କଣ୍ଟା ବାଡ଼ରେ ଲୁଗା ପକାଇଲା ଭଳି କାମ କରୁଛି ପାକିସ୍ତାନ : ବାରମ୍ବାର ସିଜଫାୟାରର କରୁଛି ଉଲ୍ଲଂଘନ

Advertisment

ପାକିସ୍ତାନ ଲଗାତାର ଚତୁର୍ଥ ଦିନରେ ମଧ୍ୟ ଗୁଳିବର୍ଷା କରିଛି । ପାକିସ୍ତାନୀ ସେନା କୁପୱାଡା ଏବଂ ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତୀ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ସେପଟେ ରହି ଛୋଟ ହତିଆର ମାଧ୍ୟମରେ ଫାୟାରିଂ କରୁଛନ୍ତି । ସରଳ ଭାଷାରେ କହିଲେ କଣ୍ଟା ବାଡ଼ରେ ଲୁଗା ପକାଇଲା ଭଳି କାମ କରୁଛି ପାକିସ୍ତାନ ।

ପାକିସ୍ତାନ ଲଗାତାର ଚତୁର୍ଥ ଦିନରେ ମଧ୍ୟ ଗୁଳିବର୍ଷା କରିଛି । ପାକିସ୍ତାନୀ ସେନା କୁପୱାଡା ଏବଂ ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତୀ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ସେପଟେ ରହି ଛୋଟ ହତିଆର ମାଧ୍ୟମରେ ଫାୟାରିଂ କରୁଛନ୍ତି । ସରଳ ଭାଷାରେ କହିଲେ କଣ୍ଟା ବାଡ଼ରେ ଲୁଗା ପକାଇଲା ଭଳି କାମ କରୁଛି ପାକିସ୍ତାନ ।

LOC

LOC Photograph: (Kanak News)

ପହଲଗାମ୍ ବୈସରଣ ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ LOC ଉପରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି । ପଡୋଶୀ ଶତ୍ରୁ ଦେଶ ପକ୍ଷରୁ ବାରମ୍ବାର ସିଜଫାୟାରର ଉଲ୍ଲଂଘନ କରାଯାଉଛି ଏବଂ LOC ଉପରେ ଫାୟାରିଂ କରାଯାଉଛି । ପାକିସ୍ତାନ ଲଗାତାର ଚତୁର୍ଥ ଦିନରେ ମଧ୍ୟ ଗୁଳିବର୍ଷା କରିଛି । ପାକିସ୍ତାନୀ ସେନା କୁପୱାଡା ଏବଂ ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତୀ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ସେପଟେ ରହି ଛୋଟ ହତିଆର ମାଧ୍ୟମରେ ଫାୟାରିଂ କରୁଛନ୍ତି । ସରଳ ଭାଷାରେ କହିଲେ କଣ୍ଟା ବାଡ଼ରେ ଲୁଗା ପକାଇଲା ଭଳି କାମ କରୁଛି ପାକିସ୍ତାନ । ଭାରତୀୟ ସେନା ମଧ୍ୟ ଛାଡ଼ିବାର ଲୋକ ନୁହଁନ୍ତି । ଇଣ୍ଡିଆନ୍ ଆର୍ମି ବି ଏହାର କଡ଼ା ଜବାବ୍ ଦେଉଛନ୍ତି । 

sena
sena Photograph: (google)

ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଗୁଳି ଫୁଟାଇଛି । ରାତି ହେଲେ ଛୋଟ ଛୋଟ ବନ୍ଧୁକ ଧରି ବାହାରି ପଡୁଛନ୍ତି ପାକିସ୍ତାନୀ ସେନା । ତୁତମାରୀ ଗଲି ଏବଂ ରାମପୁର ସେକ୍ଟରର ବିପରୀତ କ୍ଷେତ୍ର ନିୟନ୍ତ୍ରଣ ରେଖାରେ ମଧ୍ୟ ଏହିଭଳି ଭାବେ ଗୁଳି ଫୁଟାଇବା ଆରମ୍ଭ କରିଥିଲା ଶତ୍ରୁ ଦେଶର ସେନା । ଆଉ ଏହାର ପ୍ରତି ବଦଳରେ ଭାରତୀୟ ସେନା ମଧ୍ୟ ଛୋଟ ହତିଆରର ପ୍ରୟୋଗ କରିଥିଲେ । ଏମିତି ହେଉଛି ଯେ ପାକିସ୍ତାନ ସେନା ଅଯଥାରେ ସାରା ରାତି ଗୁଳି ଫୁଟାଉଛି । ୨୪ ଏପ୍ରିଲ୍ ରାତିରେ ମଧ୍ୟ ଲଗାତାର ଫାୟାରିଂ କରିଥିଲା ପାକିସ୍ତାନ ସେନା । ତେବେ ଭାରତୀୟ ସେନା ସୀମାରେ ଆଲର୍ଟ ରହିଛି ଏବଂ ପାକିସ୍ତାନ ସେନାକୁ ମଧ୍ୟ କଡ଼ା ଜବାବ୍ ଦେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe