କନକ ବ୍ୟୁରୋ : କୋଲକାତା ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏଯାଏଁ ଦୋଷୀଙ୍କୁ ମିଳିନି ଦଣ୍ଡ । ଇତି ମଧ୍ୟରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୁଲିସ ତଦନ୍ତ କରୁଛି । ଆସନ୍ତାକାଲି ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର ହେବେ ଅଭିଯୁକ୍ତ । ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ପରେ ଟିଆଇ ପରେଡ୍ କରାଯିବ । ପୀଡ଼ିତା ମେଡିକାଲରୁ ଡିସ୍‌ଚାର୍ଜ ହେବା ପରେ ପୁଲିସ୍ ସୁରକ୍ଷାରେ ଅଛନ୍ତି । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଟିଆଇ ପରେଡ୍ ପରେ ସେ ଘରକୁ ଆସିବେ ।

Advertisment

ଅନ୍ୟପଟେ ସାଇଣ୍ଟିଫିକ୍‌ ଟିମ୍ ସ୍ପଟରେ ତଦନ୍ତ କରିଛି । ପୀଡ଼ିତାଙ୍କ ବାପା ଓଡ଼ିଶା ଫେରି ଆସିଥିବା ବେଳେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ଓଡ଼ିଶାରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ନ ମିଳିଲେ ବାଧ୍ୟ ହୋଇ ଝିଅ ସେଇଠି ପଢ଼ିବ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା ।