କନକ ବ୍ୟୁରୋ : ରାଜସ୍ୱ ଲୁଟୁଛନ୍ତି ଖୋଦ ରାଜସ୍ୱ ବିଭାଗର ଅଧିକାରୀ । ସୁବର୍ଣ୍ଣରେଖା ନଦୀରୁ କରୁଛନ୍ତି କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ । ବାହାନଗା ତହସିଲ ଅଧିନରେ କାର୍ଯ୍ୟରତ ଆର ଆଇ ସାଗର ବାସ୍କେଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବାଲି ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ସୁବର୍ଣ୍ଣରେଖା ନଦୀ । ପ୍ରତିଦିନ ଜେସିବି ସାହାଯ୍ୟରେ ବାଲି ଉତ୍ତଳନ କରି ହାଇଓା,ଡମ୍ପର ଏବଂ ଟ୍ରାକ୍ଟର ପଶ୍ଚିମବଙ୍ଗ ଓ ଅନ୍ୟ ସ୍ଥାନକୁ କରାଯାଉଛି ଚୋରାଚାଲାଣ ।
ସବୁଠୁ ଆଶ୍ଚର୍ଯ୍ୟର କଥା ବେଆଇନ ବାଲି ଚୋରିର ନାୟକ ସାଜିଛନ୍ତି ଖୋଦ ରାଜସ୍ୱ ଅଧିକାରୀ । କ୍ଷମତାର ଅପବ୍ୟବହାର କରି ନିଜ ସାନଭାଇ ଏବଂ ପରିବାର ସହିତ ମିଶି ଚଳାଇଛନ୍ତି ଲୁଟତରାଜ । ବାହାନଗା ରାଜସ୍ୱ ନିରିକ୍ଷକ ସାଗର ବାସ୍କେଙ୍କ ନାଁରେ ସାଂଘାତିକ ଅଭିଯୋଗ । ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣା ପଞ୍ଚାୟତ ବେଲପାଳ ବାଲି ସୈରାତରୁ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ଆରଆଇ ସାଗର ବାସ୍କେ, ତାଙ୍କ ସାନଭାଇ ଚନ୍ଦନ ବାସ୍କେ ଏବଂ ତାଙ୍କ ପରିବାର ନାଁରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ ।
ଅଧିକ ପଢ଼ନ୍ତୁ : ବିନା ତାର୍ପୋଲିନ୍ କଭର୍ରେ ଏଣିକି ଯାଇ ପାରିବନି କୌଣସି ବାଲି ବୋଝେଇ ଟ୍ରକ୍: ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ
ଜଳେଶ୍ୱର ବ୍ଲକ ମହମ୍ମଦ ନାଗର ପାଟଣା ଗ୍ରାମର ବାସିନ୍ଦା ହେଉଛନ୍ତି ସାଗର ବାସ୍କେ । ତାଙ୍କ ବିରୋଧରେ ବାଲି ଚୋରାଚାଲାଣ ନେଇ ବାରମ୍ବାର ହୋଇଆସୁଛି । ବାରମ୍ବାର ଅଭିଯୋଗ ପରେ ଗତ ବର୍ଷ ମେ’ରେ ଖାଦାନର ମୁଖ୍ୟ ରାସ୍ତାକୁ ଖୋଳି ଦେଇଥିଲେ ଖଣି ବିଭାଗ ଅଧିକାରୀ । ଏପରିକି ଜିଲ୍ଲା ପ୍ରଶାସନ ଏହି ଖାଦାନକୁ ବନ୍ଦ କରି ନାଲି ପତାକା ଲଗାଇ ୧୪୪ ଧାରା ଜାରି କରିଥିଲେ । ମାତ୍ର ଆରଆଇ ଜଣକ ନାଲି ପତାକାକୁ ଉପାଡ଼ି ଫିଙ୍ଗି ଦେଇ ପୁଣି ବାଲି ଉତ୍ତଳନ କରୁଛନ୍ତି । ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି । କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/11/revenue-officer-2026-01-11-17-39-20.jpg)