ଥରହର ପାକିସ୍ତାନ । ଗୁରୁବାର ଲାହୋରରୁ ନେଇ କରାଚୀ ପର୍ଯ୍ୟନ୍ତ ଅନେକ ସହରରେ ଧଡାଧଡ୍ ଡ୍ରୋନ୍ ଆଟାକ୍ ହୋଇଛି । ପାକିସ୍ତାନ ସରକାରଙ୍କ କହିବାନୁସାରେ ଏବେ ପର୍ଯ୍ୟନ୍ତ ୨୫ ଡ୍ରୋନ୍ ଆଟାକ୍ ହୋଇସାରିଛି । ଲାହୋର୍ , କରାଚୀ ଏବଂ ରାୱଲପିଣ୍ଡିରେ ତିନୋଟି ବଡ଼ ଡ୍ରୋନ୍ ଆଟାକ୍ ହୋଇଛି । ଏହି ୩ ଆକ୍ରମଣରେ ଥରହର ହୋଇଛି ପାକିସ୍ତାନ ।
/kanak/media/media_files/2025/05/08/CJhWPp9lIZVgeTga9d6Z.jpg)
ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ କରାଚୀରେ ଡ୍ରୋନ୍ ବ୍ଲାଷ୍ଟ୍ ହୋଇଛି । ଡ୍ରୋନ୍ ବ୍ଲାଷ୍ଟ୍ ପରେ ପାକିସ୍ତାନରେ ହାହାକାର ମଚିଯାଇଛି । ପାକିସ୍ତାନ ସେନା ପୂରା ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଯାଇଥିବାର ସୂଚନା ମିଳୁଛି । ପାକିସ୍ତାନର ପରମାଣୁ ବୋମା କରାଚୀରେ ହିଁ ରଖାଯାଇଥିବା କଥା କୁହାଯାଉଛି । ଏଭଳି ସ୍ଥିତିରେ କରାଚୀରେ ବୋମା ଫୁଟିଛି ।
PAKISTAN’S BID TO ESCALATE NEGATED - PROPORTIONATE RESPONSE BY INDIA
— PIB India (@PIB_India) May 8, 2025
▪️On the night of 07-08 May 2025, Pakistan attempted to engage a number of military targets in Northern and Western India including Awantipura, Srinagar, Jammu, Pathankot, Amritsar, Kapurthala, Jalandhar,…
ପାକିସ୍ତାନର କରାଚୀ , ଗୁଞ୍ଜରାବାଲା , ଲାହୋର , ଚକବାଲ ଏବଂ ଘୋଟକି ସମେତ ୧୨ ଟି ସ୍ଥାନରେ ହୋଇଛି ଡ୍ରୋନ୍ ଆଟାକ୍ । ଆକ୍ରମଣ ପରେ ଏହି ଅଞ୍ଚଳରେ ଏମରଜେନ୍ସି ଭଳି ପରିସ୍ଥିତି ଉପୁଜିଛି । ଲାହୋରରେ ହିଁ ୩ ଟି ଡ୍ରୋନ୍ ବ୍ଲାଷ୍ଟ୍ ହୋଇଛି । ରୋଚକ କଥା ହେଉଛି , ବୁଧବାର ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍ ଏନେଇ ପାକିସ୍ତାନ ବାୟୁସେନାକୁ ଭୁରି ଭୁରି ପ୍ରଶଂସା କରିଥିଲେ । କିନ୍ତୁ ଦିନକ ପରେ ସବୁ ଫୁସ୍ .. ତେବେ ବର୍ତ୍ତମାନ ଆତଙ୍କୀସ୍ତାନ ଉପରେ ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି ଭାରତ । ପ୍ରତିରକ୍ଷା ମନ୍ତ୍ରାଳୟର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି ।