ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ଏମିତି ପ୍ରତିଶୋଧ ନେଲା ଯେ ପାକିସ୍ତାନର ଛାତି ଥରିଉଠିଲା । ମଙ୍ଗଳବାର ଅଧରାତିରେ ପାକିସ୍ତାନର ଆତଙ୍କୀ ଠିକଣା ଉପରେ ଭାରତ ଏମିତି ଶକ୍ତ ପ୍ରହାର କଲା ଯେ ଶତ୍ରୁଦେଶ ହକ୍କାବକ୍କା ହୋଇଗଲା । ପହଲଗାମରେ ସଧବାଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ନେଇଥିଲେ ଆତଙ୍କବାଦୀ ଏହାର କଡ଼ା ଜବାବରେ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଭାରତ ପାକିସ୍ତାନକୁ କନ୍ଦାଇଦେଲା । ଆଉ ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ପାକିସ୍ତାନ ନ୍ୟୁଜ୍ ଆଙ୍କର୍ ଲାଇଭ୍ ନ୍ୟୁଜରେ କାନ୍ଦୁଥିବାର ନଜର ଆସୁଛନ୍ତି । ୟୁଜର୍ସ ଭିଡ଼ିଓରେ ଅନେକ କମେଣ୍ଟ୍ ଦେଇଥିବା ବେଳେ ଜଣେ ୟୁଜର କହିଛନ୍ତି ପାକିସ୍ତାନୀ କୁଣିଆ ନର୍କରେ ପହଞ୍ଚି ଗଲେଣି , ଏ ମହିଳା ତାଙ୍କୁ ମନେ ପକାଇ କାନ୍ଦୁଛନ୍ତି । ଏହି ଭିଡିଓଟିକୁ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ @Incognito_qfs  ନାଁରେ ସେୟାର୍ କରାଯାଇଛି । ଯାହାକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଜଣେ ୟୁଜର୍ ଲେଖିଛନ୍ତି , ଏହି ମହିଳାଙ୍କୁ ପାକିସ୍ତାନୀ ମିଡିଆ ବଦଳରେ ସିରିଏଲରେ କାମ କରିବା ଦରକାର । ଆଉ ଜଣେ ୟୁଜର୍ ଲେଖିଛନ୍ତି , ଏତେ କାନ୍ଦନି ଭଉଣୀ ଡ୍ରାମା ଭଳି ଲାଗୁଛି । ତେବେ ଏହି ଭିଡିଓରେ କେତେ ସତ୍ୟତା ରହିଛି ତାହା ଜଣାପଡିନି କିନ୍ତୁ ଅପରେସନ୍ ସିନ୍ଦୂର ପରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Advertisment

ଅପରେସନ୍ ସିନ୍ଦୂର ସେହି ୨୬ ନୀରିହ ମୃତକଙ୍କ ପ୍ରତିଶୋଧର ଜବାବ୍ ଯିଏ ପହଲଗାମର ସୌନ୍ଦର୍ଯ୍ୟ ଦେଖିବାକୁ ଯାଇ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ । ଧର୍ମ ପଚାରି ନୀରିହ ଲୋକଙ୍କୁ ଗୁଳି ମାରି ହତ୍ୟା କରିଥିଲେ ନରରାକ୍ଷସ ଆତଙ୍କବାଦୀ । ଆଉ ଏହି ଘଟଣାର ଠିକ୍ ୧୫ ଦିନ ପରେ ଭାରତର ୩ ସେନା ମିଶି ପାକିସ୍ତାନ ଏବଂ ପିଓକେରେ ଲୁଚିଥିବା ଆତଙ୍କୀଙ୍କୁ ମାରି ଗଡାଇଥିଲେ । ଏହି ଅପରେସନରେ ଇଣ୍ଡିଆନ୍ ଆର୍ମି ପାକିସ୍ତାନ ଏବଂ ପାକିସ୍ତାନ କବଜାରେ ଥିବା ପିଓକେର ୯ ଠିକଣାକୁ ଟାର୍ଗେଟ୍ କରିଥିଲେ ।