କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନରେ ବଡ଼ ଉପଲବ୍ଧି । ଏଣିକି ଗର୍ଭରୁ ସ୍ପଷ୍ଟ ହେବ ରୋଗ । ଥାଲାସେମିଆ ଓ ରକ୍ତଶିକୁଳି ରୋଗ ବଂଶଗତ ହୋଇଥିବାରୁ ଗର୍ଭାବସ୍ଥାରେ ପ୍ରସୂତିଙ୍କ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା ମାଧ୍ୟମରେ ଏହି ରୋଗର ଚିହ୍ନଟ କରି ଭ୍ରୂଣ ନଷ୍ଟ କରିବାକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏସ୍ସିବି ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା ମାଧ୍ୟମରେ ମୋଟ ୨୦୦ ପ୍ରସୂତିଙ୍କ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁ ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଫଳରେ ବିଭାଗ ପକ୍ଷରୁ ଭ୍ରୂଣ ନଷ୍ଟ କରାଯାଇଛି । ଥାଲାସେମିଆ ରୋଗୀର ରକ୍ତରେ ହିମୋଗ୍ଲୋବିନ୍ ପରିମାଣ କମିଯାଏ । ଯେଉଁମାନଙ୍କ ଜିନ୍ରେ ଏହି ରୋଗ ଅଳ୍ପ ମାତ୍ରାରେ ରହିଥାଏ ସେମାନଙ୍କୁ ଥାଲାସେମିଆ ମାଇନର୍ କୁହାଯାଏ । କିନ୍ତୁ ଯଦି ଉଭୟ ସ୍ବାମୀ ଓ ସ୍ତ୍ରୀ ଥାଲାସେମିଆ ମାଇନର୍ ହୋଇଥାନ୍ତି ତେବେ ସେମାନଙ୍କ ଗର୍ଭସ୍ଥ ଶିଶୁ ଥାଲାସେମିଆରେ ପୀଡ଼ିତ ହେବାର ସମ୍ଭାବନା ଥାଏ । ଗର୍ଭବତୀ ମହିଳାଙ୍କ ଗର୍ଭର ପ୍ରଥମ ମାସରେ ଏଚ୍ପିଏଲ୍ସି ବା ହାଇ ପରଫର୍ମାନ୍ସ ଲିକ୍ୟୁଡି କ୍ରୋମାଟୋଗ୍ରାଫି ରକ୍ତ ପରୀକ୍ଷା ଆରମ୍ଭ ହୋଇଛି । ଯଦି ମହିଳାଙ୍କ ଜିନ୍ରେ ସମସ୍ୟା ଥାଏ ତେବେ ତାଙ୍କ ସ୍ବାମୀଙ୍କ ରକ୍ତ ମଧ୍ୟ ଏଚ୍ପିଏଲ୍ସି ଦ୍ବାରା ପରୀକ୍ଷା କରାଯାଉଛି । ଯଦି ଉଭୟଙ୍କ ଜିନ୍ରେ ଏହି ଦୋଷ ଥାଏ ତେବେ ଗର୍ଭସ୍ଥ ଶିଶୁର ଅବସ୍ଥା ଜାଣିବା ପାଇଁ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା କରାଯାଉଛି । ଏସ୍ସିବି ମେଡିକାଲ କଲେଜର ତଥ୍ୟ ମୁତାବକ, ପଶ୍ଚିମ ଓଡ଼ିଶାରୁ ଆସୁଥିବା ପ୍ରସୂତି ମହିଳାଙ୍କ ଗର୍ଭରେ ଥିବା ଶିଶୁଙ୍କ ରକ୍ତଶିକୁଳି ରୋଗ ଚିହ୍ନଟ ହୋଇଥିବା ବେଳେ ଉପକୂଳ ଜିଲ୍ଲାର ପ୍ରସୂତିଙ୍କ ଥାଲାସେମିଆ ଚିହ୍ନଟ ହେଉଛି । ଘରୋଇ ଡାକ୍ତରଖାନାରେ ଏଥିପାଇଁ ପାଖାପାଖି ୩୦ରୁ ୪୦ ହଜାର ଟଙ୍କା ସିଭିଏସ୍ ପାଇଁ ଖର୍ଚ୍ଚ ହେଉଥିବା ବେଳେ ଏସ୍ସିବି ଓ ଭିମ୍ସାରରେ ଏହି ପରୀକ୍ଷା ମାଗଣାରେ ଆରମ୍ଭ ହୋଇଥିବା ଏସ୍ସିବି ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସସ୍ମିତା ସ୍ବାଇଁ ସୂଚନା ଦେଇଛନ୍ତି ।
ଗର୍ଭରୁ ଜଣାପଡ଼ିବ ରୋଗ
ଚିକିତ୍ସା ବିଜ୍ଞାନରେ ବଡ଼ ଉପଲବ୍ଧି
ଗର୍ଭରୁ ଜଣାପଡ଼ିବ ଶିଶୁର ରୋଗ
ଥାଲାସେମିଆ ଓ ରକ୍ତଶିକୁଳି ରୋଗ ଗର୍ଭରୁ ଜଣାପଡ଼ିବ
ଗର୍ଭସ୍ଥ ଶିଶୁର କୋରିଓନିକ୍ ଭିଲସ୍ ସାମ୍ପଲିଂ ବା ସିଭିଏସ୍ ପରୀକ୍ଷାରୁ ରୋଗ ଚିହ୍ନଟ
ଏସ୍ସିବି ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ କରାଗଲା ସିଭିଏସ୍ ପରୀକ୍ଷା
୨୦୦ରୁ ୨୦ ଜଣ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁ ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ସ୍ପଷ୍ଟ
୨୦ ଜଣ ପ୍ରସୂତିଙ୍କ ଭ୍ରୂଣ ନଷ୍ଟ କଲା ବିଭାଗ
ସିଭିଏସ୍ ପରୀକ୍ଷା ଗର୍ଭ ରହିବାର ୧୨ରୁ ୧୪ ସପ୍ତାହରେ କରାଯିବ
ରୋଗ ସ୍ପଷ୍ଟହେଲେ କରାଯାଉଛି ଭ୍ରୂଣ ନଷ୍ଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/06/medical-science-2026-01-06-09-05-57.jpg)