କନକ ବ୍ୟୁରୋ: ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ସମେତ ମହାରାଷ୍ଟ୍ରର ମୋଟ୍ ୨୯ଟି ନଗର ନିଗମରେ ଭୋଟ୍ ଗଣତି ଜାରି ରହିଛି । ମୁମ୍ବାଇରେ ପ୍ରାରମ୍ଭରେ ଆଗୁଆ ଅଛି ବିଜେପି-ଶିବସେନା ମେଣ୍ଟ । ଧାରା ଅନୁସାରେ ବିଜୟ ଆଡ଼କୁ ଅଗ୍ରସର ହେଉଛି ମହାୟୁତି ।  ସମସ୍ତଙ୍କ ନଜର ରହିଛି ଦେଶର ସର୍ବବୃହତ୍ ଓ ଧନୀ ବୃହନ୍ ମୁମ୍ବାଇ ମହାନଗର ନିଗମ ଉପରେ । ଧରାବି ୱାର୍ଡରେ ବିଜୟ ଲାଭ କରିଛି କଂଗ୍ରେସ । ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ରାଜ୍ୟର ୨୯ଟି ନଗର ନିଗମରେ ଭୋଟ୍ ଗ୍ରହଣ କରାଯାଇଥିଲା । ମୁମ୍ବାଇର ୨୨୭ଟି ୱାର୍ଡ ସମେତ ୨୯ଟି ନଗର ନିଗମର ୮୨୯ଟି ୱାର୍ଡରେ ମୋଟ୍ ୨ ହଜାର ୮ ଶହ ୬୯ଟି ଆସନରେ କରାଯାଇଥିଲା ଭୋଟ୍ ଗ୍ରହଣ  । ମୁମ୍ବାଇରେ ୨୨୭ଟି ୱାର୍ଡରେ ୧୭ ଶହ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତକାଲି ପ୍ରାୟ ୫୦ ପ୍ରତିଶତ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ମୁମ୍ବାଇ ମହାନନଗର ନିଗମରେ ୨୦୧୭ରୁ ନିର୍ବାଚନ ହୋଇନଥିଲା । ଅନ୍ୟ ନଗର ନିଗମ ମଧ୍ୟରୁ ଅଧିକାଂଶ ନଗର ନିଗମର କାର୍ଯ୍ୟକାଳ ୨୦୨୦ରୁ ୨୦୨୩ ମଧ୍ୟରେ ଶେଷ ହୋଇଥିଲା । ବୃହନ୍ ମୁମ୍ବାଇ ମହାନନଗର ନିଗମର ପ୍ରତି ୱାର୍ଡରୁ ଜଣେ ପ୍ରତିନିଧି ନିର୍ବାଚିତ ହେବେ । ତେଣୁ ଜଣେ ଭୋଟର ଗୋଟିଏ ଭୋଟ୍ ଦେଇଛନ୍ତି । ଅନ୍ୟ ୨୮ଟି ନଗର ନିଗମର ୱାର୍ଡଗୁଡ଼ିକରୁ ଏକାଧିକ ପ୍ରତିନିଧି ନିର୍ବାଚିତ ହେବାର ଥିବାରୁ ଜଣେ ଭୋଟର ତିନିରୁ ୫ଟି ଭୋଟ୍ ଦେଇଥିଲେ ।

Advertisment

ଭାରତୀୟ ଅର୍ଥନୀତି ପାଇଁ ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ
୨୯ଟି ନଗର ନିଗମରେ ଭୋଟ୍ ଗଣତି
ବୃହନ୍ମୁମ୍ବାଇରେ ବିଜେପି- ଶିବସେନା ଆଗୁଆ
ବିଜେପିର ଭଲ ପ୍ରଦର୍ଶନ
ନିଜ ପୁରୁଣା ରେକର୍ଡ ଭାଙ୍ଗିଛି ବିଜେପି
ମୁମ୍ବାଇରେ ରହିଛି ମୋଟ୍ ୨୨୭ଟି ୱାର୍ଡ
ମୁମ୍ବାଇରେ ନିର୍ଦ୍ଧାରଣ ହେବ ୧୭ ଶହ ପ୍ରାର୍ଥୀଙ୍କ ଭାଗ୍ୟ  

ମୁମ୍ବାଇର ଧରାବି ୱାର୍ଡରେ କଂଗ୍ରେସର ବିଜୟ  
ରାଜ୍ୟରେ ବିଜୟ ଆଡ଼କୁ ମହାୟୁତି ଅଗ୍ରସର
କଡ଼ା ସୁରକ୍ଷାରେ କରାଯାଉଛି ଭୋଟ୍ ଗଣତି  
ବିଭିନ୍ନ ନଗର ନିମରେ ଅଛି ୮୨୯ଟି ୱାର୍ଡ
ନିର୍ବାଚିତ ହେବେ ୨ ହଜାର ୮ ଶହ ୬୯ ପ୍ରତିନିଧି
ଗତକାଲି ଭୋଟ୍ ଗ୍ରହଣ କରାଯାଇଥିଲା
ରାଜ୍ୟରେ ମତଦାନ ହାର ଥିଲା ପ୍ରାୟ ୫୦ %