କନକ ବ୍ୟୁରୋ : ଏସଆଇଆର ବିରୋଧରେ ମମତା ବାନାର୍ଜୀଙ୍କ ରଣ ହୁଙ୍କାର । ଆଜି ଉତ୍ତର ୨୪ ପ୍ରଗଣାରେ ବିଶାଳ ପଦଯାତ୍ରା କରି ଏସଆଇଆରକୁ ଜୋରଦାର ବିରୋଧ କରିଛନ୍ତି । ମମତା କହିଛନ୍ତି ଏସଆଇଆର ବାହାନାରେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ଯଦି ତାଙ୍କର କିଛି କ୍ଷତି ହୁଏ ତେବେ ପୂରା ଦେଶରେ ବିଜେପିର ମୂଳଦୂଆ ଦୋହଲାଇଦେବେ । ଏଥିସହ ମମତା କହିଛନ୍ତି କୌଣସି ପରିସ୍ଥିତିରେ ରାଜ୍ୟରେ ଏଣ୍ଟ୍ରି କରିପାରିବନି ବିଜେପି ।
ସେପଟେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଯୁକ୍ତି କିନ୍ତୁ ଅଲଗା । ଏସଆଇଆର ଏକ ଜରୁରୀ ଗଣତାନ୍ତ୍ରିକ ପ୍ରକ୍ରିୟା । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହା ଆବଶ୍ୟକ । ଏସଆଇଆର ବିରୋଧରେ ଅପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିହାର ପରେ ପଶ୍ଚିମବଙ୍ଗରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଅନୁମାନ କରାଯାଉଛି ଏଥରକ ୧୦ଲକ୍ଷ ଭୋଟର ତାଲିକାରୁ ବାଦ ପଡିପାରନ୍ତି । ସେପଟେ ବିଜେପି ମମତାଙ୍କୁ ପ୍ରଶ୍ନ କରିଛି ।
ଅଧିକ ପଢ଼ନ୍ତୁ : ଏସଆଇଆର ଭୟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା, ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ମଧ୍ୟରେ ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା । ଦକ୍ଷିଣ ଦିନାଜପୁରର ଶାନ୍ତ ଗାଁରେ ମଙ୍ଗଳବାର ଦିନ ୬୫ ବର୍ଷିୟ ଉସ୍ମାନ ମଣ୍ଡଳ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ରହିଛି କି, ଭୋଟର ତାଲିକାରେ ତାଙ୍କର ଜାତି ଭୁଲ ରହିଛି ଓ ତାଙ୍କୁ ବିଦେଶୀ ବୋଲି ଘୋଷଣା କରାଯିବା ଡରରେ ସେ ଆତ୍ମହତ୍ୟା କରିଛନ୍ତି ।
ସରକାରରେ ଥିବା ତୃଣମୂଳ କଂଗ୍ରେସ ଏନେଇ କେନ୍ଦ୍ର ଓ ରାଜ୍ୟର ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରିଛି । କୁମାରଗଞ୍ଜର ବିଧାୟକ ତୋରାଫ ହୁସେନ କହିଛନ୍ତି କି, ଏସଆଇଆର ନାମରେ ମୁସଲମାନଙ୍କୁ ଟାର୍ଗେଟ୍ କରିବ ଓ ଦେଶର ବାହାର କରିବାକୁ ଯୋଜନା ଚାଲଇଛି । ଉସ୍ମାନ ମଣ୍ଡଳଙ୍କ ଆତ୍ମହତ୍ୟାର ଏହାର ପ୍ରମାଣ ବୋଲି ସେ କହିଛନ୍ତି ।
ବିଧାୟକ ଦାବି କରିଛନ୍ତି କି, ଏସଆଇର ହେବା ନେଇ ଘୋଷଣା ହେବା ପରେ ସାରା ରାଜ୍ୟରେ ଅତିକମରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ସେହି ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁମାନେ ନିଜର ପରିଚୟପତ୍ର ପ୍ରମାଣ ଦେବାକୁ ନେଇ ଚିନ୍ତାରେ ଥିଲେ । ହେଲେ ଉସ୍ମାନ ମଣ୍ଡଳଙ୍କ ମୃତ୍ୟୁକୁ ପୁଲିସ ଆତ୍ମହତ୍ୟା ବୋଲି କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/25/mamata-banerjee-2025-11-25-21-11-14.jpg)