ଜିଓର ବଡ ଧମାକା ! ଆସିଲା ‘ଧନ ଧନା ଧନ ଅଫର’, ଜାଣନ୍ତୁ କ’ଣ ରହିଛି ପୁରା ଯୋଜନା

87

ଟ୍ରାଇର ଆଦେଶ ପରେ ରିଲାଏନ୍ସ ଜିଓ ସମର ସରପ୍ରାଇଜ ଅଫର ଫେରେଇ ନେଇଛି । କିନ୍ତୁ ଉକ୍ତ ଅଫର ଫେରେଇ ନେବା ପରେ କମ୍ପାନୀ ଏବେ ୩୦୯ ଟଙ୍କାରେ ତିନ ମାସ ପର୍ଯ୍ୟନ୍ତ ଏକ ନୂଆ ଅଫର ଆରମ୍ଭ କରିଦେଇଛି । ଏହି ନୂଆ ଅଫରର ନାମ ହେଲା ‘ଧନ ଧନା ଧନ ଯୋଜନା’ । ଏହି ଯୋଜନାରେ ତିନି ମାସ ପାଇଁ ଅସୀମିତ ଡାଟା, ମାଗଣା ଭଏସ କଲ, ଅସୀମିତ ମେସେଜ ଓ ଜିଓ ଆପର ଆକ୍ସେସ ରହିବ । ସୂଚନା ଅନୁସାରେ ଏହି ଅଫର ସେହି ଲୋକମାନଙ୍କ ପାଇଁ ନୁହଁ ଯେଉଁମାନେ ପ୍ରଥମରୁ ଜିଓ ସମର ସରପ୍ରାଇଜ ଅଫରରେ ସକ୍ରିୟ ଅଛନ୍ତି ।

__ପ୍ରଥମରୁ ପ୍ରାଇମ ମେମ୍ବର ହୋଇଥିବା ଗ୍ରାହକଙ୍କ ପାଇଁ ଯୋଜନାରେ ରହିଛି ୩୦୯ଟଙ୍କାରେ ଅସୀମିତ ଡାଟା, ମାଗଣା ଭଏସ କଲ, ଅସୀମିତି ମେସେଜ ଓ ଜିଓ ଆପ ସହ ପ୍ରତିଦିନ ମିଳିବ ୧ ଜିବି ମାଗଣା ଡାଟା । ଦ୍ୱିତୀୟ ଯୋଜନା ହେଲା ୫୦୯ ଟଙ୍କାରେ ସବୁ ଅଫର ସେମିତି ରହିବ କେବଳ ଗ୍ରାହକ ୨ ଜିବି ଡାଟା ଅଧିକ ବ୍ୟବହାର କରିବା ପାଇଁ ସୁବିଧା ଅଲଗାରେ ପାଇପାରିବେ ।

ଯେଉଁମାନେ ପ୍ରାଇମ ମେମ୍ବର ଯୋଜନାର ସଦସ୍ୟ ହୋଇ ନାହାନ୍ତି ଏବଂ ନୂଆ ସିମ ନେଇଥିବା ଗ୍ରାହକ ମଧ୍ୟ ଏହି ଯୋଜନାରେ ସାମିଲ ଅଛନ୍ତି । ଏଥିରେ ସେମାନେ ଅସୀମିତ ଡାଟା, ମାଗଣା କଲ,ଅସୀମିତ ମେସେଜ ଓ ଜିଓ ଆପର ମାଗଣା ଆକ୍ସେସ ପାଇବା ପାଇଁ ୪୦୮(୩୦୯+୯୯)ଟଙ୍କାର ରିଚାର୍ଜ କରିବା ପାଇଁ ପଡିବ । ଏହି ଯୋଜନାରେ ପ୍ରତିଦିନ ୧ ଜିବି ଡାଟା ବ୍ୟବହାର କରିପାରିବ ଓ ଦ୍ୱିତୀୟ ଯୋଜନାରେ ୬୦୮(୫୦୯+୯୯)ଟଙ୍କାରେ ରିଚାର୍ଜରେ ୨ ଜିବି ଡାଟା ବ୍ୟବହାର କରିବାର ସୀମା ରହିବ ।

ଉଦାହରଣ ସ୍ୱରୂପ ଯଦି ଆପଣ ଜିଓ ପ୍ରାଇମ ମେମ୍ବର ଅଛନ୍ତି ,କିନ୍ତୁ ଏହାପରେ ଆପଣ ରିଚାର୍ଜ କରିନାହାନ୍ତି ତେବେ ଆପଣ ୩୦୯ଟଙ୍କାରେ ରିଚାର୍ଜ କରିପାରିବେ । କିନ୍ତୁ ଆପଣଙ୍କୁ ୯୯ ଟଙ୍କାର ମଧ୍ୟ ରିଚାର୍ଜ କରିବା ପାଇଁ ପଡିବ । ଏହାର ବୈଧତା ୮୪ ଦିନ ପାଇଁ ହେବ ଓ ଆପଣଙ୍କୁ ଅସୀମିତ କଲିଂ ମଳିବ । ଏହାସହ ଆପଣ ପ୍ରତି ଦନ ୧ ଜିବି ଡାଟା ମଧ୍ୟ ବ୍ୟବହାର କରିପାରିବେ ।

ସୂଚନା ଅନୁସାରେ ଯୋଜନା ୩୦୯ ଠାରୁ ୬୦୮ ପର୍ୟ୍ୟନ୍ତ ରହିଛି । ଏହି ଯୋଜନାର ଲାଭ ଉଠାଇ ପାରିବେ ଉଭୟ ଜିଓ ପ୍ରାଇମ ସଦସ୍ୟ ଓ ନନ୍ ପ୍ରାଇମ ସଦସ୍ୟ । ଏହି ଅନୁସାରେ ଜିଓ ପ୍ରାଇମ ମେମ୍ବର ହୋଇ ନଥିବା ଗ୍ରାହକ ମଧ୍ୟ ପ୍ରତିଦିନ ୧ରୁ ୨ ଜିବି ଡାଟା ବ୍ୟବହାର କରିପାରିବେ । ୮୪ ଦିନ ବୈଧତା ମାନେ ତିନି ମାସ ପର୍ୟ୍ୟନ୍ତ ଆପଣ ଏହି ଯାଜନାରେ ଆକ୍ଟିଭେଟ କରିପାରିବେ । ପ୍ରତି ମାସରେ ଆପଣଙ୍କୁ ୩୦୯ ଟଙ୍କା ଦେବାକୁ ପଡିବ । ଯଦି ଆପଣ ନନ ପ୍ରାିମ ମେମ୍ବର ତେବେ ଏହି ଯୋଜନାରେ ଆପଣଙ୍କୁ ୩୪୯ ଟଙ୍କା ଦେବାକୁ ପଡିବ ।