Delhi Blast Revealed Photograph: (Kanak News)
କନକ ବ୍ୟୁରୋ : ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ସତ । ଆତଙ୍କୀ ଡାକ୍ତର ଉମର ଉଲ୍ ନବୀ ଘଟାଇଥିଲା ବିସ୍ଫୋରଣ । ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ନିଜେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ଉମର । ଡିଏନ୍ଏ ଟେଷ୍ଟରୁ ସାମ୍ନାକୁ ଆସିଲା ପୂରା ସତ । ବିସ୍ଫୋରଣ ସ୍ଥଳରୁ ମିଳିଥିଲା ହାଡ଼, ଦାନ୍ତର ନମୁନାରୁ ଯେଉଁ ଡିଏନ୍ଏ ସଂଗ୍ରହ କରାଯାଇଥିଲା ତାହା ଉମରର ପରିବାର ସହ ଶତ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ଯାଞ୍ଚରେ ସ୍ପଷ୍ଟ ହୋଇଛି ।
ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ୧୧ ଦିନ ପୂର୍ବରୁ ଡାକ୍ତର ଉମର ଧଳା ହୁଣ୍ଡାଇ ଆଇ-୨୦ କାର କିଣିଥିଲେ ଏବଂ ବିସ୍ଫୋରଣ ସମୟରେ କାରରେ ଥିଲେ । ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲେ । ପୁଲୱାମାର ସାମ୍ବୁରା ଗାଁର ବାସିନ୍ଦା ଉମରଙ୍କ ମା ଏବଂ ଭାଇଙ୍କଠାରୁ ଡିଏନଏ ନମୁନା ନିଆଯାଇଥିଲା । କାରରେ ମିଳିଥିବା ମୃତଦେହର ଅବଶେଷ ସେଗୁଡ଼ିକ ୧୦୦% ମେଳ ଖାଉଥିବା ଜଣାପଡ଼ିଛି । ମୃତକଙ୍କ ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷ ମା ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ : ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ, ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର
ଦିଲ୍ଲୀ ବିସ୍ଫୋରଣ ପରେ ଏବେ ପଦାକୁ ଆସୁଛି ଗୋଟେ ପରେ ଗୋଟେ ଚମକାଇଦେଲା ଭଳି ତଥ୍ୟ । ଯାଞ୍ଚ ଏଜେନ୍ସି ହାତରେ ଏଭଳି ସୁରାକ୍ ଲାଗିଛି , ଯାହା ଡରାଉଛି । ସନ୍ଦିଗ୍ଧଙ୍କ ସମ୍ପର୍କୀୟଙ୍କୁ ଜେରା ପରେ ଏବେ ଦିଲ୍ଲୀ ବିସ୍ଫୋରଣର କେନ୍ଦ୍ର ପାଲଟିଛି ଫରିଦାବାଦର ଅଲ୍ ଫଲହ୍ ୟୁନିଭର୍ସିଟି । ଏଠି ଥିବା ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍, ଏଇଠି ଲେଖାଯାଇଥିଲା ବିସ୍ଫୋରଣର ପୂରା ଜାତକ ।
ଷଡ଼ଯନ୍ତ୍ରର ଜାଲ ବୁଣିଥିଲେ ଡା. ଶାହିନ ଅନସାରୀ, ଯାହାଙ୍କ ଗିରଫଦାରୀ ଯାଞ୍ଚ ଏଜେନ୍ସି ଟିମକୁ ଚମକାଇଦେଇଥିଲା । ବିପୁଳ ବିସ୍ଫୋରକ ସହ ଧରାପଡ଼ିଥିଲେ ଶାହୀନ୍ । ଅବଶ୍ୟ ପ୍ରାରମ୍ଭିକ ଜେରାରେ କିଛି କହିନଥିଲେ ଶାହୀନ୍ କିନ୍ତୁ ଏବେ ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) ଏବଂ ଗୁଇନ୍ଦା ଏଜେନ୍ସିର ପଚରାଉଚରା ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି ।
Follow Us