କନକବ୍ୟୁରୋ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ । ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଆଜି ବିଭିନ୍ନ ଦାବି ନେଇ ଯୋଗାଣ ନିଗମ ଏମଡିଙ୍କ ସହ ବୈଠକ ବସିଥିଲା ।
ଅଧିକ ପଢନ୍ତୁ... ରହିଛି ଏକାଧିକ ନକଲି ମଦ ମାମଲା ; କାହିଁକି ହାତ ବାନ୍ଧି ବସିଛି ଅବକାରୀ ବିଭାଗ ?
ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ , ଗତକାଲି ଏନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ମିଲର୍ସଙ୍କ ଦାବି ନେଇ ସଚେତନ ଅଛନ୍ତି । ଦାବି ପୂରଣ ନେଇ ସେମାନଙ୍କୁ ସମୟ ମଗାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେନେଇ ସରକାର ଓ ବିଭାଗ ତତ୍ପର ଅଛନ୍ତି । ଏ ବର୍ଷ ଆରମ୍ଭରୁ ଏପରି ବିବାଦ ଦେଖାଦେଇଛି । ସରକାର କିନ୍ତୁ ଏହାର ସ୍ଥାୟୀ ସମାଧାନ କରିନାହାନ୍ତି । ଏବେ ପରିସ୍ଥିତି ଏପରି ହେଲା ଯେ, ଧାନ କିଣା ମଝିରେ ମିଲର୍ସ ଧାନ ଉଠାଇବା ବନ୍ଦ କରିଦେଇଛନ୍ତି । ଯେଉଁଥି ପାଇଁ ଚାରିଆଡ଼େ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/05/mandi-2026-01-05-16-52-58.jpg)