ବଢ଼ିଲା ଅସିମ ମୁନିରଙ୍କ କ୍ଷମତା; ଏଥର ମୁନିରଙ୍କ ହାତରେ ପରମାଣୁ ବଟନ !

Advertisment

ଆସିମ୍ ମୁନିରଙ୍କୁ ଚଳିତ ବର୍ଷ ଫିଲ୍ଡ ମାର୍ସଲ ରାଙ୍କ୍‌ରେ ପଦୋନ୍ନତି ଦିଆଯାଇଥିଲା। ସେ CDF ଭାବେ ନିଜର କର୍ତ୍ତବ୍ୟ ସହିତ ସେନା ମୁଖ୍ୟ ପଦ ମଧ୍ୟ ସମ୍ଭାଳିବେ। ସେ ଜେନେରାଲ ଆୟୁବ ଖାନଙ୍କ ପରେ ଫିଲ୍ଡ ମାର୍ଶାଲ ଉପାଧି ପାଇବାରେ ପାକିସ୍ତାନ ଇତିହାସରେ ଦ୍ୱିତୀୟ ସେନା ଅଧିକାରୀ ହୋଇଛନ୍ତି ।

ଆସିମ୍ ମୁନିରଙ୍କୁ ଚଳିତ ବର୍ଷ ଫିଲ୍ଡ ମାର୍ସଲ ରାଙ୍କ୍‌ରେ ପଦୋନ୍ନତି ଦିଆଯାଇଥିଲା। ସେ CDF ଭାବେ ନିଜର କର୍ତ୍ତବ୍ୟ ସହିତ ସେନା ମୁଖ୍ୟ ପଦ ମଧ୍ୟ ସମ୍ଭାଳିବେ। ସେ ଜେନେରାଲ ଆୟୁବ ଖାନଙ୍କ ପରେ ଫିଲ୍ଡ ମାର୍ଶାଲ ଉପାଧି ପାଇବାରେ ପାକିସ୍ତାନ ଇତିହାସରେ ଦ୍ୱିତୀୟ ସେନା ଅଧିକାରୀ ହୋଇଛନ୍ତି ।

Asim Munir

Asim Munir Photograph: (Kanak News)

ବଢ଼ିଲା ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ କ୍ଷମତା । ଫିଲ୍ଡ ମାର୍ସଲରୁ ସିଡିଏଫ୍‌ ହେଲେ ମୁନିର । ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍‌ଦାରୀ, ଫିଲ୍ଡ ମାର୍ସାଲ ସୟଦ ଅସିମ୍ ମୁନିରଙ୍କୁ ୫ ବର୍ଷ ପାଇଁ ଦେଶର ପ୍ରଥମ 'ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍' ବା CDF ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ପାକିସ୍ତାନ ରାଷ୍ଟ୍ରପତି 'ଏକ୍ସ' ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପକ୍ଷରୁ ମୁନିରଙ୍କୁ ସେନାଧ୍ୟକ୍ଷ ଏବଂ ପ୍ରତିରକ୍ଷା ବାହିନୀ ମୁଖ୍ୟ ଉଭୟ ପଦବୀ ଦେବା ପାଇଁ ସୁପାରିଶକୁ ମଞ୍ଜୁର କରାଯାଇଛି । ଏହାର ଅର୍ଥ ପରମାଣୁ ଅସ୍ତ୍ର ପରିଚାଳନା କ୍ଷମତା ମୁନିରଙ୍କ ପାଖରେ ରହିବ ।

ପାକିସ୍ତାନ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍ ଏକ ପୋଷ୍ଟରେ କୁହାଯାଇଛି, "ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦାରୀ ଫିଲ୍ଡ ମାର୍ସଲ ସୟଦ ଆସିମ୍ ମୁନିରଙ୍କୁ CDF ସହିତ ୫ ବର୍ଷ ପାଇଁ ସେନାଧ୍ୟକ୍ଷ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।"

ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କୁ ଅଧିକ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଥିବା ନେଇ ହେଉଥିବା ଅନେକ କଳ୍ପନାଜଳ୍ପନା ପରେ ଏହି ନିଷ୍ପତ୍ତି ଆସିଛି । ବାସ୍ତବରେ ଶରିଫ ସରକାରଙ୍କୁ ୨୯ ନଭେମ୍ବରରେ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ ମୁଖ୍ୟଙ୍କ ନିଯୁକ୍ତିକୁ ବିଜ୍ଞପିତ କରିବାର ଥିଲା, ଯେଉଁଦିନ ସେନା ମୁଖ୍ୟ ଭାବେ ମୁନିରଙ୍କ ମୂଳ ତିନି ବର୍ଷର କାର୍ଯ୍ୟକାଳ ଶେଷ ହୋଇଥିଲା। ପ୍ରତିରକ୍ଷା ବାହିନୀ ମୁଖ୍ୟ ବା CDFର ଭୂମିକା ଗତ ମାସରେ ସମ୍ବିଧାନର ୨୭ତମ ସଂଶୋଧନ ଅଧୀନରେ ପ୍ରସ୍ତୁତ କରାଯାଇଥିଲା, ଯାହାର ଲକ୍ଷ୍ୟ ସାମରିକ କମାଣ୍ଡକୁ କେନ୍ଦ୍ରୀଭୂତ କରିବା ଥିଲା ।

ଅଧିକ ପଢ଼ନ୍ତୁ : ଭାରତ-ଋଷ ୨୩ତମ ଶିଖର ସମ୍ମିଳନୀରେ ଅନେକ ବୁଝାମଣା ସ୍ୱାକ୍ଷରିତ, ଜାରି ରହିବ ଇନ୍ଧନ ଯୋଗାଣ

ଆସିମ୍ ମୁନିରଙ୍କୁ ଚଳିତ ବର୍ଷ ଫିଲ୍ଡ ମାର୍ସଲ ରାଙ୍କ୍‌ରେ ପଦୋନ୍ନତି ଦିଆଯାଇଥିଲା। ସେ CDF ଭାବେ ନିଜର କର୍ତ୍ତବ୍ୟ ସହିତ ସେନା ମୁଖ୍ୟ ପଦ ମଧ୍ୟ ସମ୍ଭାଳିବେ। ସେ ଜେନେରାଲ ଆୟୁବ ଖାନଙ୍କ ପରେ ଫିଲ୍ଡ ମାର୍ଶାଲ ଉପାଧି ପାଇବାରେ ପାକିସ୍ତାନ ଇତିହାସରେ ଦ୍ୱିତୀୟ ସେନା ଅଧିକାରୀ ହୋଇଛନ୍ତି । ଆୟୁବ ଖାନ୍ ଭାରତ ସହିତ ୧୯୬୫ ଯୁଦ୍ଧ ସମୟରେ ପାକିସ୍ତାନର ନେତୃତ୍ୱ ନେଇଥିଲେ ।

ଅସୀମ ମୁନିର ପାକିସ୍ତାନ ସେନା ଦାୟିତ୍ୱ ନେବାଠାରୁ ଭାରତ ସହ ସମ୍ପର୍କ ଆହୁରି ଖରାପ ହୋଇଛି । ସବୁବେଳେ ଭାରତ ବିରୋଧରେ ବିଷ ଉଗାରି ଆସିଛନ୍ତି ଅସୀମ ମୁନିର । ଖାଲି ସେତିକି ନୁହେଁ, ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସିଛନ୍ତି । ପହଲଗାମ କାଣ୍ଡ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରି ମୁନିରଙ୍କ ସହ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା ଭାରତୀୟ ସେନା । ଏବେ ମୁନିର ଭାରତ ସହ ଯୁଦ୍ଧ କରିବାକୁ ଚାହୁଥିବା ନେଇ ଇମ୍ରାନଙ୍କ ଭଉଣୀ ଦାବି କରୁଥିଲେ । କ୍ଷମତା ପାଇବା ପରେ ମୁନୀର ଏଭଳି ଦୁଃସାହସ କଲେ ଭାରତୀୟ ସେନା ବି ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଛି । କାରଣ କିଛି ଦିନ ପୂର୍ବରୁ ହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଭାରତ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି । ଏଣୁ ଭାରତ ବିରୋଧରେ କିଛି ବି ପ୍ଲାନ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବେ ନିଶ୍ଚୟ ମୁନିର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe