କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଚାଷୀଙ୍କର ଆବେଦନ । ଅନୁରୋଧ ପଛରେ ଅଛି ତାଙ୍କର ଘୋର ଅସହାୟତା ଓ ଜୀବନ ଯନ୍ତ୍ରଣା । ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲା ଘଟ୍ଟିୟା ତହସିଲ ଅନ୍ତର୍ଗତ ଉଟେସରୀ ଗାଁର ଚାଷୀ ମାନସିଂ ରାଜୋରିୟା । ତାଙ୍କର ସର୍ବୋମୋଟ ଜମି କହିଲେ ସଢ଼େ ୩ ଏକର ବିଲ । ଜମିରୁ ହିଁ ତାଙ୍କର ପେଟପାଟଣା । ଏଥିରୁ ଯାହା ଅମଳ ହୁଏ ତାକୁ ବଜାରରେ ବିକି ବର୍ଷକର ପେଟପାଟଣା ସହ ପିଲାଙ୍କ, ପରିବାର, ବନ୍ଧୁବାନ୍ଧବ ସବୁ ଦାୟିତ୍ୱ ତୁଲାନ୍ତି ମାନସିଂହ । ହେଲେ ସରକାରଙ୍କ ମନମୁଖୀ କାମ ତାଙ୍କ ପେଟପାଟଣାକୁ ମାରିଦେଇଛି । ଜମି ଅଛି ହେଲେ ସେଠିକି ଯାଇପାରୁନାହାଁନ୍ତି ମାନସିଂ । ଦୂରରୁ ଜମିକୁ ଖାଲି ଦେଖୁଛନ୍ତି ସିନା ସେଥିରେ ଆଉ ଚାଷ କରିପାରୁନାହାଁନ୍ତି ।

Advertisment

୨୦୦୩ରେ ରାଜ୍ୟ ସରକାର ଆରମ୍ଭ କଲେ ଉଜ୍ଜୟିନୀ- ଗରୋଠ ହାଇୱେ । ରାସ୍ତା ସହ ମାନସିଂଙ୍କ ଜୀବନରେ ଯେମିତି ସଙ୍କଟ ଘନେଇଆସିଲା । ହାଇୱେ ନିର୍ମାଣ ଯୋଗୁଁ ତାଙ୍କ ଜମିକୁ ସବୁ ବାଟ ବନ୍ଦ ହୋଇଗଲା । ମାନସିଂଙ୍କ ଜମି କଡ଼ରେ ଏବେ ଦୁଇ ମିଟର ଉଚ୍ଚା ରାସ୍ତା । ନା କିଛି ଅଣ୍ଡରପାସ୍ ନା ଯିବା ଆସିବାକୁ କୌଣସି ବିକଳ୍ପ ବ୍ୟୃବସ୍ଥା ଛାଡ଼ିଲେ ସରକାର ।

ଅଧିକ ପଢ଼ନ୍ତୁ : ରାଜଧାନୀରେ କମୁନି ପ୍ରଦୂଷଣ, ୧୦ ହଜାର ସ୍କୁଲରେ ଲାଗିବ ଏୟାର ପ୍ୟୁରିଫାୟର, ୨୦୦ ବିମାନ ଉଡ଼ାଣରେ ବାଧା

ମାନସିଂଙ୍କ କହିବା କଥା ଅନ୍ୟ ସମସ୍ଥଙ୍କ ଜମିକୁ ସଯଂଯୋଗ ହୋଇଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା । ହେଲେ ତାଙ୍କ ଜମି କିନ୍ତୁ ହାଇୱେ ମଝିରେ ଫସିଯାଇଛି । ଏବେ ତାଙ୍କ ବିଲକୁ ନା ଟ୍ରାକ୍ଯର ନା ଶଗଡ଼ କିଛି ବି ଯାଇପାରୁନି । ନିଜେ ପାଦରେ ଚାଲି ଚାଲି ବିଲକୁ ଯିବା ବି କଷ୍ଟ । ଫଳରେ ଚାଷବାସ ହୋଇପାରୁନଥିବାରୁ ଚଳିବା ଭାରି କଷ୍ଟ ହେଉଛି । ଏ ସମସ୍ୟା ନେଇ ମାନସିଂହ ତହସିଲଦାର, ଏସଡିଏମ୍, କଲେକ୍ଟର ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଚପଲ ଘୋରି ହୋଇଗଲାଣି । ପ୍ରତିଥର ଆଶ୍ୱାସନା ମିଳୁଛି ସିନା ହେଲେ ବୁଲିପଡ଼ିଲେ ସବୁ ଠପ୍ । ଏହାପରେ ହେଲ୍ପଲାଇନ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମାନସିଂହ । ତଥାପି କିଛି ଲାଭ ହେଲାନି ।

ଜମିରେ ପିଆଜ ରସୁଣ, ଗହମ ଚାଷ କରିଥିଲେ ମାନସିଂହ । ପିଆଜ ରସୁଣ ଖୋଲି ନିଜେ ନିଜେ ପରିବାର ଷଳକାଙ୍କ ସାହାଯ୍ୟରେ ଘରକୁ ବୋହିନେଲେ କିନ୍ତୁ ଗହମ କାଟି କୁଆଡ଼େ କେମିତି ନେବେ । ୟା ଭିତରେ ଅନେକ କ୍ଷତି ସହିଲେଣି ମାନସିଂହ । ଏବେ ପୁଣି ଦରଖାସ୍ତ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ଆବେଦନ ପତ୍ରରେ ଲେଖିଛନ୍ତି, ଜମିକୁ ଯିବାକୁ ରାସ୍ତା ନାହିଁ । ରାସ୍ତା ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଚପଲ ଛିଡ଼ିଗଲାଣି । ମୋତେ ହେଲିକପ୍ଟର ଦିଅ ମୁଁ ଜମିକୁ ଯିବି। ଆଉ ଦୁଃଖ ନଶୁଣିଲେ । ପରିବାର ସହ ମିଶି ବିଷ ପିଇବି । ମାନସିଂଙ୍କ ଏପରି ଆବେଦନ ଏବେ ଖବର ହେଲାଣି କିନ୍ତୁ ସରକାରଙ୍କ କାନକୁ ଶୁଭୁନି ।