Operation Sindoor 2.0 : ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ

Advertisment

ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପାକିସ୍ତାନୀ ଡ୍ରାମା , ସିରିଜର ବହୁତ ଲୋକପ୍ରିୟତା ରହିଛି । କିନ୍ତୁ ଏଭଳି ସମୟରେ ଦେଶ ଆଗ , ମନୋରଞ୍ଜନ ପଛ । 

Updated On

ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପାକିସ୍ତାନୀ ଡ୍ରାମା , ସିରିଜର ବହୁତ ଲୋକପ୍ରିୟତା ରହିଛି । କିନ୍ତୁ ଏଭଳି ସମୟରେ ଦେଶ ଆଗ , ମନୋରଞ୍ଜନ ପଛ । 

ଅଦ୍ୟତନ ହୋଇଛି
BAN

BAN Photograph: (Kanak News)

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଲଗାତାର ପାକିସ୍ତାନ ଉପରେ କଡ଼ା ପଦକ୍ଷେପ ନେଉଛି । ମେ’୭ ତାରିଖ ରାତିରେ ଭାରତ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇଥିଲେ । ଏହା ପୂର୍ବରୁ ଭାରତ ସରକାର ପାକିସ୍ତାନର ଅନେକ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଆଉ ଏହାରି ଭିତରେ ଭାରତ ଏବେ ଏକ ବଡ଼ ପଦକ୍ଷେପ ନେଇଛି । ପାକିସ୍ତାନର ବିଭିନ୍ନ ଡ୍ରାମା ସିରିଜ୍ କଣ୍ଟେଣ୍ଟକୁ ବ୍ୟାନ୍ କରିଛି ଭାରତ । 

OTT pakistan
OTT pakistan Photograph: (google)

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଓଟିଟି ପ୍ଲାଟଫର୍ମ ଏବଂ ମିଡ଼ିଆ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ କୋ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଏବେଠାରୁ ହିଁ ପାକିସ୍ତାନର ସବୁ ପ୍ରକାର କଣ୍ଟେଣ୍ଟକୁ ଭାରତରେ ବ୍ୟାନ୍ କରାଯାଉଛି । ଓଟିଟି ପ୍ଲାଟଫର୍ମ , ୟୁଟ୍ୟୁବ୍ ଏବଂ ଅନ୍ୟ ଅଡ଼ିଓ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ ଭାରତରେ ବ୍ୟାନ୍ କରାଯାଇଛି । ମନ୍ତ୍ରାଳୟ ନିଜ ଆଡଭାଇଜରୀରେ କହିଛି ,‘‘ରାଷ୍ଟ୍ରୀୟ ସୁରକ୍ଷାକୁ ଆଖି ଆଗରେ ରଖି ସବୁ ଓଟିଟି ପ୍ଲାଟଫର୍ମ , ମିଡିଆ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ ପରାମର୍ଶ ଦିଆଯାଉଛି କି ପାକିସ୍ତାନରେ ତିଆରି ୱେବସିରିଜ୍ , ସିନେମା , ଗୀତ ,ପଡକାଷ୍ଟ୍ ଓ ଅନ୍ୟ ଷ୍ଟ୍ରିମିଙ୍ଗ୍ ମିଡିଆ କଣ୍ଟେଣ୍ଟ୍ ଯାହା ସବସ୍କ୍ରିପସନ୍ ହୋଇଛି ତାହାକୁ ତୁରନ୍ତ ରୋକାଯାଉ । ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପାକିସ୍ତାନୀ ଡ୍ରାମା , ସିରିଜର ବହୁତ ଲୋକପ୍ରିୟତା ରହିଛି । କିନ୍ତୁ ଏଭଳି ସମୟରେ ଦେଶ ଆଗ , ମନୋରଞ୍ଜନ ପଛ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe