କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନାଗରିକତା ପାଇବା ପାଇଁ ନୂଆ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯାହାର ମୂଲ୍ୟ ୧ ମିଲିଅନ୍ ଡଲାର୍ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୮ କୋଟି ୯୭ ଲକ୍ଷ ଟଙ୍କା ଦେଲେ ମିଳିବ ଆମେରିକାର ନାଗରିକତ୍ବ । ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍‌ଲାଇନ୍‌ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ମିଳିବ ତାହା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ । 

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ମନମାନିକୁ ଆମେରିକାରେ ଜୋରଦାର ବିରୋଧ, ନ୍ୟୁୟର୍କ, ୱାସିଂଟନ୍ ଠାରୁ ଚିକାଗୋ ପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ବିକ୍ଷୋଭକାରୀ

୯ କୋଟିରେ ଆମେରିକା ନାଗରିକତା
ଆସିଲା ଆମେରିକାର ନୂଆ ଟ୍ରମ୍ପ ଗୋଲ୍ଡ କାର୍ଡ
ଆମେରିକାର ନାଗିରକତ୍ବ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା
ଟ୍ରମ୍ପ ଗୋଲ୍ଡ କାର୍ଡ ଜରିଆରେ ମିଳିବ ବିଶେଷ ସୁବିଧା
ଆମେରିକାର ଗ୍ରିନ୍ କାର୍ଡ ଭଳି ସ୍ବତନ୍ତ୍ର ଗୋଲ୍ଡ କାର୍ଡ
ଏହା ଏକ ପ୍ରକାର ଭିଜା ପ୍ରୋଗ୍ରାମ 
ଏହି କାର୍ଡ ଦ୍ବାରା ସିଧାସଳଖ ଆମେରିକାର ନାଗରିକତ୍ବ ମିଳିପାରିବ
ଗ୍ରିନ୍ କାର୍ଡର ପ୍ରକ୍ରିୟା ଭଳି ଗୋଲ୍ଡ କାର୍ଡ ପାଇବା ପ୍ରକ୍ରିୟା ଜଟିଳ ନୁହେଁ