ଜିଓ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ! ୧୫ ଅପ୍ରେଲ ପରେ ବନ୍ଦ ହୋଇପାରେ ଆପଣଙ୍କ ନମ୍ବରର ସେବା

38

୧. ଟ୍ରାଇର ଆଦେଶ ପରେ ଜିଓ ନିଜର “ସମର ସରପ୍ରାଇଜ” ଅଫରକୁ ଫେରେଇ ନେଇଛି । ଏହାସହ ଏବେ ଜିଓ ଗ୍ରାହକଙ୍କୁ ଆଉ ଏକ ଉପହାର ତଥା ନୂଆ ଅଫର ‘ଧନ ଧନା ଧନ’ର ଘୋଷଣା କରିଛି ।

୨. ଜିଓର ‘ଧନ ଧନା ଧନ’ଅଫରର ଲାଭ ସେହି ଗ୍ରାହକମାନେ ଉଠାଇ ପାରିବେ ଯେଉଁମାନେ ପ୍ରାଇମ ମେମ୍ବରସିପ କରିନାହାନ୍ତି । ଜିଓର ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ୪୦୮ ଟଙ୍କାର ରିଚାର୍ଜ କରିବାକକୁ ପଡିବ । ଏହି ରିଚାର୍ଜ ପରେ ଗ୍ରାହକଙ୍କୁ ୮୪ ଦିନ ଯାଏଁ ପ୍ରତିଦିନ ୧ ଜିବି ଡାଟା ମିଳବ । ଏହାସହ ଯଦି ଆପଣ ୬୦୮ ଟଙ୍କାର ରିଚାର୍ଜ କରୁଛନ୍ତି, ତେବେ ଆପଣଙ୍କୁ ୮୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବି ଡାଟା ମିଳିବ ।

୩. ଯେଉଁମାନେ ପ୍ରାଇମ ମେମ୍ବରସିପର ସଦସ୍ୟ ହୋଇ ସାରିଛନ୍ତି, କିନ୍ତୁ ୩୦୩ ଟଙ୍କାର ରିଚାର୍ଜ କରିନାହାନ୍ତି । ତାଙ୍କୁ ଏବେ ‘ଧନ ଧନା ଧନ’ ଅଫରର ଲାଭ ଉଠାଇବା ପାଇଁ ୩୦୯ ଟଙ୍କାର ରିଚାର୍ଜ କରିବା ପାଇଁ ପଡିବ ।

୪. ଆପଣଙ୍କୁ କହିରଖୁଛୁ କି ଯେଉଁ ଗ୍ରାହକ ୧୫ ଅପ୍ରେଲ ଯାଏଁ ନିଜର ପ୍ରଥମ ରିଚାର୍ଜ କରିବେ ନାହିଁ ତାଙ୍କର ନମ୍ବରରେ ଚାଲୁଥିବା ସେବା ଏକ ନିଶ୍ଚିତ ସମୟ ପରେ ଶେଷ ହୋଇଯିବ ।

୫. ଯଦି ଆପଣ ଜିଓ ଗ୍ରାହକ ଅଟନ୍ତି ଏବଂ ପ୍ରଥମରୁ (୯୯+୩୦୩) ର ରିଚାର୍ଜ କରି ସାରିଛନ୍ତି ତେବେ ଆପଣଙ୍କୁ କୌଣସି ରିଚାର୍ଜ କରିବା ପାଇଁ ପଡିବ ନାହିଁ । ଏହାସହ ୩୦ ଜୁନ ପର୍ଯ୍ୟନ୍ତ ଆପଣ ‘ସମର ସରପ୍ରାଇଜ ଅଫର’ର ପୁରା ଲାଭ ଉଠାଇପାରିବେ ।

ଏହା ସହ ଦେଖନ୍ତୁ- ଜିଓର ବଡ ଧମାକା ! ଆସିଲା ‘ଧନ ଧନା ଧନ ଅଫର’, ଜାଣନ୍ତୁ କ’ଣ ରହିଛି ପୁରା ଯୋଜନା

                                                      ( ସୌଜନ୍ୟ – ଏବିପି ନ୍ୟୁଜ୍ )