କନକ ବ୍ୟୁରୋ: ଇନ୍ଦୋର ଭଗୀରଥପୁର ଅଞ୍ଚଳରେ ଦୂଷିତ ପାଣି ପିଇ ୧୫ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ କୁହାଯାଉଥିବା ବେଳେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୪ ବୋଲି କୁହାଯାଉଛି । ଦୂଷିତ ପାଣି ପିଇ ୪ ଜଣଙ୍କ ଜୀବନ ଯାଇଥିବା ମଧ୍ୟପ୍ରଦେଶ ହାଇକୋର୍ଟରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିଛନ୍ତି । ୨୦୧ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କୁହାଯାଇଛି । ୩୨ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏସମ୍ପର୍କରେ ୨୬ ପୃଷ୍ଠାର ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି । ମଧ୍ୟପ୍ରଦେଶ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ରୀତେଶ ଇନାନିଙ୍କ ପକ୍ଷରୁ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ମହାଗଞ୍ଜ ଏସଡିଏମ୍ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ଦୂଷିତ ପାଣିଜନିତ ମୃତ୍ୟୁସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ ହିସାବ କରାଯାଉଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଦୂଷିତ ପାଣି ପିଇ ୨୯୪ ଜଣ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୨୦୧ ଜଣ ଚିକିତ୍ସାଧୀନ ଅଛନ୍ତି । ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ପାଇପ ଲାଇନ ଉପରେ ଏକ ପାଇଖାନା ଥିବାରୁ ଥିବାରୁ ପିଇବା ପାଣିରେ ଦୂଷିତ ପାଣି ମିଶିଥିବା ପୂର୍ବରୁ ଏକ ଲାବରେଟୋରି ରିପୋର୍ଟରେ କୁହାଯାଇଥିଲା । ଏହାକୁ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି ।
ଗୋଟିଏ ସ୍କିମରେ ଡବଲ ଲାଭ : ମାସକୁ ୫୦ ହଜାର ପେନସନ୍, ଏକାବେଳକେ ମିଳବ ୪ କୋଟି
କାହା କଥା ସତ?
ଇନ୍ଦୋରରେ କେତେ ମୃତ?
ଦୂଷିତ ପାଣି ପିଇ କେତେ ମୃତ?
ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୫ରୁ ଅଧିକ
ସରକାରୀ ଭାବେ କୁହାଯାଇଛି ମୃତ୍ୟୁସଂଖ୍ୟା ମାତ୍ର ୪
୨୯୪ ଜଣ ବିଭିନ୍ନ ହସପିଟାଲରେ ଭର୍ତ୍ତି ହୋଇଥିଲେ
୯୩ ଜଣ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଫେରିଛନ୍ତି
୩୨ ଜଣ ଆଇସିୟୁରେ ଥିବା ସରକାରୀ ରିପୋର୍ଟ
୨୦୧ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ
ସ୍ଥିତି ମୁକାବିଲା ପାଇଁ ନିଆଯାଉଛି ସବୁ ପଦକ୍ଷେପ
ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/03/indore-2026-01-03-15-00-19.jpg)