କନକ ବ୍ୟୁରୋ : ଯୁଦ୍ଧବିରତି ଆରମ୍ଭ ଦିନଠାରୁ ଏପର୍ଯ୍ୟନ୍ତ ଗାଜାରେ ୯୭ରୁ ଅଧିକ ପାଲେଷ୍ଟାନ ସାଧାରଣ ନାଗରିକ  ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଲେଣି । ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଅସ୍ତ୍ରବିରତି ପରଠାରୁ ଇସ୍ରାଏଲ ସେନା ୮୦ ଥର ଏହା ଉଲ୍ଲଂଘନ କଲାଣି ବୋଲି ଗାଜା ସରକାରୀ ମିଡିଆ ଅଫିସ କହିଛି । ହମାସ୍ ଯୋଗୁ ଏପରି ହୋଇଛି ଏବଂ ହମାସକୁ ଇସ୍ରାଏଲ୍ ଜବାବ ଦେଉଛି ବୋଲି କହିଛି । ଶରଣାର୍ଥୀ ଶିବିର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣରେ ଅଧିକାଂଶ ସାଧାରଣ ନାଗରିକ  ପ୍ରାଣ ହରାଇଛନ୍ତି । ଇସ୍ରାଏଲର ଦୁଇ ଯବାନଙ୍କର ମଧ୍ୟ ରାଫାରେ  ମୃତ୍ୟୁ ହୋଇଛି । ସେପଟେ ବଡ଼ଧରଣର ଆକ୍ରମଣ ପାଇଁ ହମାସ ଯୋଜନା କରୁଥିବା ନେଇ ଆମେରିକାର ରିପୋର୍ଟକୁ ହମାସ୍ ପକ୍ଷରୁ ଖଣ୍ଡନ କରାଯାଇଛି । ଆମେରିକାର ଏହି କଥାକୁ ବିଶ୍ବାସ ନକରିବା ପାଇଁ ହମାସ ନେତା କହିଛନ୍ତି । 
ଯୁଦ୍ଧବିରତି ପରଠାରୁ ୯୭ ପାଲେଷ୍ଟାନୀୟ ମୃତ 
ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାଣ ହରାଇଛନ୍ତି
୨୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି 
ଇସ୍ରାଏଲ ସେନା ୮୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି
ଗାଜା ସରକାରୀ ମିଡିଆ ଅଫିସ ପକ୍ଷରୁ ଦିଆଗଲା ସୂଚନା
ଶରଣାର୍ଥୀ ଶିବିର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ
ହମାସକୁ ଜବାବ ଦିଆଯାଉଥିବା ଇସ୍ରାଏଲର ଦାବି 
ଇସ୍ରାଏଲର ଦୁଇ ଯବାନଙ୍କର ମଧ୍ୟ ରାଫାରେ ମୃତ୍ୟୁ

Advertisment