କନକ ବ୍ୟୁରୋ: ଦିଲ୍ଲୀରେ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ରାଷ୍ଟ୍ରୀୟ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୫୦୦ ଛୁଇଁଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ ହାନିକାରକ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ସ୍ତର ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏହି ସମସ୍ତ ସ୍ଥାନ ଗୁଡ଼ିକ ହେଉଛି ରୋହିଣୀ, ବାୱାନା, ଜାହାଙ୍ଗୀରପୁରୀ, ଅଶୋକ ବିହାର, ଆନନ୍ଦ ବିହାର, ଆଇଟିଓ, ଏବଂ ଚାନ୍ଦନୀଚୌକ । ସିଏକ୍ୟୁଏମ୍ ଅନୁଯାୟୀ, ପବନର ମନ୍ଥର ବେଗ, ସ୍ଥିର ବାୟୁମଣ୍ଡଳ, ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ ପ୍ରଦୂଷକଗୁଡ଼ିକ ବାୟୁମଣ୍ଡଳରେ ଖେଳେଇ ହୋଇ ନ ପାରିବା ଯୋଗୁଁ ଏହି ବୃଦ୍ଧି ଘଟିଛି ।
ମୋକିମଙ୍କ ଉପରେ ପୁଣି ବର୍ଷିଲେ ଭକ୍ତ; କହିଲେ, କିଏ ସେ ଗୋଟିଏ ଥର ଆସେମ୍ଲି ଜିତିଛନ୍ତି
ସେପଟେ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ବଢୁଛି ରୋଗୀଙ୍କ ସଂଖ୍ୟା । ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ରାଜଧାନୀ ବାସୀଙ୍କୁ ପରାମର୍ଶ ଦିଆଯାଇଛି । ସେପେଟ ବୟସ୍କ, ଗର୍ଭବତୀ, ରୋଗୀ ଓ ଶିଶୁଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଘନ କୁହୁଡ଼ି ଯୋଗୁଁ ବିମାନ ଅବତରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯେଉଁ କାରଣରୁ ଅନେକ ବିମାନସେବା ପ୍ରଦାନକାରୀ କମ୍ପାନୀ ନିଜର ଉଡ଼ାଣକୁ ବାତିଲ କରିଛନ୍ତି । ସେହିପରି ଦିଲ୍ଲୀ ସମେତ ଉତ୍ତର ଭାରତରେ ଘନ କୁହୁଡି କାରଣରୁ ରେଳ ଚଳାଚଳ ମଧ୍ୟ ଆଶିଂକ ଭାବେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।
ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ, ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅନଲାଇନ କ୍ଲାସ ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଯେ ବାୟୁ ପ୍ରଦୂଷଣର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ଅଧିକ ଗୁରୁତର, ଯାହା ଶ୍ୱାସକ୍ରିୟା ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ । ସତର୍କତାମୂଳକ ପଦକ୍ଷେପ ଏହାକୁ ଦୃଷ୍ଟିରେ ରଖି ନିଆଯାଇଛି । ଅନ୍ୟପଟେ ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ବ୍ରିଟେନ ଏବଂ କାନାଡା ଦିଲ୍ଲୀରେ ରହୁଥିବା ସେମାନଙ୍କର ନାଗରିକମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/16/delhi-pollution-choking-ai-gener-2025-12-16-07-29-19.jpg)