Iran-America Photograph: (KanakNews)
କନକ ବ୍ୟୁରୋ: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧର ବାଦଲ ଏବେ ଘନେଇବାରେ ଲାଗିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସ୍ୱତନ୍ତ୍ର ବିମାନ 'ୱିଙ୍ଗ ଅଫ୍ ଜିଅନ' ରହସ୍ୟମୟ ଭାବେ ଇସ୍ରାଏଲ୍ ଆକାଶମାର୍ଗ ଛାଡ଼ିବା ପରେ ସାରା ବିଶ୍ୱରେ ଚହଳ ପଡ଼ିଛି । କୁହାଯାଉଛି ଯେ, ଆମେରିକା ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ କରିପାରେ । ଆଶଙ୍କାକୁ ବଳ ଦେଉଛି ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ 'ପେଣ୍ଟାଗନ'ରୁ ଆସୁଥିବା ରିପୋର୍ଟ । ସେଠାରେ ହଠାତ୍ ପିଜା ବ୍ୟବହାର ବା ଅର୍ଡର ମାତ୍ରାଧିକ ଭାବେ ବଢ଼ିଯାଇଛି । ଇତିହାସ କୁହେ, ଯେତେବେଳେ ପେଣ୍ଟାଗନର ଅଧିକାରୀମାନେ ବିଳମ୍ବିତ ରାତି ଯାଏଁ ରଣନୀତି ପ୍ରସ୍ତୁତ କରନ୍ତି, ସେତେବେଳେ ସେଠାରେ ଖାଦ୍ୟ ଅର୍ଡର ବଢ଼ିଥାଏ । ଏହାସହ ଆମେରିକାର ବିଶାଳ ଯୁଦ୍ଧଜାହାଜଗୁଡ଼ିକ ଏବେ ଇରାନ ଅଭିମୁଖେ ମୁହାଁଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ଚେତାବନୀ ଏବଂ ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ବିଦ୍ରୋହ ମଧ୍ୟରେ କିଛି ସଙ୍କେତ ସ୍ପଷ୍ଟ କରୁଛି, ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ମୂଳଦୁଆ ପଡ଼ିସାରିଛି । ଯଦି ଆକ୍ରମଣ ହୁଏ, ତେବେ ଏହା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ ।
ମହାରାଷ୍ଟ୍ରର ୨୯ ନଗର ନିଗମରେ ଭୋଟ୍ ଗଣତି : ବୃହନ୍ ମୁମ୍ବାଇରେ ବିଜେପି- ଶିବସେନା ମେଣ୍ଟ ଆଗୁଆ
ଯୁଦ୍ଧ ଜାହାଜ ମୁହାଁଇଲା
ଯୁଦ୍ଧର ଆଶଙ୍କା!
ବିରୋଧ ପ୍ରଦର୍ଶନ ଏବଂ ଉତ୍ତେଜନା ମଧ୍ୟରେ ଆମେରିକା ବଡ଼ ସାମରିକ ଜାହାଜକୁ ମଧ୍ୟପ୍ରାଚ୍ୟ ପଠାଇଛି
ଦକ୍ଷିଣ ଚୀନ୍ ସାଗରରୁ ବାହାରି ମଧ୍ୟପ୍ରାଚ୍ୟ ଆଡ଼କୁ ଅଗ୍ରସର ହେଉଛି
ଆମେରିକାର ଯୁଦ୍ଧଜାହାଜ ସହ ବାୟୁସେନାର B-2 ବମ୍ବରର ମୁତୟନ
ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାର ପଦକ୍ଷେପ ଇରାନ ଉପରେ ଚାପ ପକାଇବା ପାଇଁ ରଣନୀତି
ମଧ୍ୟପ୍ରାଚ୍ୟରେ ହାଇ-ଆଲର୍ଟ ଜାରି ଏବଂ ଆଗାମୀ ଦିନରେ ସାମରିକ ସଂଘର୍ଷର ରୂପ ନେବାର ଆଶଙ୍କା
ପେଣ୍ଟାଗନରେ ବିଳମ୍ବିତ ରାତି ଯାଏଁ କାମ ଚାଲିବା ଏବଂ ପିଜା ଅର୍ଡର ୨୦୦% ବଢ଼ିବା ଯୁଦ୍ଧ ପ୍ରସ୍ତୁତିର ପୁରୁଣା ସଙ୍କେତ
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବିମାନ ସୁରକ୍ଷା ଦୃଷ୍ଟିରୁ ଦେଶ ବାହାରକୁ ଯିବା, ସମ୍ଭାବ୍ୟ ଆକ୍ରମଣର ଭୟକୁ ଦର୍ଶାଉଛି
ଇରାନର ବଢ଼ୁଥିବା ୟୁରାନିୟମ୍ ସମୃଦ୍ଧୀକରଣକୁ ରୋକିବା ପାଇଁ ଆମେରିକା ସାମରିକ ଶକ୍ତି ପ୍ରୟୋଗ କରିପାରେ
ପୂର୍ବରୁ ଇରାନ ଦ୍ୱାରା ହୋଇଥିବା ଡ୍ରୋନ୍ ଆକ୍ରମଣର ଜବାବ ଦେଇପାରେ ଆମେରିକା
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ଇରାନ ନିଜ ନାଗରିକଙ୍କୁ ହତ୍ୟା କରିବା ବନ୍ଦ ନକଲେ ‘ବଡ଼ ପରିଣାମ’ ଭୋଗିବ
ଆଞ୍ଚଳିକ ସ୍ଥିରତା ପାଇଁ ଇସ୍ରାଏଲକୁ ସୁରକ୍ଷା ଦେବା ଆମେରିକାର ପ୍ରାଥମିକତା
ହିଜବୁଲ୍ଲା ଏବଂ ହମାସ ଭଳି ସଂଗଠନକୁ ଇରାନର ସହାୟତା ବନ୍ଦ କରିବା
Follow Us