କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ମେଡ଼ିକାଲ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଆସନ୍ତାକାଲି ୬ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ପୋଲିସ । ଟିଆଇ ପରେଡର ରିପୋର୍ଟ ମଧ୍ୟ ଦାଖଲ ସରିଛି ।
କୋଲକାତା ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏଯାଏଁ ଦୋଷୀଙ୍କୁ ମିଳିନି ଦଣ୍ଡ । ଇତି ମଧ୍ୟରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୁଲିସ ତଦନ୍ତ କରୁଛି । ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ପରେ ଟିଆଇ ପରେଡ୍ କରାଯିବ । ପୀଡ଼ିତା ମେଡିକାଲରୁ ଡିସ୍ଚାର୍ଜ ହେବା ପରେ ପୁଲିସ୍ ସୁରକ୍ଷାରେ ଅଛନ୍ତି । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଟିଆଇ ପରେଡ୍ ପରେ ସେ ଘରକୁ ଆସିବେ ।
ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ସ୍ପଟରେ ତଦନ୍ତ କରିଛି । ପୀଡ଼ିତାଙ୍କ ବାପା ଓଡ଼ିଶା ଫେରି ଆସିଥିବା ବେଳେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ଓଡ଼ିଶାରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ନ ମିଳିଲେ ବାଧ୍ୟ ହୋଇ ଝିଅ ସେଇଠି ପଢ଼ିବ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/odia-medical-student-2025-10-30-18-23-39.jpeg)