କନକ ବ୍ୟୁରୋ: ରୋଚକ ହେଉଛି ନୂଆପଡ଼ା ରାଜନୀତି । କ୍ଷମତାରେ ଥିବା ବିଜେପି ପାଇଁ ଏହି ଉପନିର୍ବାଚନ ଅଗ୍ନି ପରୀକ୍ଷା ହୋଇଥିବାବେଳେ ପିସିସି ସଭାପତି ଦାୟିତ୍ବ ନେଇଥିବା ଭକ୍ତ ଦାସଙ୍କ ପାଇଁ ମଧ୍ୟ ଏହି ଉପନିର୍ବାଚନ ସମ୍ମାନ ରକ୍ଷାର ବିଷୟ ହୋଇଛି । ଆଉ ବିଜେଡି ନୂଆପଡ଼ାରେ ନିଜ ଗଡ଼ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।

Advertisment

୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲବେଳେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିରେ ନିଜ ନିଜ ଦଳର ତୁଙ୍ଗନେତାମାନେ ଉପସ୍ଥିତ ରହି ପ୍ରାର୍ଥୀମାନଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି । ସେଥିପାଇଁ ୩ ପ୍ରମୁଖ ଦଳ ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ନାମ ମଧ୍ୟ ଘୋଷଣା କରି ସାରିଛନ୍ତି ।

ଅଧିକ ପଢ଼ନ୍ତୁ... ଜମୁଛି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର, ଓଡ଼ିଶା ରାଜନୀତି ଉପରେ ପଡ଼ୁଛି ଛତିଶଗଡ଼ର ପ୍ରଭାବ, ଛତିଶଗଡ଼ ନେତାଙ୍କୁ ଧରି ବୁଲୁଛି ମାଳ ମାଳ ଗାଡ଼ି

ଉପନିର୍ବାଚନ ପାଇଁ ନୂଆପଡ଼ା ସରଗରମ ହୋଇପଡ଼ିଛି । ବିଜେପି ଷ୍ଟାର ପ୍ରଚାରକ ଭାବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶାର ମନ୍ତ୍ରୀ ଓ ବିଧାୟକମାନଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି । ସେହିପରି ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଧାୟକ ରହିଛନ୍ତି । କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କେନ୍ଦ୍ରରୁ କିଛି ହେଭିୱେଟ୍ ନେତାଙ୍କ ସହ ରାଜ୍ୟର ବିଧାୟକଙ୍କ ନାମ ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ।

ନୂଆପଡ଼ାର ରାଜନୈତିକ ଇତିହାସକୁ ଦେଖିଲେ ଏଠି ଯେତେ ଥର ଉପନିର୍ବାଚନ ହୋଇଛି, ସବୁ କଂଗ୍ରେସ ଦଳ ସପକ୍ଷରେ ଯାଇଛି । ହେଲେ ଏଥର କାହା ସପକ୍ଷରେ ଯିବ, ରାଜନୀତି ବିଶ୍ଳେଷକମାନେ ବି ପୂର୍ବାନୁମାନ କରିପାରୁ ନାହନ୍ତି । ବାପାଙ୍କ ଆଦର୍ଶକୁ ନେଇ ‘ପଦ୍ମ’ ଧରିଥିବା ଜୟ ଢୋଲକିଆଙ୍କ ଜୟ ହେବ ନା ଆଦିବାସୀ ନେତା ଘାସିରାମଙ୍କ ଗଣିତ ବିଗାଡ଼ିବେ? ଏପଟେ ସେହ୍ନାଙ୍ଗିନୀକୁ ମଇଦାନକୁ ଛାଡ଼ିଥିବା ବିଜେଡିର ବିଜୟ ବାନା ଉଡ଼ିବ କି? ତାକୁ ନେଇ ଏବେ ବି ଚାଲିଛି ଅଙ୍କକଷା ।

ଅଧିକ ପଢ଼ନ୍ତୁ...  ଟେନସନରେ ନୀତିଶ କୁମାର! ନୀତିଶଙ୍କ ଭୋଟ୍ ବ୍ୟାଙ୍କ ଚୋରି କରିନେଲେ ତେଜସ୍ୱୀ

ବଡ଼କଥା ହେଉଛି ନୂଆପଡ଼ା ବିଧାନସଭା ଅନ୍ତର୍ଗତ ନୂଆପଡ଼ା, କୋମନା, ଖରିଆରରୋଡ୍‌ର ବିଭିନ୍ନ ଗାଁରେ ଦଳମାନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ମତଦାତାଙ୍କୁ ଅକୃଷ୍ଟ କରିବା ଉଦ୍ୟମ ଜୋରଦାର ହୋଇଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ରାଜ୍ୟର ପ୍ରମୁଖ ନେତାମାନେ ନୂଆପଡ଼ା ବାଜି ଜତିବାକୁ ଏଠାରେ ଡେରା ପକାଇଛନ୍ତି ।