କନକ ବ୍ୟୁରୋ :ଦିଲ୍ଳୀ ବିସ୍ଫୋରଣ ସାରାଦେଶକୁ ସ୍ତବ୍ଧ କରି ଦେଇଥିବାବେଳେ ତଦନ୍ତକୁ ଜୋରଦାର କରିଛି ଏନଆଇ ।  ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ଦେଶ ଭିତରେ ଓ ଦେଶ ବାହାରେ କେଉଁମାନେ ଥିଲେ ? ସେମାନଙ୍କ ପରବର୍ତି ଯୋଜନା କଣ ରହିଥିଲା? ଏସବୁର ତଥ୍ୟ ଯୋଗାଡ ପାଇଁ ଲାଗିଛନ୍ତି ତଦନ୍ତକାରୀ ଅଧିକାରୀ। ଖୋଳତାଡ ଭିତରେ ସାମନାକୁ ଆସିଛି ଓଡ଼ିଶା କନେକ୍ସନ । 

Advertisment

୬ ମାସ ପାଇଁ ଶାନ୍ତ ପଡ଼ିବେ ମଙ୍ଗଳ : ୫୧ ଦିନ ପର୍ଯ୍ୟନ୍ତ ଜପ କରନ୍ତୁ ଏହି ମନ୍ତ୍ର , ସତର୍କ ରୁହନ୍ତୁ ୩ ରାଶି

ଲାଲକିଲ୍ଲା  କାର ବିସ୍ଫୋରଣରେ ସାରାଦେଶରେ ଭୟର ବାତାବରଣ । ଦିଲ୍ଳୀ ଭଳି ସୁରକ୍ଷିତ ସ୍ଥାନରେ ଯଦି ଏତେ ଭୟଙ୍କର ବିସ୍ଫୋରଣ ଘଟିବା ପରେ ସନ୍ଦିଗ୍ଧଙ୍କ ଲିଙ୍କ ଖୋଜୁଛି ତଦନ୍ତକାରୀ ସଂସ୍ଥା । ଆଉ ପ୍ରାଥମିକ ତଦନ୍ତରୁ ମିଳିଛି ସାଂଘାତିକ ତଥ୍ୟ ।  ବିସ୍ଫୋରଣର ଅନ୍ୟତମ ସନ୍ଦିଗ୍ଧ ମୁଜାମିଲ ସକିଲ  ସମ୍ପର୍କରେ ଥିଲେ ଓଡ଼ିଶାର ଜଣେ ଜମାତି । ସେ ସକିଲ୍ ସହ ହ୍ବାଟସଆପରେ ଚାଟ୍ କରି କଥା ହୋଇଥିଲେ । ତଦନ୍ତକାରୀ ଟିମ୍ ତାମିଲନାଡୁ, ଜମ୍ମୁକାଶ୍ମୀର, ହରିୟାଣା ଓ ଓଡ଼ିଶାର ୪ ଜମାତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ, ସେମାନେ ହ୍ବାଟସଅପ୍ ଚାଟ୍ ଡିଲିଟ୍ କରିଥିବାରୁ ସନ୍ଦେହ ବଢ଼ିଛି । ଡିଲିଟ୍ କରାଯାଇଥିବା ଚାଟକୁ ପୁଣି ରି-ଟ୍ରାଇବ୍ କରିବା ପାଇଁ ପ୍ରୟାସ ଜାରି ରଖିଛି ତଦନ୍ତକାରୀ ଟିମ୍ । 

ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର

 ଅଟକ ଥିବା ଓଡ଼ିଆର ପିରଚୟ ତଦନ୍ତକାରୀ ସଂସ୍ଥା ଦେଇନି । କିନ୍ତୁ ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ଓଡ଼ିଶାରେ ହଡ଼କମ୍ପ ସୃଷ୍ଟି ହୋଇଛି । ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ପରଠାରୁ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ହାଇଆଲର୍ଟ ଜାରି କରାଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବର ବିମାନବନ୍ଦର, ରେଳ ଷ୍ଟେସନ, କଟକର ବାଲିଯାତ୍ରା ପଡିଆ, ରେଳଷ୍ଟେସନ, ସମ୍ବଲପୁର ହୀରାକୁଦ, ରାଉରକେଲା, ବ୍ରହ୍ମପୁରରେ ସୁରକ୍ଷାକୁ କଡାକଡି କରାଯାଇଛି । ଛକ ଛକରେ ଯାଂଚ ଚାଲିଛି । 

କେବେ ବଦଳିବ ସ୍ବାଭିମାନ ଅଞ୍ଚଳର ଅବସ୍ଥା : ନାଳ ଉପରେ ନିର୍ମାଣ ହୋଇପାରୁନି ସ୍ଥାୟୀ ପୋଲ

ଏକଥା ସାମନାକୁ ଆସିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି,  ଦିଲ୍ଲୀରେ ଅଟକ ଥିବା ଦୁବୃର୍ତ୍ତ କିଏ? ସନ୍ଦିଗ୍ଧ ସକିଲ୍ ସମ୍ପର୍କରେ କେବେ ଠୁ ଥିଲା ? ଓଡ଼ିଶାରେ କିଛି ବଡ଼ ଅଘଟଣ ପାଇଁ ଯୋଜନା କରିଥିଲା କି? ସନ୍ଦିଗ୍ଧଙ୍କ ସହ ଆଉ କେହି ସମ୍ପର୍କରେ ଥିଲେ କି ? ତେବେ ଆଗକୁ ତଦନ୍ତ ହେଲେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।