୍ୟାଲୋରୀ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ଏବଂ ଫୁର୍ତ୍ତିବାନ ରଖେ । ବିଶେଷକରି ପାହାଡ଼ିଆ ଅଞ୍ଚଳରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଚା’ ଲାଭଦାୟକ ଅଟେ । ଶୁଖିଲା ଏବଂ ଥଣ୍ଡା ପାଗରେ ଏହି ଚା’ ଚର୍ମର ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରେ । ଏହା ସହିତ ସ୍କିନ୍କୁ ଭିତରୁ ହାଇଡ୍ରେଟ୍ ରଖେ । ଏହାଦ୍ୱାରା ଆପଣଙ୍କ ଚର୍ମ ଭିତରୁ ସୁସ୍ଥ ଏବଂ ଚମକଦାର ରହିଥାଏ ।