କନକ ବ୍ୟୁରୋ : ଭାରତ ଓ ରୁଷ୍ ମଧ୍ୟରେ ସୁଦୃଢ଼ ସମ୍ପର୍କର ନୂଆଯୁଗ ଆରମ୍ଭ । ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ଦ୍ବିପାକ୍ଷିକ ଆଲୋଚନାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନୂଆ ଦିଶା ଦେଇଛନ୍ତି । ଆଲୋଚନା ପରେ ଏକ ମିଳିତ ବିବୃତି ଜାରି କରାଯାଇଛି। ପୁଟିନ ଓ ମୋଦୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଯୋଗଦେଇଥିଲେ ।
ଅଧିକ ପଢ଼ନ୍ତୁ :କିଛି ସମୟ ପରେ ନୂଆଦିଲ୍ଲୀରେ ପହଞ୍ଚିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି
ପରିବର୍ତ୍ତିତ ବିଶ୍ବରେ ରୁଷ୍ ଓ ଭାରତର ସମ୍ପର୍କ ଆକାଶରେ ଧ୍ରୁବତାରା ପରି ଉଜ୍ଜ୍ବଳ ରହିବ । ଏଥିପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିବଦ୍ଧତା ଦୋହରାଇଛନ୍ତି। ଦିଲ୍ଲୀ ହାଇଦ୍ରାବାଦ ହାଉସରେ ୨୩ତମ ବାର୍ଷିକ ସମ୍ମିଳନୀ ପରେ ଦୁଇନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ୨୦୩୦ ପର୍ଯ୍ୟନ୍ତ ଭାରତ- ରୁଷ୍ ଅର୍ଥନୈତିକ ସହଯୋଗ ବଜାୟ ରହି ବ। ଦୁଇନେତା ଏଥିପାଇଁ ରାଜି ହେଇଛନ୍ତି। ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଦୁଇନେତା ନିରନ୍ତର କାମ କରିଛନ୍ତି ବୋଲି କହି ପରସ୍ପରକୁ ପ୍ରଶଂସା କରିଥିଲେ । ବିଭିନ୍ନ କ୍ଷେତ୍ରରେ ରୁଷ ଓ ଭାରତ ମଧ୍ୟରେ ସହଯୋଗ ବଢୁଛି ଓ ବଢ଼ିବ ବୋଲି ମୋଦୀ କହିଛନ୍ତି । ଆଲୋଚନା ଅବସରରେ ପୁଟିନଙ୍କୁ ମୋଦୀ ଏକ ଉପହାର ଦେଇଛନ୍ତି । ରୁଷିଆ ନାଗରିକଙ୍କ ପାଇଁ ମାଗଣା ୩୦ ଦିନିଆ ଇ- ପର୍ଯ୍ୟଟକ ଭିସା ଏବଂ ୩୦-ଦିନିଆ ଗ୍ରୁପ୍ ପର୍ଯ୍ୟଟନ ଭିସା ଦିଆଯିବ ।
ଅଧିକ ପଢ଼ନ୍ତୁ :ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ
ଆମେରିକାର ବିରୋଧ ସତ୍ତ୍ବେ ଭାରତକୁ ରୁଷରୁ ତୈଳ ଯୋଗାଣ ଅବ୍ୟାହତ ରହିବ ବୋଲି ପୁଟିନ କହିଛନ୍ତି। ଭାରତ କହିଛି, ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରହିବ । ପ୍ରତିରକ୍ଷା, ପ୍ରଯୁକ୍ତି, ମହାକାଶ, ଶିଳ୍ପ, ଶକ୍ତି, ସ୍ବାସ୍ଥ୍ୟ, ବାଣିଜ୍ୟ, ଖାଦ୍ୟ, ସାଂସ୍କୃତିକ, ଆଣବିକ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । ବାର୍ଷିକ ବାଣିଜ୍ୟ କାରବାର ଶହେ ବିଲିଅନ ଡଲାରକୁ ବୃଦ୍ଧି ପାଇଁ ରୁଷ ଓ ଭାରତ ଉଦ୍ୟମ କରିବେ ବୋଲି କହିଛନ୍ତି । ପୁଟିନ ମଧ୍ୟ ଭାରତର ଆତିଥ୍ୟକୁ ବେଶ୍ ପ୍ରଶଂସା କରିଥିଲେ ।
ଅଧିକ ପଢ଼ନ୍ତୁ :ଅନ୍ଧାରୀ ଇଲାକାରେ ଟିପିଏନଓଡିଏଲ ପହଞ୍ଚାଇଲା ବିଦ୍ୟୁତ ସେବା, ଉପକୃତ ହେବେ ୩୭ରୁ ଅଧିକ ପରିବାର
ଆମେରିକା ସହିତ ସମ୍ପର୍କରେ ତିକ୍ତତା ଭିତରେ ପୁଟିନଙ୍କ ଭାରତ ଗସ୍ତକୁ ବିଶ୍ବରେ ଗୁରୁତ୍ବ ଦିଆଯାଉଛି। ଉଭୟ ରୁଷ୍ ଓ ଭାରତ ହାତ ମିଶାଇ ଚାଲିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/putin-2025-12-05-22-16-14.jpg)