କନକ ବ୍ୟୁରୋ: ବାପା...ମୁଁ ତୁମ ସୁନା ଝିଅ ସୋନାକ୍ଷୀ କହୁଛି... ତୁମେ ମା’ଙ୍କୁ ନୁହେଁ ମଦ ବୋତଲକୁ ବାଛିଥିଲ କିନ୍ତୁ ମୁଁ କେବେ ତୁମକୁ ପ୍ରଶ୍ନ କରିନଥିଲି କି ଦୋଷ ବି ଦେଉନଥିଲି । ହେଲେ ବାପା ଜାଣିଛ! ତୁମ ଦୁଇଜଣଙ୍କ ବିଚ୍ଛେଦର ଭାର ମୋତେ ଶାନ୍ତିରେ ଶୁଆଇ ଦେଉନଥିଲା ବରଂ ମୋତେ ଶାସ୍ତି ଦେଉଥିଲା । ଆଉ ଏ ସବୁ ଦୁଃଖଠୁ ବଳିଯାଇଥିଲା ତୁମର ସବୁଦିନିଆ ନିଶାପ୍ରତି ପ୍ରେମ, ନିଶା ସହ କାଟୁଥିବା ସବୁ ସମୟ । ହଁ ବାପା ମୁଁ ଡରୁଥିଲି, ଡରି ଡରି ଘର ଭିତରେ, ମନର ମଲାଟରେ ମରୁଥିଲି । ଘର ଭିତରେ ଜୀବନଟା ସତେ ଯେମିତି ଯନ୍ତ୍ରଣାର ଯୁଦ୍ଧଭୂମି ଭଳି ଲାଗୁଥିଲା । ବାପା ତୁମେ ଅବୁଝା ହେଲ, ସେ ମଦ ବୋତଲ ପାଇଁ ମା’ର ହାତ ଛାଡ଼ିଦେଲ, ତୁମ ଗୃହଲକ୍ଷ୍ମୀକୁ ଗୋଇଠା ମାରି ମଦ ଗିଲାସକୁ ଆପଣାଇ ନେଲ । ଭାରି ବାଧିଲା ବାପା... ମୁଁ ଜୀବନ ହାରିବା ପୂର୍ବରୁ ମା’କୁ ସକାଳୁ ସକାଳୁ ନେହୁରା ହେଲି, ଅଳି କରି ମା’କୁ ଘରକୁ ଡାକିଲି । ତୁମ ମଦ ନିଶାର ଜିଦ୍ ଭଳି ମା’ର ଜିଦ୍ ବି ମୋତେ ପର କରିଦେଲା ।

Advertisment

ଶେଷରେ ସବୁ ଚେଷ୍ଟା କରି ହାରିଯିବା ପରେ, ମନ୍ଦିରକୁ ଯାଇ ଠାକୁରଙ୍କୁ ମନକଥା ଜଣାଇଲି ହେଲେ ସେ ବି ପଥର ପରି କିଛି ଶୁଣିଲେନି । ଆଉ ଯେତେବେଳେ ଏ ଦୁନିଆରେ କେହି ଶୁଣିଲେନି ସେତେବେଳେ ମୁଁ ସବୁଦିନ ପାଇଁ ଦୁନିଆକୁ ଛାଡ଼ି ଚାଲିଗଲି । ତୁମେ ମଦକୁ ନିଜର କରିନେଲ ମୁଁ ମୃତ୍ୟୁକୁ ଆପଣାଇନେଲି । ବାପା... ମୁଁ ତୁମ ଉପରେ ରାଗିକି ଏଭଳି ନିଷ୍ପତ୍ତି ନେଇନି, ବରଂ ମୁଁ ଥକ୍କି ଯାଇଥିଲି ବାପା । ଆଉ ସହି ପାରିଲିନି । ଯଦି ତୁମେ ନିଶା ଛାଡ଼ି ଦେଇଥାନ୍ତ ଆଜି ମୁଁ ଶବ ହୋଇନଥାନ୍ତି । ବାପା ମୁଁ ଆଉ ଫେରିବା ସମ୍ଭବ ନୁହେଁ କିନ୍ତୁ ତୁମେ ତ ସେ ମଦର ମାୟାଜାଲରୁ ମୁକୁଳି ଆସ, ମୋ ପାଇଁ ନୁହେଁ କି ମା’ ପାଇଁ ନୁହେଁ ଥରେ ନିଜ ପାଇଁ ବଞ୍ଚିବାକୁ ଚେଷ୍ଟା କର ବାପା... ଅଫେରାରାଇଜରୁ ଇତି ତୁମର ସୋନାକ୍ଷୀ...।

ଅଧିକ ପଢ଼ନ୍ତୁ--ଭିକ ମାଗିବାରେ ରେକର୍ଡ ଭାଙ୍ଗିଲା ପାକ୍ ; ହାତପତାଇ ଧନୀ ହେଲେ ପାକିସ୍ତାନୀ ଭିକାରି