କନକ ବ୍ୟୁରୋ: ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ । ହଂକଂର ତାଇପୋ ଅଞ୍ଚଳରେ ଥିବା ଏକ ସରକାରୀ କମ୍ପ୍ଲେକ୍ସ୍ରେ ଭୟଙ୍କର ନିଆଁ ଲାଗିଛି । ୮ଟି ବ୍ଲକ୍ରୁ ୭ଟିରେ ନିଆଁ ବ୍ୟାପି ଯିବାରୁ ଅତି କମ୍ରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ବେଳେ ୩୦୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ଅଛନ୍ତି ।
ଅଧିକ ପଢନ୍ତୁ ; ମଝି ରାସ୍ତାରେ ଜଗିଥିଲା ଯମ : ମଦିନା ପହଞ୍ଚିବା ପୂର୍ବରୁ ମାରିଦେଲା ନିଆଁ
ପ୍ରାୟ ୭୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଇବା ଲାଗି ୧୨୮ଟି ଫାୟାର ଇଞ୍ଜିନ ଓ ୫୭ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି । ଏହା ହଂକଂର ଅନ୍ୟତମ ବଡ଼ ଅଗ୍ନିଶମ ଅଭିଯାନ ବୋଲି କୁହାଯାଉଛି । ବୁଧବାର ଅପରାହ୍ନରୁ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ଆସିନାହିଁ । ଅଟ୍ଟାଳିକାଗୁଡ଼ିକର ବାହାରେ ବ୍ୟାପକ ବାଉଁଶ ଓ ପ୍ଲାଷ୍ଟିକ୍ ଜାଲ ଲଗାଯାଇଥିଲା । ଯାହା ନିଆଁକୁ ଅଧିକ ବ୍ୟାପିବାରେ ସହାୟକ ହୋଇଥିଲା । କୋଠାଗୁଡ଼ିକ ଅତି ପାଖାପାଖି ଥିବାରୁ ନିଆଁ ସହଜରେ ଗୋଟିଏ ବ୍ଳକରୁ ଅନ୍ୟ ବ୍ଳକକୁ ବ୍ୟାପିଥିଲା । ଦଶନ୍ଧି ପରେ ହଂକଂର ସବୁଠୁ ଭୟଙ୍କର ନିଆଁ ଲାଗିଥିବା କୁହାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଷ୍ଟୋରୀ ଅପଡେଟ୍ ହେଉଛି…
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/27/hong-kong-fire-2025-11-27-08-24-27.jpg)