Delhi Pollution Protest Photograph: (Kanak News)
କନକ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗରେ ଜୋରଦାର ବିକ୍ଷୋଭ, କିନ୍ତୁ ଏଥରକ ଚିତ୍ର ଥିଲା ସବୁଠୁ ଅଲଗା ଓ ଆଶ୍ଚର୍ଯ୍ୟଜନକ । କାରଣ ପ୍ରଦର୍ଶନକାରୀମାନେ ନିହତ ନକ୍ସଲ ହିଡ୍ମା ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ତା’ ଫଟୋ ଥିବା ପୋଷ୍ଟର ଧରି ଇଣ୍ଡିଆ ଗେଟ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଲିସ ଆଖିରେ ଲଙ୍କାଗୁଣ୍ଡ ପକାଇବା ଅଭିଯୋଗରେ ୨୦ରୁ ଅଧିକଙ୍କୁ ଗିରଫ କରାଯାଇଛି ।
ଦିନକୁ ଦିନ ବିଷ ପାଲଟୁଛି ଦିଲ୍ଲୀର ବାୟୁ । ପ୍ରଦୂଷଣ ବିରୋଧରେ ଦିଲ୍ଲୀ ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ରାଜନୈତିକ ଦଳ କେବେ ପ୍ରଦର୍ଶନ କରୁଛନ୍ତି ତ ପୁଣି କେବେ ସାମ୍ବାଦିକ ସମ୍ମିଳନୀ କରି ଘେରୁଛନ୍ତି । କିନ୍ତୁ ରବିବାର ସଂଧ୍ୟାରେ ଇଣ୍ଡିଆ ଗେଟ୍ ସମ୍ମୁଖରେ ଦେଖିକୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଚିତ୍ର । ନିପାତ ନକ୍ସଲ ନେତା ହିଡ଼ମା ସମର୍ଥନରେ ପ୍ଲା କାର୍ଡ ଧରି ଗୁଣଗାନ କରୁଥିଲେ ଯୁବ ପ୍ରଦର୍ଶକାରୀ । ଏଠି ପ୍ରଶ୍ନ ଉଠିପାରେ, ହଠାତ୍ ବାୟୁ ପ୍ରଦୂଷଣ ବିରୋଧୀ ପ୍ରଦର୍ଶନରେ କାହିଁକି ଉଠିଲା ନକ୍ସଲ ହିଡ଼ମାର ନାଁ ? କାହିଁକି ‘ହିଡ଼ମା ଅମର ରହେ’ ସ୍ଲୋଗାନ ଦେଉଥିଲେ ପ୍ରଦର୍ଶନକାରୀ ? କାହିଁକି ନକ୍ସଲଙ୍କୁ ମହିମାମଣ୍ଡିତ କରିଥିଲେ ?
ଅଧିକ ପଢ଼ନ୍ତୁ : ଦିଲ୍ଲୀ ବିସ୍ଫୋରଣ ପାଇଁ ମିଳିଥିଲା ୪୦ ଲକ୍ଷ, ଟଙ୍କା ଭାଗବଣ୍ଟାକୁ ନେଇ ହୋଇଥିଲା ଝଗଡ଼ା
ପୁଲିସ ଧାରଣାସ୍ଥଳରୁ ପ୍ରଦର୍ଶନକାରୀଙ୍କୁ ଉଠାଇବା ସମୟରେ ଆକ୍ରଣମର ଶିକାର ମଧ୍ୟ ହୋଇଛି । ପୁଲିସକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗରେ ୨୦ରୁ ଅଧିକଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ପ୍ରଦର୍ଶନକାରୀଙ୍କ ମଧ୍ୟରେ କିଛି ଅସାମାଜିକ ତତ୍ତ୍ୱ ପଶି ଏଭଳି ଷଡ଼୍ଯନ୍ତ୍ର କରିଥିଲେ । ସେମାନଙ୍କୁ ଖୋଜାଯାଉଛି ଓ ଏହା ପଛରେ କିଏ ରହିଛି ନେଇ ଛାନବିନ କରୁଛି ପୁଲିସ ।
ପ୍ରଦର୍ଶନକାରୀଙ୍କ ଯୁକ୍ତି, ହିଡ଼୍ମା ଯେଉଁଭଳି ଭାବେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ, ସେଭଳି ନିଜେ ବଞ୍ଚିବାର ଅଧିକାର ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏନେଇ ସରକାରଙ୍କଠୁ ସମସ୍ୟା ସମାଧାନ ଓ ଦାବି କରିଛନ୍ତି । ତେବେ ପ୍ରଶ୍ନ ଉଠିପାରେ ହିଡ଼୍ମାକୁ ଆଦର୍ଶ ମାନି ପ୍ରଦର୍ଶନ କରିବା ପଛର ପ୍ରକୃତ କାରଣ କ’ଣ ହୋଇପାରେ ? ସେମାନଙ୍କ ଯୁକ୍ତିକୁ କ’ଣ ସହଜରେ ଗ୍ରହଣ କରାଯାଇପାରିବ କି ?
Follow Us