Bangladesh High Commissioner Photograph: (Kanak News)
କନକ ବ୍ୟୁରୋ : ବାଂଲାଦେଶ ସହ ଭାରତର ସମ୍ପର୍କ ବିଗିଡ଼ିବାରେ ଲାଗିଛି । ପ୍ରଥମେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ ଆଉ ଏବେ ଦୂତାବାସ ଅଧିକାରୀଙ୍କୁ ଧମକ । ନୀଚ ହରକତ କରି ଭାରତ ସହ ସମ୍ପର୍କ ବିଗାଡୁଥିବା ବାଂଲାଦେଶକୁ ଏବେ ଜବାବ ଦେଇଛି ଭାରତ ।
ଭାରତୀୟ ଦୂତାବାସା ବାହାରେ ପ୍ରଦର୍ଶନ, ହାଇକମିଶନରଙ୍କୁ ଧମକ । ଢ଼ାକାରେ ଘଟୁଥିବା ଏହି ଘଟଣା ଗୁଡିକୁ ଗମ୍ଭୀରତା ସହ ଗ୍ରହଣ କରିଛି ଭାରତ । ବାଂଲାଦେଶ ହାଇକମିଶନର ଏଚ ହମିଜ ରିୟାଦୁଲ୍ଲାଙ୍କୁ ସମନ ପଠାଇ ଭାରତ ତଲବ କରିଛି । କୁହାଯାଉଛି ଯଦି ସ୍ଥିତି ଅଣଆୟତ ହୁଏ । ତେବେ ଢ଼ାକାସ୍ଥିତ ଦୂତାବାସକୁ ବନ୍ଦ କରିବାକୁ ମଧ୍ୟ ପଛାଇବନି ଭାରତ ।
ଅଧିକ ପଢ଼ନ୍ତୁ : ଓଡିଶାରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ : ମୁଖ୍ୟମନ୍ତ୍ରୀ
ସେପଟେ ଭାରତ ବିରୋଧରେ ବିଷ ଉଗାରୁଛନ୍ତି ବାଂଲାଦେଶୀ ନେତା । ସିଟିଜେନ ପାର୍ଟିର ନେତା ହସନତ ଅବଦୁଲ୍ଲା ସୋମବାର ନେତା ଭାରତକୁ ଧମକ ଦେଇଥିବା ଘଟଣାକୁ ଭାରତ କଡ଼ା ଶଦ୍ଧରେ ସମାଲୋଚନା କରିଛି । ଜନସଭାରେ ହସନତ କହିଥିଲେ ବାଂଲାଦେଶରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ଆଶ୍ରୟ ଦିଆଯିବ । ବିଚ୍ଛିନ୍ନତାବାଦୀଙ୍କୁ ଶରଣ ମିଳିବ । କେବଳ ସେତିକି ନୁହେଁ ଭାରତ-ବାଂଲାଦେଶ ସୀମା ସଂଲଗ୍ନ ପୂର୍ବୋତର ରାଜ୍ୟର ୭ ଭଉଣୀ ଭାବେ ଜଣାଯାଉଥିବା ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରାକୁ ଭାଗ ଭାଗ କରିବାକୁ ମଧ୍ୟ ଧମକ ଦେଇଛନ୍ତି । ସେପଟେ ବାଂଲାଦେଣୀ ନେତାଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେବ ଅଥବା ଇସ୍କନ ବିବାଦ । ଏପରିକି ଦିଲ୍ଲୀରେ ଶେଖ ହସିନାଙ୍କ ଆଶ୍ରୟ । ସର୍ବମୋଟ ଭାରତ ଓ ବାଂଲାଦେଶ ମଧ୍ୟରେ କିଛି ଠିକ ନାହିଁ । ରାଜନୀତିଠୁ କୁଟନୀତି ସବୁଥିରେ ଏବେ ଫାଟ ଦୁଇ ଦେଶର ସମ୍ପର୍କକୁ ଅଧିକ ତିକ୍ତତାପୂର୍ଣ୍ଣ କରିଛି ।
Follow Us