କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହିବା ଯେ ତାଙ୍କୁ ବିବାଦ ଘେରକୁ ଟାଣିନେବ, କ୍ରିକେଟର୍ରୁ ଭାଷ୍ୟକାର ପାଲଟିଥିବା ସଞ୍ଜୟ ବାଙ୍ଗର ସ୍ୱପ୍ନରେ ବି ଭାବି ନଥିଲେ । ରବିବାର ଏଭଳି ଏକ ଘଟଣା କିନ୍ତୁ ଦିନ ତମାମ ସାମାଜିକ ଗଣମାଧ୍ୟମରେ ଉଷ୍ମତାର ମାହୋଲ ଭରିଥିଲା । ଅଯଥାରେ ବାଙ୍ଗର ବିବାଦ ଘେରରେ ରହିଥିଲେ ।
ସୂଚନା ଅନୁସାରେ ବାଙ୍ଗର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ପାଇଁ ହିନ୍ଦୀ ଭାଷ୍ୟକାର ପ୍ୟାନେଲରେ ସାମିଲ ଅଛନ୍ତି । ରବିବାରର ପ୍ରଥମ ମୁକାବିଲା ଅବସରରେ ସାଥୀ ଭାଷ୍ୟକାରଙ୍କ ସହ ଆଲୋଚନା କରି ‘ହିନ୍ଦୀ’କୁ ଭାରତର ରାଷ୍ଟ୍ରଭାଷା ଭାବେ ସମ୍ବୋଧନ କରିଥିଲେ ସେ । ଏହାକୁ ନେଇ କିନ୍ତୁ ଅଚାନକ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଥିଲା । ଏଥିଲାଗି କିଛି ଲୋକ ତାଙ୍କୁ ଭୀଷଣ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ ।
ଅଧିକ ପଢ଼ନ୍ତୁ : ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି
ଘଟଣାଟି ନ୍ୟୁଜିଲାଣ୍ଡ ପାଳିର ତ୍ରୟୋଦଶ ଓଭରରେ ଘଟିଥିଲା । ୱାସିଂଟନ୍ ସୁନ୍ଦର ସେହି ଓଭର ବୋଲିଂ କରୁଥିଲେ ଏବଂ ୱିକେଟ୍ ରକ୍ଷକ କେଏଲ୍ ରାହୁଲ ତାଙ୍କ ବୋଲିଂ ଗତିରେ ଖୁସି ନଥିଲେ । ଏହି ବିଷୟ ରାହୁଲ ଓ ସୁନ୍ଦର ତାମିଲ ଭାଷାରେ ଆଲୋଚନା କରିଥିଲେ । ଏହି ସମୟରେ ଭାଷ୍ୟକାର ପ୍ୟାନେଲ୍ର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ବରୁଣ ୱାସିଂଟନ୍ କ’ଣ ତାମିଲ ବୁଝି ପାରୁଥିବେ ବୋଲି ପ୍ରଶ୍ନ କରିଥିଲେ । କାରଣ ୱାସିଂଟନଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା ବେଳେ ରାହୁଲ ହେଉଛନ୍ତି କର୍ଣ୍ଣାଟକର । ଉଭୟଙ୍କ ମାତୃଭାଷା ହେଉଛି ଭିନ୍ନ। ବାଙ୍ଗର ତାଙ୍କ ସହ ଯୋଗଦେଇ ୱାସିଂଟନ୍ ବରଂ ରାଷ୍ଟ୍ରଭାଷା ହିନ୍ଦୀରେ ଭାବ ଆଦାନ ପ୍ରଦାନ କଲେ ।
ଭଲ ଭାବେରେ ବୁଝି ପାରିବେ କାରଣ ହିନ୍ଦୀ ଆମ ଜାତୀୟ ଭାଷା ବୋଲି ମତବ୍ୟକ୍ତ କରିଥିଲେ । ସେ ଏଭଳି ମନ୍ତବ୍ୟ ଦେବା ପରେ ପରେ ବହୁ ପ୍ରଶଂସକ ଏଥିନେଇ ଅନଲାଇନ୍ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭାରତର କୌଣସି ରାଷ୍ଟ୍ରଭାଷା ନାହିଁ ବୋଲି କହି ତାଙ୍କୁ ଅନ୍ଲାଇନ୍ରେ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । ହିନ୍ଦୀ ଦେଶର ଅନ୍ୟତମ ସ୍ୱୀକୃତିପ୍ରାପ୍ତ ଭାଷା ଏବଂ ବାଙ୍ଗରଙ୍କର ଏହି ବିଷୟରେ ଜ୍ଞାନ ନାହିଁ ବୋଲି କିଛି ମତ ରଖିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ତର୍କ-ବିତର୍କ କିଛି ସମୟ ପାଇଁ ଟ୍ରେଣ୍ଡ୍ କରିଥିଲା । ଏଭଳି ବିତର୍କ ଚାଲିଥିଲା ବେଳେ ଖେଳ ସ୍ୱାଭାବିକ ଭାବେ ଆଗକୁ ବଢ଼ି ଚାଲିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/11/sanjay-bangar-2026-01-11-19-49-00.jpg)