କନକ ବ୍ୟୁରୋ: ୧୮ ଦିନରେ ଭାଙ୍ଗିଲା ଇସ୍ରାଏଲ-ହମାସ ଯୁଦ୍ଧବିରତି । ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ନିର୍ଦ୍ଦେଶ । ହମାସର ଅସ୍ତ୍ର ଭଣ୍ଡାର ଓ ସୁଡ଼ଙ୍ଗ ଉପରେ ବୋମାମାଡ଼ କରିଛି ଇସ୍ରାଏଲ । ୧୨ ଜଣ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି ।  ଯୁଦ୍ଧବିରତିର ଅବସାନ ପରେ ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା ଓ ଉତ୍ତେଜନା ବଢ଼ିଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପ୍‌ରେ ଆତଙ୍କୀ ସଙ୍ଗଠନ ହମାସର ଟାର୍ଗେଟ୍‌ ଗୁଡ଼ିକ ଉପରେ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ମଧ୍ୟସ୍ଥତାରେ ୧୦ ଅକ୍ଟୋବରରୁ ଲାଗୁ ହୋଇଥିବା ଯୁଦ୍ଧବିରତି ହମାସ ସ୍ପଷ୍ଟ ଭାବେ ଉଲ୍ଲଙ୍ଘନ କରିଥିବାରୁ ଆମେ ଏଭଳି ପଦକ୍ଷେପ ନେଇଛୁ ଏବଂ ଯୁଦ୍ଧବିରତିରୁ ଅବସାନ ଘଟାଇଛି ବୋଲି ନେତାନ୍ୟାହୁ କହିଛନ୍ତି । ନିକଟରେ ୨୮ ଜଣ ଇସ୍ରାଏଲୀ ବନ୍ଦୀଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତଦେହ ହମାସ ହସ୍ତାନ୍ତର କରିଥିଲା । ଇସ୍ରାଏଲର ଫରେନ୍ସିକ୍ ବିଶେଷଜ୍ଞମାନେ ଯାଞ୍ଚରୁ ଜାଣିପାରିଥିଲେ ଯେ, ଏକ ଭୁଲ୍‌ ମୃତଦେହ ଜାଣିଶୁଣି ଦିଆଯାଇଛି । ଏପରିକି କିଛି ବନ୍ଦୀଙ୍କୁ ହମାସ ହତ୍ୟା କରି ମୃତଦେହକୁ ମାଟି ତଳେ ପୋତି ଭିଡିଓ ଉତ୍ତୋଳନ କରୁଥିବାର ଭିଡିଓ ଇସ୍ରାଏଲ ସେନା ପୋଷ୍ଟ କରିଛି । ଏହି ବନ୍ଦୀମାନଙ୍କର ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିବା ହମାସ କହୁଥିବା ଇସ୍ରାଏଲ ଅଭିଯୋଗ ଆଣିଛି । 

Advertisment

ବର୍ତ୍ତିଗଲା ଓଡ଼ିଶା: ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ

ଏହା ପରେ ଆଇଡିଏଫ୍ ଗାଜାର ହମାସ ଅସ୍ତ୍ରଶସ୍ତ୍ର ଗୋଦାମ ଓ ସୁଡ଼ଙ୍ଗଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ ଆରମ୍ଭ କରିଦେଇଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ୧୨ ଜଣ ପ୍ୟାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି ।  ଇସ୍ରାଏଲର ପୁନଃ ଯୁଦ୍ଧକୁ ନେଇ ଆରବ ରାଷ୍ଟ୍ରମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଗାଜାକୁ ନେଇ ପରବର୍ତ୍ତୀ ରଣନୀତି କ’ଣ ହେବ ସେ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି।  କତାର, ସାଉଦି ଆରବ, ଇଜିପ୍ଟ ଓ ଇରାନ ଆଦି ରାଷ୍ଟ୍ର ଏ ବାବଦରେ ଖୁବ୍‌ଶୀଘ୍ର ଏକ ବୈଠକରେ ଏକାଠି ପ୍ରେସମିଟ୍ କରିପାରନ୍ତି  ବୋଲି ଜଣାପଡ଼ିଛି। ୨୦୨୩ ଅକ୍ଟୋବର ୭ରେ ହମାସ ଆକ୍ରମଣରେ ୧୨ ଶହ ଇସ୍ରାଏଲ ନାଗରିକ ନିହତ ହୋଇଥିଲେ। ୨୫୧ ଜଣଙ୍କୁ ବନ୍ଦୀ କରାଯାଇଥିଲା। ଏବେ ବି ଗାଜାରେ ୧୦୦ରୁ ଅଧିକ ବନ୍ଦୀ ରହିଥିବା ଅନୁମାନ କରାଯାଉଛି। 

ଇସ୍ରାଏଲ୍‌-ହମାସ୍ ଯୁଦ୍ଧବିରତି ଭଙ୍ଗ
୧୮ ଦିନରେ ଭାଙ୍ଗିଲା ଇସ୍ରାଏଲ-ହମାସ ଯୁଦ୍ଧବିରତି
ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ନେତାନ୍ୟାହୁଙ୍କ ନିର୍ଦ୍ଦେଶ
ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍‌)କୁ ନିର୍ଦ୍ଦେଶ
ହମାସର ଅସ୍ତ୍ର ଭଣ୍ଡାର ଓ ସୁଡ଼ଙ୍ଗ ଉପରେ ଇସ୍ରାଏଲର ବୋମାମାଡ଼
୧୨ ଜଣ ପାଲେଷ୍ଟାଇନ ନାଗରିକ ନିହତ
ହମାସ ଅସ୍ତ୍ରଶସ୍ତ୍ର ଗୋଦାମ ଓ ସୁଡ଼ଙ୍ଗକୁ ଲକ୍ଷ୍ୟ କରି ବୋମାମାଡ଼
ଇସ୍ରାଏଲର ପୁନଃ ଯୁଦ୍ଧକୁ ନେଇ ଆରବ ରାଷ୍ଟ୍ର ଚିନ୍ତିତ
୨୦୨୩ ଅକ୍ଟୋବରରେ ହମାସ ଆକ୍ରମଣରେ ୧୨୦୦ ଇସ୍ରାଏଲ ନାଗରିକ ନିହତ ହୋଇଥିଲେ
୨୫୧ ଜଣଙ୍କୁ ବନ୍ଦୀ କରାଯାଇଥିଲା
ଏବେବି ଗାଜାରେ ୧୦୦ରୁ ଅଧିକ ବନ୍ଦୀ ରହିଥିବା ଅନୁମାନ