କନକ ବ୍ୟୁରୋ: ଇନ୍ଦୋରରେ ଆଉ ୨୦ ଜଣ ଡାଇରିଆ ରୋଗୀ ଚିହ୍ନଟ । ଇନ୍ଦୋର  ଭଗୀରଥପୁର ଅଞ୍ଚଳରେ ପାଇପ୍ ଯୋଗେ ଯୋଗାଇ ଦିଆଯାଇଥିବା ଦୂଷିତ ପାଣି ପିଇ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଛି । ଏବେବି ୧୪୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୂଷିତ ପାଣି ପିଇ ମୋଟ୍ ୩୯୮ ଜଣ ହସପିଟାଲରେ ଭର୍ତ୍ତି ହୋଇଥିଲେ । ୧୪୨ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି । ଭଗୀରଥପୁର ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍   ୯ ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।  ସେମାନଙ୍କ ମଧ୍ୟରେ ୨୦ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ନର୍ମଦା ନଦୀରୁ ଇନ୍ଦୋରକୁ ଯୋଗାଣ ହେଉଥିବା ପାଇପ୍ ଲାଇନ୍ ଉପରେ ଏକ ପାଇଖାନା ନିର୍ମାଣ ହୋଇଥିବାରୁ ସେଥିରୁ ଦୂଷିତ ପାଣି ନିର୍ଗତ ହୋଇ ପାଇପ୍ ପାଣିରେ ମିଶିଥିଲା । ଏହା ଜଣାପଡ଼ିବା ପରେ ପ୍ରତିକାର ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି ।    

Advertisment

ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ

ଆଉ ୨୦ ଡାଇରିଆ ରୋଗୀ ଚିହ୍ନଟ
ଇନ୍ଦୋରରେ ଦୂଷିତ ପାନୀୟଜଳ ପାଇଁ ହାହାକାର
୯୦୦୦ରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା 
ସେଥିରୁ ୨୦ ଜଣ ନୂଆ ଡାଇରିଆ ରୋଗୀ ଚିହ୍ନଟ 
ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା
ଏବେବି ୧୪୨ ଜଣ ଚିକିତ୍ସାଧୀନ, ଆଇସିୟୁରେ ଅଛନ୍ତି ୧୧ ଜଣ 
ଆଶୁ ପ୍ରତିକାର ପଦକ୍ଷେପ ଗ୍ରହଣ, ଟ୍ୟାଙ୍କର ଯୋଗେ ପାଣି ଯୋଗାଣ