କନକ ବ୍ୟୁରୋ:ବାଲାଂଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା । ଗ୍ରୋସରୀ ଦୋକାନୀ ମୋନି ଚକ୍ରବର୍ତ୍ତିଙ୍କୁ ହାଣିଦେଲେ ହିଂସାକାରୀ । ୨୪ ଘଣ୍ଟାରେ ଦୁଇ ହିନ୍ଦୁଙ୍କୁ ହତ୍ୟା କଲେଣି ଦଙ୍ଗାକରୀ । ୧୮ ଦିନରେ ଗଲାଣି ୬ ହିନ୍ଦୁଙ୍କ ଜୀବନ । ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ । ବାଂଲାଦେଶର ଜଣେ ତେଜରାତି ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ସୋମବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୋନିଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୂର୍ବରୁ, ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । 

Advertisment

ଚିକିତ୍ସା ବିଜ୍ଞାନରେ ବଡ଼ ଉପଲବ୍ଧି: ଗର୍ଭରୁ ଜଣାପଡ଼ିବ ରୋଗ

ରାଣା ପ୍ରତାପ  ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ । କିଛି ଲୋକ ତାଙ୍କ ମୁଣ୍ଡରେ ଗୁଳି ମାଡ଼ କରିଥିଲେ । ଏହା ସହିତ ତାଙ୍କ ଗଳା ମଧ୍ୟ କାଟି ଦେଇଥିଲେ । ପଡ଼ୋଶୀ କେଶବପୁର ଉପ-ଜିଲ୍ଲାର ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ପ୍ରତାପ ଦୁଇ ବର୍ଷ ଧରି କୋପାଳିଆ ବଜାରରେ ଏକ ବରଫ କାରଖାନା ଚଳାଉଥିଲେ । ସୋମବାର ସନ୍ଧ୍ୟାରେ କିଛି ଲୋକ ତାଙ୍କୁ ବରଫ କାରଖାନାରୁ ଡାକି ଏକ ଗଳିକୁ ନେଇ ଗୁଳି କରିଥିଲେ । ଶନିବାର ଦିନ, ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଦୁଇଜଣ ପୁରୁଷ ଦୁଷ୍କର୍ମ କରିଥିଲେ । ସେମାନେ ତାଙ୍କଠାରୁ ଟଙ୍କା ମଧ୍ୟ ଦାବି କରିଥିଲେ । ଯେତେବେଳେ ସେ ଚିତ୍କାର କରିଥିଲେ, ସେମାନେ ତାଙ୍କୁ ଏକ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ । ଏହି ବର୍ବର କାର୍ଯ୍ୟକୁ ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ଏହାର ଭିଡିଓ ପ୍ରସାରିତ କରିଥିଲେ । ମହିଳା ଜଣକ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ପୂର୍ବରୁ ଜାନୁଆରି ୩ ତାରିଖରେ, ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଆକ୍ରମଣ ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା । ଏହା ଯୋଗୁ  ତାଙ୍କର ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୪ ତାରିଖରେ, ରାଜବାରୀ ସହରର ପାଂଶା ଉପଜିଲ୍ଲାରେ ଆଉ ଜଣେ ହିନ୍ଦୁ ବ୍ୟକ୍ତି ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ହତ୍ୟା କରାଯାଇଥିଲା ।