liquor-shops Photograph: (Kanak News)
ରାଜସ୍ଥାନ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ମଦ ଦୋକାନ ଖୋଲିବା ନେଇ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ଜାତୀୟ ରାଜପଥ କଡ଼ରେ ଖୋଲିବନି ମଦ ଦୋକାନ । ଜାତୀୟ ରାଜପଥ କଡ଼ରେ ସହଜରେ ମଦ ମିଳିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢୁଥିବା ନେଇ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଏବଂ ଜାତୀୟ ହାଇୱେର ୫୦୦ ମିଟର ବ୍ୟବଧାନ ମଧ୍ୟରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ହଟାଇ ଦିଆଯାଉ ।
ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପ୍ରାୟ ୧୧୦୨ଟି ମଦ ଦୋକାନ ସିଧାସଳଖ ପ୍ରଭାବିତ ହେବାକୁ ଯାଉଛି । କୋର୍ଟ ରାଜ୍ୟ ସରକାର ଓ ଅବକାରୀ ବିଭାଗକୁ ଦୁଇ ମାସ ମଧ୍ୟରେ ସମସ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ସଡ଼କ ସୁରକ୍ଷା ଓ ଜନହିତକୁ ନେଇ ଉଠିଥିବା ମାମଲାର ଶୁଣାଣି ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ଅଧିକ ପଢ଼ନ୍ତୁ : ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ, ହଂକଂର ତାଇପୋ ଅଞ୍ଚଳର ସରକାରୀ କମ୍ପ୍ଲେକ୍ସ୍ରେ ନିଆଁ ଲାଗି ୪୪ ମୃତ
କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ରହିବାରୁ ଗାଡ଼ି ଚାଳକଙ୍କୁ ସହଜରେ ମଦ ମିଳିଯାଉଛି । ଯାହା ଫଳରେ ସେମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଛନ୍ତି । ଯାହା ଦ୍ୱାରା ଦୁର୍ଘଟଣାର ସମ୍ଭାବନା ବଢ଼ିଯାଉଛି । କୋର୍ଟ ସ୍ପଷ୍ଟ କରିଛି ଯେ ସଡ଼କ ସୁରକ୍ଷାଠାରୁ ବଡ଼ ହିତ କୌଣସି ହୋଇପାରିବ ନାହିଁ ।
ଜଷ୍ଟିସ ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କ ବେଞ୍ଚ କହିଛି ଯେ ଯଦି ସରକାର ଏବଂ ପ୍ରଶାସନ ସମୟରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି । ତେବେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିବ । ଯାହାକୁ ବର୍ଦାସ୍ତ କରାଯିବ ନାହିଁ । ଦୁଇ ମାସରେ ମଧ୍ୟରେ ସମସ୍ତ ମଦ ଦୋକାନକୁ ହାଇୱେରୁ ସ୍ଥାନାନ୍ତ କରାଯାଉ । ରାଜ୍ୟ ଓ ଜାତୀୟ ରାଜପଥର ସର୍ବନିମ୍ନ ୫୦୦ ମିଟର ଦୂରତାରେ ମଦ ଦୋକାନକୁ ସ୍ଥାନାନ୍ତର କରାଯାଉ । ସ୍ଥାନାନ୍ତର ସମୟରେ ସମସ୍ତ ସୁରକ୍ଷା ନିୟମ ପାଳନ କରିବା ଅନିବାର୍ଯ୍ୟ । ଅବକାରୀ ବିଭାଗକୁ ପ୍ରତ୍ୟେକ ମଦ ଦୋକାନର ଠିକଣା ଓ କାର୍ଯ୍ୟ ଅଗ୍ରଗତି କୋର୍ଟକୁ ଦେବାକୁ ପଡ଼ିବ । ରାଜପଥରୁ ଦୃଶ୍ୟମାନ ମଦ ବିଜ୍ଞାପନ, ହୋର୍ଡିଂ ଏବଂ ସାଇନ୍ ବୋର୍ଡ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ । ଯଦି ଏହା ମିଳେ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Follow Us