କନକ ବ୍ୟୁରୋ: ଇରାନରେ ଲାଗିରହିଥିବା ସରକାର ବିରୋଧୀ ପ୍ରଦର୍ଶନକୁ ଚାପିବାକୁ ଆୟାତୋଲ୍ଲା ଅଲି ଖେମିନି ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଇରାନରେ ୮୦୦ ଜଣ ଲୋକଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ମାନବାଧିକାର ଗୋଷ୍ଠୀଗୁଡ଼ିକ ଅନୁଯାୟୀ, ଇରାନ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ୨୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଶହ ଶହ ଲୋକଙ୍କ ଫାଶୀ ଦେବାର ଆଶଙ୍କା ରହିଛି ।
ହଜାର ହଜାର ସଂଖ୍ୟାର ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ଇରାନ ସରକାରଙ୍କ ଯୋଜନାବଦ୍ଧ ମୃତ୍ୟୁଦଣ୍ଡକୁ ୱାସିଂଟନ ପ୍ରଦର୍ଶନକାରୀଙ୍କ ଉପରେ ହିଂସାତ୍ମକ ଦମନ ଭାବରେ ଗ୍ରହଣ କରିଥିବାବେଳେ ଟ୍ରମ୍ପ୍ ପ୍ରଶାସନ ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସିଧାସଳଖ ଚେତାବନୀ ଦେଇଛନ୍ତି । ଲେଭିଟ୍ କହିଛନ୍ତି,ବିରୋଧ ପ୍ରଦର୍ଶନକୁ ନେଇ ଯଦି ଇରାନରେ ହତ୍ୟା ଲାଗି ରହେ ତେବେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ରାଷ୍ଟ୍ରପତିଙ୍କ ନିକଟରେ ସମସ୍ତ ବିକଳ୍ପ ଖୋଲା ରହିଛି। ଇରାନ ସ୍ଥିତି ଉପରେ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ: ଶୁକ୍ରବାର ଇରାନରୁ ଫେରିବେ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍
ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନ ଇରାନର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଚିବ ଓ ଏକ ଗୁପ୍ତ ବ୍ୟାଙ୍କିଂ ନେଟୱର୍କ ସହିତ ଜଡ଼ିତ ୧୮ ଲୋକ ଓ କମ୍ପାନି ଉପରେ କଟକଣା ଲଗାଇଛି।୨୬ ବର୍ଷୀୟ ଇରାନୀ ପ୍ରତିବାଦକାରୀ ଇରଫାନ୍ ସୁଲତାନୀଙ୍କ ମୃତ୍ୟୁଦଣ୍ଡ ଆଦେଶ ପରେ ଟ୍ରମ୍ପ ପ୍ରଶାସନ ଇରାନକୁ କଡ଼ା ଚେତାବନୀ ଦେଇଥିଲା । ସୁଲତାନୀଙ୍କ ପରିବାର ଲୋକ କହିଛନ୍ତି ଯେ ଇରଫାନଙ୍କର ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯାଇଛି। ସୁଲତାନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ଆଇଆର୍ଆଇବି ସ୍ପଷ୍ଟ କରିଛି । ଆମେରିକା ଓ ଇରାନ ମଧ୍ୟରେ କଥାବାର୍ତ୍ତା ନେଇ ସାଉଦି ଆରବ, କତାର, ଓମାନ ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ । ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ଗଲ୍ଫ ଦେଶମାନଙ୍କ ୪୮ ଘଣ୍ଟାର ପ୍ରୟାସ ପରେ ଆମେରିକା ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଛି। ଇରାନରେ ହିଂସା ଘଟଣା କମିଥିବା ଟ୍ରମ୍ପ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/iran-america-2026-01-16-10-19-13.jpg)