ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପୂରା ଦେଶ ରକ୍ତର ଚାଉଳ ଚୋବାଉଛି । ଏଭଳି ସ୍ଥିତିରେ ଭାରତର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପାକିସ୍ତାନକୁ ଖୋଲାଖୋଲି ଧମକ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଏହାକୁ ନେଇ ବିଷ୍ଣୋଇ ଗ୍ୟାଙ୍ଗ୍ ଏକ ପୋଷ୍ଟ୍ ମଧ୍ୟ ସେୟାର୍ କରିଛି । ଲରେନ୍ସଙ୍କ ଗ୍ୟାଙ୍ଗ୍ ଲେଖିଛନ୍ତି , ‘ଆମେ ପାକିସ୍ତାନର ଏମିତି ଜଣେ ବ୍ୟକ୍ତିଙ୍କୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କୁ ମାରିବା ସହ ସମାନ ହେବ । ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ୍ ମିଡିଆରେ ପୋଷ୍ଟ୍ ସହିତ ଗୋଟିଏ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ କ୍ରସ୍ ଚିହ୍ନ ଦିଆଯାଇଛି । ଏହି କ୍ରସ୍ ଚିହ୍ନ ୨୬/୧୧ ର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବା ପ୍ରମୁଖ ହାଫିଜ୍ ସଇଦର ଫଟୋ ଉପରେ ରହିଛି ।  

Advertisment
threat
threat Photograph: (google)

ଏହି ପୋଷ୍ଟ୍ ଉପରେ ଲେଖା ହୋଇଛି , ‘ସବୁ ଭାଇମାନଙ୍କୁ ଜୟ ଶ୍ରୀରାମ , କାଶ୍ମୀରର ପହଲଗାମରେ ଯେଉଁ ଆତଙ୍କୀ ଆକ୍ରମଣ ହେଲା ସେଥିରେ ଅନେକ ନିରୀହ ଲୋକଙ୍କୁ ମାରି ଦିଆଗଲା,ଏହାର ପ୍ରତିଶୋଧ ଆମେ ଖୁବଶୀଘ୍ର ନେବୁ । ସେମାନେ ଆମର ଦେଶର ଲୋକଙ୍କୁ ମାରିଛନ୍ତି ଆମେ ତାଙ୍କର ନିଜ ଲୋକଙ୍କୁ ମାରିବୁ । ପାକିସ୍ତାନରେ ପଶି ଗୋଟିଏ ଲୋକକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କୁ ମାରିବା ସମାନ ହେବ । ତୁମେ ହାତ ମିଳାଇବ ଆମେ ଆଲିଙ୍ଗନ କରିବୁ । ଯଦି ଆଖି ଦେଖାଇବ ଆଖି ଖୋଳି ହାତରେ ଧରାଇଦେବୁ । ଏଭଳି ନିଚ୍ଚ କାମ କଲେ ପାକିସ୍ତାନରେ ପଶି ଇଟାର ଜବାବ ପଥରରେ ଦେବୁ । ଜୟ ହିନ୍ଦ୍ ଜୟ ଭାରତ । ’ ଏହି ପୋଷ୍ଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଗ୍ରୁପର ସମସ୍ତ ସଦସ୍ୟଙ୍କ ନାଁ ମଧ୍ୟ ଲେଖା ହୋଇଛି । ତେବେ ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ ବନ୍ଦୀ ଅଛନ୍ତି ।   

hafiz
hafiz Photograph: (google)

କିଏ ଏହି ହାଫିଜ୍ ସଇଦ୍ ? 

ଭାରତ ପାଇଁ ହାଫିଜ୍ ସଇଦ୍ ହେଉଛି ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ । ସଇଦ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ପ୍ରମୁଖ । ମୁମ୍ବାଇ ୨୬/୧୧ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ୍ ସଇଦ୍ । ଏହାଛଡ଼ା ଭାରତରେ ହୋଇଥିବା ଅନେକ ଆତଙ୍କୀ ଆକ୍ରମଣରେ ସଇଦର ହାତ ରହିଛି । ଭାରତ ସମେତ ବିଶ୍ବର ଅନେକ ଦେଶ ମଧ୍ୟ ହାଫିଜକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ହାଫିଜକୁ ଶରଣ ନଦେଇ ହସ୍ତାନ୍ତର କରିବାକୁ ଭାରତ ଅନେକ ଥର ପାକିସ୍ତାନକୁ କହିଛି କିନ୍ତୁ ଶତ୍ରୁଦେଶ ଆତଙ୍କୀକୁ ସୁନା ପୁଅ ଭଳି ପାଳି ଆସୁଛି ।