କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏସଆଇଆର୍ ଲାଗୁ ହେବା ପରେ ହଜାର ହଜାର ଅବୈଧ ବାଂଲାଦେଶୀଙ୍କ ଭାରତ ଛାଡ଼ୁଛନ୍ତି । ସୀମାରେ ଦେଖାଦେଇଛି ଅନୁପ୍ରବେଶକାରୀଙ୍କ ଭିଡ଼ । ନିର୍ବାଚନ କମିସନଙ୍କ ଦ୍ୱାରା ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍‌ର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପରେ ହଜାର ହଜାର ଅବୈଧ ବାଂଲାଦେଶୀ ପ୍ରବାସୀମାନେ ଭାରତ ଛାଡ଼ିଥିବା ଖବର ମିଳିଛି ।

Advertisment

ଅଧିକ ପଢ଼ନ୍ତୁ : ବାଂଲାଦେଶୀଙ୍କୁ ଶରଣ ଦେଇଥିବା ସିକନ୍ଦରର ମିଳୁନି ପତ୍ତା; ୫ ଦିନ ପରେ ବି ଦଲାଲ ସିକନ୍ଦର ଓ ତା' ଭାଇକୁ ଖୋଜି ପାଉନି ପୁଲିସ

ସୂଚନା ଅନୁଯାୟୀ, ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗର ବିଭିନ୍ନ ସୀମା ଚେକପୋଷ୍ଟ ଦେଇ ବାଂଲାଦେଶକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁସାରେ, ଏସଆଇଆର୍‌ ଅଭିଯାନ ହେତୁ ଧରାପଡ଼ିଯିବାର ଭୟରେ ଏହି ଲୋକମାନେ ନିଜର ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ଭଳି ଭାରତୀୟ ଦସ୍ତାବିଜ ଧରି ମଧ୍ୟ ଦେଶ ଛାଡୁଛନ୍ତି ।

ବିଶେଷ କରି ବାସିରହାଟ ଅଞ୍ଚଳର ହାକିମପୁର ଚେକପୋଷ୍ଟରେ ବାଂଲାଦେଶୀଙ୍କ ସଂଖ୍ୟା ବଢିଛି । ବିଏସଏଫ୍ ଅନୁସାରେ ଆଗରୁ ଡବଲ ଡିଜିଟ୍‌ ସଂଖ୍ୟାରେ ବର୍ଡର ମୁହାଁ ହେଉଥିବା ବେଲେ ଏବେ ଏହା ଟ୍ରିପଲ ଡିଜିଟ୍‌ରେ ପହଞ୍ଚିଛି । ଯେଉଁଠାରେ ପ୍ରତିଦିନ ଶହ ଶହ ଲୋକ ବାଂଲାଦେଶ ଫେରୁଥିବାର ଦେଖିବାକୁ ମିଳିଛି । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟର ତାଲିକାରୁ ଅଯୋଗ୍ୟ ଏବଂ ଜାଲ୍ ନାମଗୁଡ଼ିକୁ ବାଦ୍ ଦେବା, ଯାହା ଅନେକ ବର୍ଷ ଧରି ବେଆଇନ ଭାବେ ଭାରତରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି ।