ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲା ପରି ପାକିସ୍ତାନ ହେଉଛି କୁକୁର ଲାଙ୍ଗୁଡ଼ ଯାହାକୁ ଯେତେ ସିଧା କଲେ ମଧ୍ୟ ତାହା ବଙ୍କା ହିଁ ରହିବ । ସତକୁ ଘୋଡ଼ାଇବା ପାଇଁ ଆତଙ୍କୀସ୍ତାନ ଶତ ଚେଷ୍ଟା କଲେ ମଧ୍ୟ ତା’ର କଳା ମୁଖା ଦୁନିଆ ଆଗରେ ଖୋଲିଯାଇଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନ ଓ ତା’ର ସେନା ଯାହାକୁ ମୌଲବୀ ବୋଲି କହୁଥିଲେ ସେ କୌଣସି ମୌଲବୀ ନୁହେଁ ବରଂ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ପ୍ରମୁଖ ଚେହେରା । ସମାଜ ସେବା ନାଁରେ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଏହି ଆତଙ୍କୀର ନାଁ ହାଫିଜ ଅବଦୁର ରଉଫ୍ ।
/kanak/media/media_files/2025/05/12/lK0IH91XiwoKTyVM4m4n.jpg)
ପ୍ରେସ୍ କନଫରେନ୍ସରେ ପାକିସ୍ତାନ ସେନାର ପ୍ରବକ୍ତା ଏହି କଥାର ସ୍ପଷ୍ଟୀକରଣ ରଖିଥିଲେ ଯେ ଫଟୋରେ ଦେଖାଯାଉଥିବା ବ୍ୟକ୍ତି କୌଣସି ଆତଙ୍କୀ ନୁହଁନ୍ତି ବରଂ ଜଣେ ପରିବାର ସମ୍ଭାଳୁଥିବା ନିର୍ଦ୍ଦୋଷ ମୌଲବୀ । ସେ ଜଣେ ଧର୍ମଗୁରୁ ଏବଂ ଲୋକଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ସବୁବେଳେ ପ୍ରେରଣା ଯୋଗାଉଥିବା କହିଥିଲା ପାକ୍ ସେନା । ଏମିତିକି ଉକ୍ତ ଆତଙ୍କୀର ମିଛ ଆଇଡି କାର୍ଡ ଦେଖାଇ ସାଧାରଣ ଲୋକ ବୋଲି କହିଥିଲା ପାକିସ୍ତାନ ସେନା । କିନ୍ତୁ ଆତଙ୍କୀର ଜନ୍ମତିଥି ଏବଂ ନ୍ୟାସନାଲ୍ ଆଇଡି ନମ୍ବରକୁ ମିଶାଇବାରୁ ସତ ସାମ୍ନାକୁ ଆସିଥିଲା । ଯାହାକୁ ଆମେରିକା ବିଶ୍ବ ଆତଙ୍କବାଦୀ ଘୋଷଣା କରିଛି ସେ ହେଉଛି ଏହି ଆତଙ୍କୀ ହାଫିଜ ଅବଦୁର ରଉଫ୍ । ଆମେରିକା ଟ୍ରେଜେରୀ ବିଭାଗ ମୁତାବକ,ଏହି ଆତଙ୍କୀ ଲସ୍କର-ଏ-ତୋଏବା ପାଇଁ ଚାନ୍ଦା ଆଦାୟ କରିଥାଏ । ପାକିସ୍ତାନ ସେନା ଯେଉଁ ଆଇଡି କାର୍ଡ ଦେଖାଇଥିଲା ସେଥିରେ ଧାର୍ମିକ ସଙ୍ଗଠନର ନାଁ ବ୍ୟବହାର କରି ସତକୁ ଲୁଚାଇବାର କାମ କରୁଥିଲା । ପାକ୍ ସେନା ଯାହାକୁ ଧର୍ମ ପ୍ରଚାରକ ବୋଲି କହୁଥିଲା ସେ ବାସ୍ତବରେ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ । ଏଥିରୁ ହିଁ ଜଣାପଡୁଛି ଯେ ଆତଙ୍କୀସ୍ତାନ ତା’ର ପୋଷ୍ୟପୁତ୍ର ଆତଙ୍କବାଦୀଙ୍କୁ ସଂରକ୍ଷଣ ଦେବା ପାଇଁ କେତେ ତଳକୁ ଯାଇପାରେ ।