କନକ ବ୍ୟୁରୋ: ମଧ୍ୟପ୍ରଦେଶ ପିଡବ୍ଲୁଡିର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଜି.ପି ମେହରାଙ୍କ ଘରେ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର ପୁଲିସର ଚଢ଼ାଉ । ଆଖି ଟେରା କରିଦେବା ଭଳି ନଟଦ ଟଙ୍କା, ସୁନା ଓ ରୁପା ସହିତ ଲକ୍ଜୁରି କାର୍ ଓ ୧୭ ଟନ୍ ମହୁ ଜବତ । ଜି.ପି ମେହେରାଙ୍କ ଭୋପାଳ, ନର୍ମଦାପୁରମ ଓ ତାଙ୍କ ଗାଁରେ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା । ପ୍ରାୟ ୩୭ ଲକ୍ଷ ନଗଦ ଟଙ୍କା, ୩ କିଲୋ ସୁନା, ସାଢେ ୫ କିଲୋ ରୁପା ସହ ୪ଟି ଲକ୍ଜୁରି କାର୍ ଓ ବହୁ ଜମିବାଡ଼ିର କାଗଜପତ୍ର ଜବତ କରାଯାଇଛି । କିଛି କାରଖାନା ମଧ୍ୟ ଠାବ କରିଛି ମଧ୍ୟପ୍ରଦେଶର ସ୍ବତନ୍ତ୍ର ଲୋକାୟୁକ୍ତ ପୁଲିସ । ଜବତ ସାମଗ୍ରୀ ମଧ୍ୟରେ ଅଛି ୧୭ ଟନ୍ ମହୁ । ଏସବୁ ସମ୍ପତ୍ତିର ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ହେବ । ଇଞ୍ଜିନିୟର ଜି.ପି ମେହରା ଚାକିରି କାଳରେ ଦୁର୍ନୀତି କରି ବିପୁଳ ପରିମାଣର କଳା ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ମେହରା ତାଙ୍କ ଚାକିରି କାଳରେ ଅଢ଼େଇ କୋଟି ଟଙ୍କା ଦରମା ଓ ଭତ୍ତା ପାଇଥିବା ହିସାବ କରାଯାଇଥିବା ବେଳେ ତାଙ୍କ ଘରୁ ଜବତ ହୋଇଥିବା ସମ୍ପତ୍ତି ପରମାଣ ଏହାର ୨୫ ଗୁଣ ହେବ । ତେବେ ଏତେ ପରିମାଣର ମହୁ ସେ କଣ କରୁଥିଲେ, ସେନେଇ ପ୍ରଶ୍ନ ଉଠିଛି।
ମଧ୍ୟପ୍ରଦେଶରେ ଚଢ଼ାଉ
ଆଖି ଝଲସାଇ ଦେବା ଭଳି ସମ୍ପତ୍ତି ଜବତ
ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଜି.ପି ମେହରାଙ୍କ ଘରେ ଚଢ଼ାଉ
ମଧ୍ୟପ୍ରଦେଶ ଲୋକାୟୁକ୍ତ ସ୍ବତନ୍ତ୍ର ପୁଲିସର ଚଢ଼ାଉ
୩୭ ଲକ୍ଷ ନଗଦ ଟଙ୍କା, ୩ କିଲୋ ସୁନା ଜବତ
ସାଢେ ୫ କିଲୋ ରୁପା ସହ ୪ଟି ଲକ୍ଜୁରି କାର୍ ଜବତ
ବହୁ ଜମିବାଡ଼ିର କାଗଜପତ୍ର ଜବତ
ଜବତ ସାମଗ୍ରୀ ମଧ୍ୟରେ ଅଛି ୧୭ ଟନ୍ ମହୁ
ଜବତ ସମ୍ପତ୍ତିର ମୂଲ୍ୟ ୬୦ କୋଟି ଟଙ୍କା
ଆୟଠାରୁ ଜବତ ସମ୍ପତ୍ତିର ମୂଲ୍ୟ ୨୫ ଗୁଣ ଅଧିକ