ପହଲଗାମ ଆତଙ୍କୀ ଆକ୍ରମଣର ମୁହଁଭଙ୍ଗା ଜବାବ ଦେଲା ଭାରତ । ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଠିକଣାକୁ ପାଉଁଶରେ ପରିଣତ କଲେ ଭାରତୀୟ ସେନା । ଏବେ ଭାରତର ଆକ୍ରମଣ ପରେ ଶତ୍ରୁଦେଶର ସେନା ଏବଂ ଆତଙ୍କବାଦୀଙ୍କ ଆକ୍କା ମିଶି ଯାଇଛନ୍ତି । ସୂତ୍ର ଅନୁସାରେ ପାକ୍ ସୈନ୍ୟ ଆତଙ୍କୀଙ୍କ ୩ ବଡ଼ ଆକ୍କାଙ୍କୁ ହେଡକ୍ବାଟର୍ସକୁ ସିଫ୍ଟ କରିଛନ୍ତି ।
/kanak/media/media_files/2025/05/08/iqvhSUwWhOwYqffuJi9O.jpg)
ଭାରତ ପାକିସ୍ତାନରେ ଯେଉଁ ତାଣ୍ଡବ ରଚିଛି ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ ଆତଙ୍କୀଙ୍କ ନୂଆ ଠିକଣା ସୃଷ୍ଟି କରିବାକୁ ସମୟ ଲାଗିବ । ଭାରତର ଐତିହାସିକ ଷ୍ଟ୍ରାଇକ ପରେ ଆତଙ୍କୀସ୍ତାନର ଆକ୍କା ପାଲଟିଥିବା ବଡ଼ ଚେହେରା ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ଆତଙ୍କୀ ମସୁଦ ଅଜହର , ହାଫିଜ ସଇଦ୍ ଓ ସେୟଦ୍ ସଲାହୁଦ୍ଦିନ ସମେତ ଅନ୍ୟ ଆତଙ୍କବାଦୀ କମାଣ୍ଡରଙ୍କୁ ପାକିସ୍ତାନ ସେନା ଅଲଗା ଅଲଗା ହେଡକ୍ବାଟର୍ସରେ ସିଫ୍ଟ କରିଛି । ସୂଚନା ମିଳୁଛି ଲାହୋର , କରାଚି , ରାୱଲପିଣ୍ଡି ଏବଂ ପେଶାୱର ହେଡକ୍ବାର୍ଟରକୁ ଆତଙ୍କୀଙ୍କୁ ପଠାଯାଇଛି । ଆତଙ୍କୀଙ୍କ ସୁରକ୍ଷା ପାଇଁ ପାକିସ୍ତାନୀ କମାଣ୍ଡୋ ସଜାଗ ହୋଇ ରହିଛନ୍ତି । ଏମିତିକି ଆତଙ୍କୀଙ୍କୁ ସାଧାରଣ ଲୋକଙ୍କ ସହ ସାକ୍ଷାତକାର କରିବାରେ ମଧ୍ୟ ବାରଣ କରାଯାଇଛି ।