କନକ ବ୍ୟୁରୋ : ପ୍ରାର୍ଥୀ ପ୍ରସ୍ତୁତ, ପ୍ରଚାର ମୈଦାନ ତୟାର, ଉତ୍ସାହିତ ନେତା ଓ କର୍ମୀ। ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି । ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସ୍ପଷ୍ଟ ହେବ ଶେଷ ପର୍ଯ୍ୟନ୍ତ ନୂଆପଡା ଲଢେଇ ଲଢିବ କିଏ । ଚୁଡାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ କମ୍ପିବ ପ୍ରଚାର ମୈଦାନ । ତେବେ ଏହାପୂର୍ବରୁ ଏତେ ସଂଖ୍ୟକ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରମୁଖ ରାଜନୈତିକ ଦଳର ଚିନ୍ତା ବଢାଇଛି ।
ନୂଆପଡ଼ା ବାଜି ଜିତିବାକୁ କମର କସିଛନ୍ତି ୩ ଦଳ । କଂଗ୍ରେସ ମାଇକ୍ରୋ କ୍ୟାମ୍ପେନିଂ ସହ ଆଗକୁ ବଢୁଛି । ଗାଁକୁ ଗାଁ ବୁଲି ଛୋଟ ଛୋଟ ବୈଠକ କରି କଂଗ୍ରେସ ସପକ୍ଷରେ ଭୋଟକୁ ନିଶ୍ଚିତ କରୁଛନ୍ତି ଉଭୟ ଘାସିରାମ ଓ ଭକ୍ତ । ବିଜେପି ପ୍ରଚାର ମୈଦାନକୁ ମନ୍ତ୍ରୀ ଓ ବିଧାୟକଙ୍କୁ ଓହ୍ଲାଇ ପଞ୍ଚାୟତ ଓ ୱାର୍ଡ ଦାୟିତ୍ବ ବାଣ୍ଟିଛି । ୯ ତାରିଖ ପର୍ଯ୍ୟନ୍ତ ନୂଆପଡା ମୈଦାନ ନ ଛାଡିବାକୁ ନିର୍ଦ୍ଦେଶ ଭିତରେ ପ୍ରାର୍ଥୀ ଜୟ ଢୋଲକିଆ ମିଶ୍ରଣ ପର୍ବ ଜରିଆରେ ଦଳ ପାଇଁ ବିଜୟର ଅଙ୍କ କଷୁଛନ୍ତି । ଅନ୍ୟପଟେ ବିଜେଡି କର୍ମୀଙ୍କ ସହ ବୈଠକ କରି ବିଜୟର ବ୍ଲୁପ୍ରିଣ୍ଟ କରୁଛି । ନାମାଙ୍କନରେ ଶକ୍ତିପ୍ରଦର୍ଶନ ପରେ ଦଳୀୟ ନେତା ଗାଁ ମୁହାଁ ହୋଇଥିବା ବେଳେ ସ୍ନେହାଙ୍ଗିନୀ ପ୍ରଚାର ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ୨୫ ପରଠାରୁ ଆହୁରି କମ୍ପିବ ପ୍ରଚାର ମୈଦାନ। ଅନେକ ହେଭିୱେଟ ମୈଦାନକୁ ଓହ୍ଲାଇବେ। ତେବେ କାହା ପ୍ରଚାର ଭୋଟରଙ୍କୁ ଅଧିକ ଆକୃଷ୍ଟ କରିବ ତାହା ଉପରେ ରହିବ ନଜର ।
ଟେନସନରେ ନୀତିଶ କୁମାର! ନୀତିଶଙ୍କ ଭୋଟ୍ ବ୍ୟାଙ୍କ ଚୋରି କରିନେଲେ ତେଜସ୍ୱୀ
ସେପଟେ ନାମାଙ୍କନ ସରିବା ପରେ ନୂଆପଡ଼ା ଉପନିର୍ବାଚନରେ ଛତିଶଗଡ଼ ନେତାଙ୍କ ଭିଡ଼ ବଢୁଛି । କଂଗ୍ରେସ ଓ ବିଜେପିର ଛତିଶଗଡ ନେତା ଚକ୍କର କାଟୁଛନ୍ତି ନୂଅପଡ଼ାରେ । ମାଳ ମାଳ ଛତିଶଗଡ଼ର ନମ୍ୱର ପ୍ଲେଟ ଥିବା ଏସୟୁଭି ଗାଡି ନୂଆପଡାରେ ବୁଲଛି । ପଂଚାୟତ ଓ ଗାଁର ସାଂଗଠନିକ ଦାୟିତ୍ୱ ନେଇଛନ୍ତି । ଆରମ୍ଭ କଲେଣି ପ୍ରଚାର । ୨୫ ପରେ ଛାମୁଆ ନେତା ଲମ୍ପ ଦେବେ ରଣଭୂମିକୁ ।
ସରିଲା ନାମାଙ୍କନ-ମୈଦାନରେ ମୋଟ୍ ୧୯ ପ୍ରାର୍ଥୀ, ହାଇଭୋଲଟେଜ ଲଢେଇ ଅପେକ୍ଷାରେ ନୂଆପଡା
ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ବି ଛତିଶଗଡ଼ ନେତାଙ୍କ ଦବଦବା । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହିତ ଅରୁଣ ସାଓ, ବ୍ରିଜ ମୋହନ ଅଗ୍ରଓ୍ୱାଲ, ଗୁରୁ ଖୁଶବନ୍ତ ସାହେବ, ରୂପ କୁମାର ଚୌଧୁରୀ, ଅନୁଜ ଶର୍ମା, ରୋହିତ ସାହୁ ଓ ଯୋଗେଶ୍ୱର ରାଜୁ ସିହ୍ନାଙ୍କ ଭଳି ନେତାଙ୍କୁ ମୋଦୀ ପଠାଉଛନ୍ତି ନୂଆପଡ଼ା । କଂଗ୍ରେସ ରଣନୀତି ଟିକେ ଅଲଗା । ଛତିଶଗଡ ନେତା ସହ ତେଲେଙ୍ଗାନାରୁ ବି ନେତା ଆସିଛନ୍ତି ନୂଆପଡ଼ା ଉପନିର୍ବାଚନ ପାଇଁ । ପ୍ରାର୍ଥୀ ଘାସିରାମଙ୍କ ପାଇଁ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଚାର କରିବେ ।
୧୦୦ କିଲୋମିଟର ଦୂରରେ ଥିବା ଛତିଶଗଡ ନେତାଙ୍କ ଉପରେ ଜାତୀୟ ଦଳର ଆଖି। କିନ୍ତୁ ନବୀନ ଓ ପଶ୍ଚିମଓଡ଼ିଶାର ନେତାଙ୍କୁ ଭରସା କରିଛି ବିଜେଡି ।