କନକ ବ୍ୟୁରୋ : ଅସହ୍ୟ ହେଲାଣି ଦିଲ୍ଲୀର ବାୟୁ ପ୍ରଦୂଷଣ । ଆଖି ଯୁଆଡ଼େ ପଡୁଛି, ସେଠି କେବଳ ଧୂଆଁଧୂଆଁ । ଦିନ ୧୨ଟା ବି ସଂଧ୍ୟା ୬ ପରି ଲାଗୁଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଏତେ ଖରାପ ସ୍ତରରେ ପହଞ୍ଚିଛି ଯେ ଯାତାୟାତଠୁ ଆରମ୍ଭ କରି ଶ୍ୱାସକ୍ରିୟା କଷ୍ଟକର ହେଲାଣି । ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ହଜାର ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।
ଅଧିକ ପଢ଼ନ୍ତୁ : ଦିଲ୍ଳୀବାସୀଙ୍କୁ ଆକ୍ତାମାକ୍ତା କରୁଛି ପ୍ରଦୂଷଣ, ଏପଟେ ଭୁବନେଶ୍ବରରେ ବିଗିଡିଗଲାଣି ବାୟୁର ମାନ
ଘନ କୁହୁଡ଼ି ପାଇଁ ଏକ୍ସପ୍ରେସ ୱେରେ ବଢ଼ୁଛି ଦୁର୍ଘଟଣା । କମ୍ ବେଗରେ ଗାଡ଼ି ଚଳାଇବାକୁ ଓ ରାସ୍ତା ଦେଖା ନଗଲେ କିଛି ସମୟ ଅଟକି ରହିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ବିଭିନ୍ନ ଏକ୍ସପ୍ରେସ ୱେରେ ସତର୍କ କରାଉଛି ଦିଲ୍ଲୀ ପୁଲିସ । ସେପଟେ ସଂସଦର ଶୀତ ଅଧିବେଶନର ଶେଷଦିନରେ ବିରୋଧୀ ସାଂସଦଙ୍କ ମଧ୍ୟରୁ କିଏ ସାଇକେଲରେ ପହଞ୍ଚଥିଲେ ତ ପୁଣି କାହା ମୁହଁରେ ମାସ୍କ ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ : ଆଜିଠୁ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ: ସରକାରଙ୍କ କଡା ପଦକ୍ଷେପ
ଆଜି ଦିଲ୍ଲୀ ବିମାନବନ୍ଦରରୁ ୨ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ କିଛି ବିମାନ ବିଳମ୍ବରେ ଉଡ଼ାଣ ଭରୁଛି । କୁହୁଡ଼ି ପାଇଁ ଅଧିକାଂଶ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ତେବେ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ପାଇଁ ଆଗେଇ ଆସିଛି ଚୀନ । ଦିଲ୍ଲୀରେ କେମିତି ପ୍ରଦୂଷଣ କମ୍ କରାଯିବ, ସେନେଇ ଏକ ଫର୍ମୁଲା କହିଛି ବେଜିଂ । ବର୍ତ୍ତମାନ ଚୀନରେ ୮୦ ପ୍ରତିଶତ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇଥିବା ଦାବି କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/19/delhi-2025-12-19-20-38-44.jpg)