କନକବ୍ୟୁରୋ : ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା । ଆଜି ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ସେପଟେ ସ୍ବାସ୍ଥ୍ୟ, ଅର୍ଥ, ଆଇଟି , ସାଧାରଣ ପ୍ରଶାସନ, ଗୃହ ବିଭାଗର ରହିଛି ପ୍ରଶ୍ନକାଳ । ତେବେ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା ଓ ମଣ୍ଡି ଅଚଳାବସ୍ଥା ପ୍ରସଙ୍ଗ ନେଇ ବିରୋଧୀ ହଙ୍ଗାମା କରିପାରନ୍ତି ।
ଅଧିକ ପଢନ୍ତୁ.. ବିଧାନସଭାରେ ଦୁଇ ନେତା ମୁହାଁମୁହିଁ: ସ୍ୱାସ୍ଥ୍ୟମନ୍ତ୍ରୀ VS ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ
ଏଥିସହ ବାଂଲାଦେଶୀକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ , ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣ ଙ୍କୁ ବାଂଲାଦେଶ ପଠା ଗଲାଣି । ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠାଯାଇଛି । ୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/01/1-2025-12-01-12-52-35.jpg)