କନକ ବ୍ୟୁରୋ :  ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାତୀ ଆକ୍ରମଣ ବୋଲି ମାନିଛି କେନ୍ଦ୍ର । ଆଜି ସୁରକ୍ଷା ସମ୍ପର୍ତିତ କ୍ୟାବିନେଟ ବୈଠକରେ ନେଇ ଆଲୋଚନା ହେବା ପରେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଇଛି । କାର ବିସ୍ଫୋରଣ ଜଘନ୍ୟ ଆତଙ୍କୀ ଆକ୍ରଣ ।  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ନେଇ ପ୍ରସ୍ତାବ ପାସ ହୋଇଛି । ଏଥିରେ କୁହାଯାଇଛି, ଦିଲ୍ଲୀ ବିସ୍ଫୋରଣ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ।  ଦେଶ ବିରୋଧୀ ଶକ୍ତି ଏହି ଘଟଣା କରିଛନ୍ତି । ଆତଙ୍କୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅପଣାଯିବ । କ୍ୟବିନେଟରେ ଆକ୍ରମଣକୁ ନିନ୍ଦା କରାଯାଇଛି । ଆକ୍ରମଣର ତଦନ୍ତ ପାଇଁ  ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାବିନେଟ ବୈଠକରେ ଅଶ୍ବିନୀ କହିଛନ୍ତି, ‘ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ’‘ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ’। ‘ତତ୍ପରତା ସହ ଗୁରୁତ୍ୱର ସହ ତଦନ୍ତ କରାଯିବ’‘ଆତଙ୍କବାଦକୁ ବରଦାସ୍ତ କରାଯିବନି’ । ‘ଆତଙ୍କୀ ଆକ୍କାଙ୍କୁ ଛାଡ଼ିବୁନି’ ।

Advertisment

ବିହାରରେ ବମ୍ପର ଭୋଟିଂ ପଛରେ ମହିଳାଙ୍କ ମତଦାନ, କାହାକୁ ଦେଲେ କେତେ ଭୋଟ, ଫଳାଫଳରେ ହେବ ସ୍ପଷ୍ଟ

ସେପଟେ ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରକ ସହ ଧରା ପଡ଼ିଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟର ଆତଙ୍କୀ ଡାକ୍ତର ମୁଜାମିଲକୁ ଜେରା ସମୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀମାନେ ଦିଲ୍ଲୀକୁ ଦୋହଲାଇବା ପାଇଁ ବଡ଼ ଷଡ଼ଯନ୍ତ୍ର କରୁଥିଲେ । ଦିଲ୍ଲୀରେ ରହି ରିତିମତ ଲାଲକିଲ୍ଲା ଆଖାପାଖ ଅଞ୍ଚଳରେ ରେକି କରିଥିଲେ । ୨୦୨୬ ଜାନୁଆରି ୨୬ରେ ବଡ଼ ବିସ୍ଫୋରଣ କରିଥାନ୍ତେ ଆତଙ୍କୀ ଡାକ୍ତର  । ଅନ୍ୟପଟେ ଉତ୍ତରପ୍ରଦେଶକୁ ଟାର୍ଗେଟରେ ରଖିବା ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଥିଲା ଅଯୋଧ୍ୟା ରାମମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର । କେବଳ ସେତିକି ନୁହେଁ ଦୀପାବଳିରେ ଦିଲ୍ଲୀ ଓ ଏହାର ଆଖପାଖ ଭିଡ଼ ସ୍ଥାନରେ ମଧ୍ୟରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏହି ଆକ୍ରମଣ ଯୋଜନାକୁ ବାତିଲ କରାଯାଇଥିଲା । ତେବେ କିଛି ଦିନ ପରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ବଡ ଧମାକା ପାଇଁ ଯୋଜନା କରୁଥିବାବେଳେ ନେଟୱର୍କର ପର୍ଦ୍ଦଫାଶ କରିଛି  ଜମ୍ମୁକାଶ୍ମୀର ଓ ହରିୟାଣା ପୁଲିସର ମିଳିତ ଟିମ ।

ଜାପାନ ସହ ବଢ଼ୁଛି ଓଡ଼ିଶାର ସମ୍ପର୍କ, ଭୁବନେଶ୍ୱରରେ ତୋତରି ରାଜ୍ୟର ସାଂସଦ ଓ ବିଧାୟକ, ନିଯୁକ୍ତି ସୁଯୋଗ ପାଇଁ ଫିଟିବ ବାଟ

ଅଲ ଫଲାହ ବିଶ୍ବବିଦ୍ୟାଳୟରେ ମେଡିକାଲ ପାଠ ପଢ଼ାଯିବା ସହ ଏଠାରେ ଚାଲିଥିଲା ଆତଙ୍କୀ କାର୍ଯ୍ୟକଳାପ  । ଯାହାର ଚେର ଲମ୍ବିଥିଲା କାଶ୍ମୀରରୁ ଫରିଦାବାଦ । ପରସ୍ପର ସହ ଟେଲିଗ୍ରାମରେ ଯୋଡ଼ି ହେଉଥିଲେ ଡାକ୍ତର । ଉଚ୍ଚଶିକ୍ଷିତ ଡାକ୍ତରମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଉଥିଲା । ଯାହା ସୁତ୍ରଧର ସାଜିଥିଲା ଶୋପିଆନର ଇମାମ ଇରଫାନ ଅହମଦ ୱାଘା  । ଛକାପଞ୍ଝା ପରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ଜମ୍ମୁକାଶ୍ମୀର ପୁଲିସ ।

ଦିଲ୍ଲୀ ଭଳି ପଶ୍ଚିମବଙ୍ଗରେ ବି ବିସ୍ଫୋରଣ ଯୋଜନା ! ବୀରଭୂମରୁ ୨୦  ହଜାର ଜିଲୋଟିନ୍ ଛଡ଼ ଜବତ

ଦିଲ୍ଲୀ ବିସ୍ଫୋରଣର କିଛି ଦିନ ପୂର୍ବରୁ ଦୁଇ ଆତଙ୍କୀ ଡାକ୍ତର ଉମର ଓ ମୁଜାମିଲ ବିସ୍ଫୋରଣର ତୁର୍କୀ ଯାଇଥିବା ସୂଚନା ମିଳିଛି । ସେଠାରେ ଜୈଶ ହ୍ୟାଣ୍ଡେଲରଙ୍କୁ ଭେଟିଥିଲେ । ତେବେ ତୁର୍କୀ ଯିବା ପୂର୍ବରୁ ଏମାନେ ଟେଲିଗ୍ରାମ ସହ ପରସ୍ପରର ଯୋଗାଯୋଗରେ ଆସିଥିଲେ । ଅନ୍ୟପଟେ ଏହି ଟେରର ନେଟୱର୍କରେ ଆହୁରି କେତେଜଣ ଡାକ୍ତର ସାମିଲ ଅଛନ୍ତି ଏନେଇ ଗ୍ରାଉଣ୍ଡ ଜିରୋରୁ ତନାଘନା ଚାଲିଛି ।ଦିଲ୍ଲୀ ଓ ହରିୟାଣା ପୁଲିସର ମିଳିତ ଟିମ ଅଲ-ଫଲାହ କଲେଜରେ ପହଞ୍ଚି ଯାଂଚ ଆରମ୍ଭ କରିଛି । ସେପଟେ ବିସ୍ଫୋରଣ ଆଇ ୨୦ କାର ସହ ଆଉ  ଏକ ନାଲି ରଙ୍ଗର ଇକୋ ସ୍ପୋର୍ଟସ ଗାଡି ବ୍ୟବହାର କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।