ଉଦୁଉଦିଆ ଖରା ହେଉ କି ହାଡ଼ଭଙ୍ଗା ଶୀତ ଜଣେ ଯବାନ ସୀମାରେ ଅହରହ ପ୍ରହରା ଦିଏ କେବଳ ଭାରତମାତା ପାଇଁ । ନିଜ ଦେଶର ଲୋକ କେମିତି ସୁରକ୍ଷିତ ଏବଂ ଶାନ୍ତିର ନିଦରେ ଶୋଇବେ ସେଥିପାଇଁ ଯବାନ ଦିନରାତି ଚେଇଁ ଶତ୍ରୁଙ୍କ ଖଳ ନଜରରୁ ଦେଶକୁ ବଞ୍ଚାଇଥା’ନ୍ତି । ଭାରତର ନାଗରିକ ଶାନ୍ତିରେ ଘରେ ନିଶ୍ବାସ ମାରିବାର କାରଣ ସୀମାରେ ଯବାନଙ୍କ ଅହରହ ପ୍ରହରା । ତେବେ ବର୍ତ୍ତମାନ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ସେନାର ମନୋବଳ ବଢାଇବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ । ଆଉ ଏମିତି ହିଁ କିଛି କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ହାପୁଡ ଅଞ୍ଚଳର ବାସିନ୍ଦା । ଏଠାକାର ଗୋଟିଏ ଢାବା ବାହାରେ ସେନାର ଗାଡ଼ି ଭୋଜନ କରିବା ପାଇଁ ଅଟକିଥିଲା । ଯବାନମାନେ ଯେତେବେଳେ ଭୋଜନ କରୁଥିଲେ ଆଖପାଖର ଲୋକ ସେମାନଙ୍କୁ ସ୍ବାଗତ କରିବା ପାଇଁ ବିଚାର କରିଥିଲେ । ପ୍ରଥମେ ତାଳି ବଜାଇ ଧନ୍ୟବାଦ ଦେଲେ ଏବଂ ପରେ ଫୁଲ ପାଖୁଡ଼ା ବର୍ଷା କରି , ଖାଦ୍ୟ ପୁଡିଆ ଦେଇ ଯବାନଙ୍କୁ ସ୍ବାଗତ କରିଥିଲେ ହାପୁଡ ଅଞ୍ଚଳର ଲୋକ । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି ।
उत्तर प्रदेश के जिला हापुड़ में एक ढाबे पर खाना खाने के लिए रुके फौजियों का लोगों ने इस तरह स्वागत किया। फूल बरसाए, तालियां बजाई।#JaiHind 🇮🇳 pic.twitter.com/DQCCPP5PhP
— Sachin Gupta (@SachinGuptaUP) May 10, 2025
ଯବାନ ଯେତେବେଳେ ଖାଦ୍ୟ ଖାଇ ବାହାରକୁ ଆସୁଛନ୍ତି ଲୋକେ ତାଳି ମାରି ‘ଭାରତ ମାତା କି ଜୟ’,‘ବନ୍ଦେ ମାତରମ୍’ ନାରା ଲଗାଇ ଫୁଲବର୍ଷା କରି ସମ୍ମାନ ଜଣାଇଥିଲେ । ପରେ ଖାଦ୍ୟପୁଡିଆ , ପାଣି ବୋତଲ୍ ଦେଇ ଧନ୍ୟବାଦ ଜଣାଇଥିଲେ ଆଖପାଖର ଲୋକ । ଭାରତୀୟ ଆର୍ମି ହେଉଛି ଦେଶର ‘ଆନ୍-ବାନ୍-ଶାନ୍’ ଏବଂ ଏଭଳି ସମୟରେ ଯବାନଙ୍କ ପ୍ରତି ଲୋକଙ୍କ ଏତେ ଭଲପାଇବା ଦେଖି ସୋସିଆଲ୍ ମିଡିଆ ୟୁଜର୍ସ ବି ଭୁରି ଭୁରି ପ୍ରଶଂସା କରୁଛନ୍ତି ।