କନକ ବ୍ୟୁରୋ:  କେବେ ସୁଧୁରିବ ଦିଲ୍ଲୀ ସ୍ଥିତି ? ନିୟନ୍ତ୍ରଣକୁ ଆସୁନି ରାଷ୍ଟ୍ରୀୟ ରାଜଧାନୀ  ଦିଲ୍ଲୀ ଓ ଏହା ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ । ବାୟୁ ଗୁଣବତ୍ତା ଅତି ଖରାପରୁ ଆହୁରି ଖରାପ ବା ସିଭିୟର ପ୍ଲସ୍ ହେବାରେ ଲାଗିଛି।  ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀ ଏକ୍ୟୁଆଇ ଥିଲା ୪୫୬ । ଚଳିତ ଋତୁର ଏହା ଦ୍ବିତୀୟ ଖରାପ ଏକ୍ୟୁଆଇ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । ଲୋକ ଶ୍ବାସକ୍ରିୟାରେ ସମସ୍ୟା ଭୋଗୁଛନ୍ତି । ଲୋକ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚିନ୍ତା କଲେଣି  । ଆଜି ସକାଳୁ ଦିଲ୍ଲୀ ଏନସିଆର୍ ଆକାଶ ଘନ କୁହୁଡ଼ିରେ ଘୋଡ଼ାଇ ହୋଇରହିଥିବାରୁ ଲୋକ ଅସୁବିଧାର ସାମ୍ନା କରୁଛନ୍ତି ।  ଖରାପ ପାଗ ସାଙ୍ଗକୁ ବାୟୁ ପ୍ରଦୂଷଣ ଯୋଗୁ ଚିନ୍ତା ବଢ଼ିଯାଇଛି ।

Advertisment

ଅଧିକ ପଢନ୍ତୁ : ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ମେଳି; ଭୋଟ୍ ଚୋରି ଅଭିଯୋଗ ନେଇ ବିଶାଳ ରାଲି

ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯାଇଥିବାରୁ ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ଶତାଧିକ ବିମାନ ବାତିଲ ହୋଇଥିବା ବେଳେ ୩ ଶହ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଖୋଲାରେ ଅଳିଆ ଆବର୍ଜନା ଜାଳିଲେ ୫ ହଜାର  ଟଙ୍କା ଜରିମାନା ସହ ହୋଟେଲ ଓ ରେଷ୍ଟୁରାଣ୍ଟରେ କୋଇଲା ଏବଂ କାଠ ବ୍ୟବହାର ଉପରେ ଲାଗିଛି କଟକଣା।  ଦିଲ୍ଲୀ ପାଖ ରାଜ୍ୟଗୁଡ଼ିକରେ କ୍ଷେତରେ ନଡ଼ା ଜାଳିବା ଉପରେ ମଧ୍ୟ କଟକଣା ଲାଗିଛି ।  ତଥାପି ସ୍ଥିତି ସୁଧୁରିନାହିଁ ।  ଦିଲ୍ଲୀ ବାୟୁ ପ୍ରଦୂଷଣ  ନେଇ ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ । 

କେବେ ସୁଧୁରିବ ଦିଲ୍ଲୀ ସ୍ଥିତି?   
ନିୟନ୍ତ୍ରଣକୁ ଆସୁନି ବାୟୁ ପ୍ରଦୂଷଣ
ଅତି ଖରାପରୁ ଆହୁରି ଖରାପ ହେଉଛି
ସକାଳ ୬ଟା ସୁଦ୍ଧା ଦିଲ୍ଲୀ ଏକ୍ୟୁଆଇ ଥିଲା ୪୫୬
ଚଳିତ ଋତୁର ଏହା ଦ୍ବିତୀୟ ଖରାପ ଏକ୍ୟୁଆଇ 
 ଲୋକ ଶ୍ବାସକ୍ରିୟାରେ ସମସ୍ୟା ଭୋଗୁଛନ୍ତି
ଦିଲ୍ଲୀରୁ ଲୋକ ଅନ୍ୟତ୍ର ପଳାଇବାକୁ ଚିନ୍ତା କଲେଣି
ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ
ଶତାଧିକ ବିମାନ ବାତିଲ, ୩ ଶହ ବିମାନ ଚଳାଚଳରେ ବିଳମ୍ବ
ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ 
ଦିଆ ଯାଉଥିବା ନିର୍ଦ୍ଦେଶ ପାଳନ ହେଉନାହିଁ: କୋର୍ଟ
ଲୋକ ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି
ପ୍ରଦୂଷଣ ପାଇଁ ଗରିବ ଶ୍ରେଣୀ ଅଧିକ ପ୍ରଭାବିତ: କୋର୍ଟ
ଦିଲ୍ଲୀ ପ୍ରଦୂଷଣ ନେଇ ୧୭ ତାରିଖରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି