କନକ ବ୍ୟୁରୋ: ଉଦଯାପିତ ହୋଇଛି ସୋମନାଥ ସ୍ୱାଭିମାନ ପର୍ବ । ଗୁଜାରଟର ପ୍ରସିଦ୍ଧ ସୋମନାଥ ଶୈବପୀଠରେ ହଜାର ହଜାର ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ, ଉଦଯାପନୀ ସମାରୋହରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବ୍ୟ ଶୌର୍ଯ୍ୟ ଯାତ୍ରା ଓ ପୂଜାର୍ଚ୍ଚନା କରିବା ସହ, ଉଦବୋଧନ ଦେଇ ବଖାଣିଛନ୍ତି ସୋମନାଥ କ୍ଷେତ୍ରର ହଜାରେ ବର୍ଷର ଆକ୍ରମଣ, ଲୁଣ୍ଠନ ଓ ପୁନଃନିର୍ମାଣର ଇତିହାସ ।
ଅଧିକ ପଢ଼ନ୍ତୁ : ଆର୍ଆଇ ନା ବାଲି ମାଫିଆ ?
ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ଉପରେ ପଡ଼ିଥିଲା ବିଦେଶୀ ଶକ୍ତିର ଲୋଲୁପ ଦୃଷ୍ଟି । ଗୁଜରାଟର ଏହି ପ୍ରସିଦ୍ଧ ଶୈବପୀଠ ଉପରେ ପ୍ରଥମ ଆକ୍ରମଣ କରିଥିଲା ମହମ୍ମଦ ଗଜନୀ । କୁହାଯାଏ, ୧୭ ଥର ଲୁଣ୍ଠନର ଶିକାର ହୋଇଥିଲା ସ୍ୱର୍ଣ୍ଣ ଓ ରତ୍ନ ମଣ୍ଡିତ ସୋମନାଥ ମନ୍ଦିର । ଗଜନୀରୁ ଔରଙ୍ଗଜେବ ପର୍ଯ୍ୟନ୍ତ ବାରମ୍ୱାର ଆକ୍ରମଣ ସତ୍ତ୍ୱେ ଆଜି ବି ନିଜ ସ୍ଥିତି ବଜାୟ ରଖିଛି ସୋମନାଥ ମନ୍ଦିର ।... ଏହା ଅତୁଟ ଆସ୍ଥାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଆକ୍ରମଣର ହଜାରେ ବର୍ଷ ପୂର୍ତ୍ତି ଅବସରରେ ପାଳିତ ସୋମନାଥ ସ୍ୱାଭିମାନ ପର୍ବ ଆଜି ଉଦଯାପିତ ହୋଇଛି । ଏହି ଅବସରରେ ବିରୋଧୀଙ୍କ ଉପରେ ନିଶାନା ସାଧିଛନ୍ତି ମୋଦୀ । କହିଛନ୍ତି- ମୋଗଲ ଶାସନ କାଳରେ ଏହି ମନ୍ଦିରକୁ ମସଜିଦରେ ପରିଣତ କରିବା ପାଇଁ ଚେଷ୍ଟା ହୋଇଥିଲା । ସ୍ୱାଧୀନତା ପରେ ମଧ୍ୟ ଇଂରେଜ ମାନସିକତା ଥିବା ଲୋକ ଆମ ଗୌରବମୟ ଇତିହାସକୁ ଲିଭାଇ ଦେବାକୁ ଚେଷ୍ଟା କରିଥିଲେ । ଏହି ଶକ୍ତିମାନେ ଏବେ ବି ସକ୍ରିୟ ଅଛନ୍ତି ।
ଅଧିକ ପଢ଼ନ୍ତୁ : ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହି ଟ୍ରୋଲ୍ ହେଲେ ବାଙ୍ଗର
ସୋମନାଥ ସ୍ୱାଭିମାନ ପର୍ବ, ୧୯୫୧ରେ ଏହି ଶୈବପୀଠ ପୁନଃନିର୍ମାଣର ୭୫ ବର୍ଷକୁ ମଧ୍ୟ ସୂଚାଉଛି । ଆଜି ସକାଳୁ ହାତରେ ଡମ୍ୱରୁ ଧରି ବିଶାଳ ଶୌର୍ଯ୍ୟ ଯାତ୍ରା କରିଥିଲେ ମୋଦୀ। ସାମିଲ ହୋଇଥିଲେ ୧୦୮ ଘୋଡ଼ା । ଏହାପରେ ବାବା ସୋମନାଥଙ୍କ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ କେତେବେଳେ କଳାକାରଙ୍କ ସହ ବାଦ୍ୟ ବଜାଉଥିବା, ଆଉ କେତେବେଳେ ରିଷି କୁମାରଙ୍କ ମନ୍ତ୍ରଧ୍ୱନିରେ ଅଭିଭୂତ ହେଉଥିବା ଦେଖିବାକୁ ମିଳିଥିଲା। ..ଗତ ୮ ତାରିଖ ଠାରୁ ସୋମନାଥ ଶୈବପୀଠ ଉତ୍ସବମୁଖର ଥିବା ବେଳେ, ଗତ ରାତିରେ ଦେଖିବାକୁ ମିଳିଥିଲା ଚିତାକର୍ଷକ ଡ୍ରୋନ୍ ସୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/11/36-2026-01-11-21-18-52.jpg)